ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନଡିଏମଏ)ର ୧୭ତମ ପ୍ରତିଷ୍ଠା ଦିବସ
ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ


ଆପଦା ମିତ୍ର ଯୋଜନାର ପ୍ରଶିକ୍ଷଣ ମାନୁଆଲ ସହିତ ଆପଦା ମିତ୍ର ଏବଂ ସାଧାରଣ ସତର୍କତା ନିୟମ ଯୋଜନାର ଦସ୍ତାବିଜ ଉନ୍ମୋଚନ କଲେ ଶ୍ରୀ ଅମିତ ଶାହ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆମେ ଏପରି ଏକ ବିପର୍ଯ୍ୟୟ ପ୍ରଶମନ ବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛୁ ଯାହା ଗମ୍ଭୀର ବିପର୍ଯ୍ୟୟ କାଳରେ ମଧ୍ୟ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବ, ଆମେ ଏହି ଲକ୍ଷ୍ୟ ହାସଲ ଦିଗରେ ଶ୍ରେଷ୍ଠ ସ୍ଥିତିରେ ରହିଛୁ

ଶ୍ରୀ ନରେନ୍ଦ୍ର ମୋଦୀ ଏକମାତ୍ର ବ୍ୟକ୍ତି ଯିଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିପର୍ଯ୍ୟୟର କାରଣ ଜାଣିବା ପ୍ରତି ଧ୍ୟାନ ଦେଇଥିଲେ
ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ବ ତାପନ ଉପରେ ଦୃଷ୍ଟି ଦେବା ଲାଗି ଶ୍ରୀ ନରେନ୍ଦ୍ର ମୋଦୀ ଦେଶରେ ପ୍ରଥମ ଥର ପାଇଁ ଏକ ଜଳବାୟୁ ପରିବର୍ତ୍ତନ ବିଭାଗ ଗୁଜରାଟରେ ସୃଷ୍ଟି କରିଥିଲେ

୨୦୧୬ରେ ନରେନ୍ଦ୍ର ମୋଦୀ ଜାତୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ଆରମ୍ଭ କରିବା ସହିତ ପ୍ରଥମ ଜାତୀୟ ଯୋଜନାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ବିଶ୍ବ ସମ୍ମୁଖରେ ବିପର୍ଯ୍ୟୟ ବିପତି ହ୍ରାସ ପାଇଁ ୧୦ ସୂତ୍ରୀ କାର୍ଯ୍ୟଯୋଜନା ଉପସ୍ଥାପନ କରିଛନ୍ତି ଏବଂ ଦେଶ ଏହାକୁ ଭଲ ଭାବେ କାର୍ଯ୍ୟକାରୀ କରିବା ଲାଗି ଉତ୍ତରଦାୟୀ

ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଆରମ୍ଭ କରିଛନ୍ତି,

Posted On: 28 SEP 2021 7:05PM by PIB Bhubaneshwar
  • ବିପର୍ଯ୍ୟୟ ସମୟରେ କେବଳ ଜନସାଧାରଣ, ସମାଜ ଏବଂ ପ୍ରଶିକ୍ଷିତ ଆପଦା ମିତ୍ରମାନେ ତ୍ବରିତ ସହାୟତା କରିପାରିବେ ଏବଂ ଏହା ଏକ ଭଲ ପ୍ରୟାସ
  • ୨୫ ରାଜ୍ୟର ୩୦ଟି ବନ୍ୟା ପ୍ରବଣ ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଆପଦା ମିତ୍ର ଯୋଜନା କାର୍ଯ୍ୟକାରୀ କରାଯାଇଥିଲା, ୫୫୦୦ ଆପଦା ମିତ୍ର ଏବଂ ଆପଦା ସକ୍ଷୀମାନଙ୍କୁ ବନ୍ୟା ନିରାକରଣ ପାଇଁ ପ୍ରଶିକ୍ଷଣ ଦିଆଯାଇଛି
  • ଆମେ ୩୫୦ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ଆପଦା ମିତ୍ର ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛୁ
  • ସ୍ବେଚ୍ଛାସେବୀ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଆଶ୍ବାସନା ପାଇଁ ଭାରତ ସରକାର ସେମାନଙ୍କୁ ବୀମାଭୁକ୍ତ କରିବା ଲାଗି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି
  • ୧୯୯୯ ଓଡ଼ିଶା ମହାବାତ୍ୟା ଏବଂ ୨୦୦୧ ଭୁଜ ଭୂମିକମ୍ପ ଦେଶକୁ ଦୋହଲାଇ ଦେଇଥିଲା ଏବଂ ସେଠାରୁ ଏକ ସ୍ବାଧୀନ ବ୍ୟବସ୍ଥା ସୃଷ୍ଟି କରିବା ଲାଗି ବିଚାର ଉତ୍ପନ୍ନ ହୋଇଥିଲା ଯାହା ସହାୟକ ଏଜେନ୍ସିଗୁଡ଼ିକୁ ତୁରନ୍ତ ସହାୟତା ଯୋଗାଇ ଦେଇପାରିବ
  • ଅଟଳ ଜୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ ଏବଂ ସଂଯୋଗବଶତଃ ସେହି ସମୟରେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ
  • ପୂର୍ବରୁ ସରକାରଙ୍କର ବିପର୍ଯ୍ୟୟ ସହାୟତା କୈନ୍ଦ୍ରିକ ନୀତି ରହିଥିଲା, ଏବେ ଆଗକୁ ସତର୍କତା, ପ୍ରାକ୍ ପ୍ରସ୍ତୁତି, ସକ୍ରିୟ ନିରାକରଣ ଏବଂ ଜୀବନହାନି ହ୍ରାସ କରିବା ଉପରେ ଗୁରୁତ୍ବ ଦିଆଯାଉଛି
  • ଯେକୌଣସି ଦୃଷ୍ଟିରୁ ଏନଡିଆରଏଫ ଏବଂ ଏସଡିଆରଏଫର କାର୍ଯ୍ୟ ସମୀକ୍ଷା କରାଯାଇଥିଲେ ସେଗୁଡ଼ିକ ଲୋକମାନଙ୍କର ବିଶ୍ବାସ ଜିତିବା ଭଳି ମହତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିଥାନ୍ତେ
  • ଆଜି କୌଣସି ସ୍ଥାନରେ ବଡ଼ ବିପର୍ଯ୍ୟୟ ଘଟିଲେ, ଯଥାଶୀଘ୍ର ଏନଡିଆରଏଫ କର୍ମଚାରୀ ପହଞ୍ଚି ଯାଉଛନ୍ତି, ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ମନରେ ବିଶ୍ବାସ ସୃଷ୍ଟି ହେଉଛି ଯେ ସେମାନେ ବଞ୍ଚିଯିବେ
  • ବଳିଦାନ, କଠିନ ଶ୍ରମ, ଶୃଙ୍ଖଳା ଏବଂ ନିରନ୍ତର ପ୍ରଶିକ୍ଷଣ ବିନା ଲୋକମାନଙ୍କ ମଧ୍ୟରେ ଏପରି ବିଶ୍ବାସ ସୃଷ୍ଟି କରିବା ଅସମ୍ଭବ ଥିଲା।
  • ପୂର୍ବରୁ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ ବିପର୍ଯ୍ୟୟ ହେବା ପରେ ରାଜ୍ୟକୁ ଗସ୍ତ କରୁଥିଲା ଏବଂ କ୍ଷୟକ୍ଷତି ଆକଳନ କରୁଥିଲା; ଏହାପରେ ରାଜ୍ୟକୁ ପାଣ୍ଠି ଯୋଗାଇ ଦିଆଯାଉଥିଲା, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ ଏପରି କୌଣସି ରିପୋର୍ଟର ଆବଶ୍ୟକତା ନାହିଁ, ବର୍ତ୍ତମାନ ଆଗୁଆ ଆମେ ଆଇଏମସିଟି ଦଳ ପଠାଉଛୁ, ଯାହାକି ତୁରନ୍ତ ପ୍ରାରମ୍ଭିକ ଆକଳନ କରି ରାଜ୍ୟମାନଙ୍କୁ ସହାୟତା ଯୋଗାଇ ଦେଉଛି, ଫଳରେ ସେମାନେ ବିପର୍ଯ୍ୟୟ ସମୟରେ ସହାୟତା ପାଇପାରିବେ
  • ଏନଡିଆରଏଫ ଏବଂ ଏସଡିଆରଏଫ ଅଧୀନରେ ପ୍ରାୟ ୫୩ହଜାର ଏବଂ ୬୦ ହଜାର କୋଟି ଟଙ୍କା ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ବାରା ଏହି କାମ ପାଇଁ ଯୋଗାଇ ଦିଆଯାଇଛି
  • ଏନଡିଏମଏ କୋଭିଡ-୧୯ ମହାମାରୀ ମୁକାବିଲାରେ ଚମତ୍କାର କାର୍ଯ୍ୟ କରିଛି
  • କୋଭିଡ-୧୯ ମହାମାରୀ ସମୟରେ ଯେତେବେଳେ ଏକ ବାତ୍ୟା ଆଶଙ୍କା ଦେଖାଦେଲା, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଅକ୍ସିଜେନ ରେଳର ଯାତାୟାତରେ କୌଣସି ବାଧା ନଉପୁଜିବା, ଅକ୍ସିଜେନ ଯୋଗାଣ ବନ୍ଦ କିମ୍ବା ବିଦ୍ୟୁତକାଟ ଯୋଗୁ ବିପର୍ଯ୍ୟୟ ପ୍ରଭାବିତ ଇଲାକାରେ ରୋଗୀଙ୍କ ଜୀବନ ଯେପରି ନଯିବ ତାହା ସୁନିଶ୍ଚିତ କରାଗଲା
  • ଏନଇଏସଏସି ଜରିଆରେ ମହାକାଶ ବିଜ୍ଞାନକୁ ଉପଯୋଗ କରିବା ଲାଗି ଏକ ସୋସାଇଟି ଗଠନ ମାଧ୍ୟମରେ ଉତ୍ତର-ପୂର୍ବାଞ୍ଚଳରେ ଏକ ମହତ ପ୍ରୟାସ ଆରମ୍ଭ ହୋଇଛି
  • ଉପଗ୍ରହ ମାଧ୍ୟମରେ ଉତ୍ତରପୂର୍ବାଞ୍ଚଳରେ ଜଳର ପ୍ରାକୃତିକ ପ୍ରବାହକୁ ଭଲ ଭାବେ ଚିହ୍ନଟ କରାଯାଇଛି, କେଉଁଠି ରେଳପଥ ଏବଂ ସଡ଼କ ନିର୍ମାଣ କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି, ଯାହାଫଳରେ ସଡ଼କ ତଳେ ଜଳ ପ୍ରବାହ ବ୍ୟବସ୍ଥା ଆଗୁଆ ପ୍ରସ୍ତୁତ କରାଯାଇପାରିବ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନିଡିଏମଏ)ର ୧୭ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଛନ୍ତି। ଚଳିତ ବର୍ଷ ପ୍ରତିଷ୍ଠା ଦିବସର ବିଷୟବସ୍ତୁ “ହିମାଳୟ କ୍ଷେତ୍ରରେ ବିପର୍ଯ୍ୟୟ ଘଟଣାଗୁଡ଼ିକର ପ୍ରଭାବ ନିରାକରଣ” ରଖାଯାଇଛି। ଏହି ଅବସରରେ ଶ୍ରୀ ଅମିତ ଶାହ ଆପଦା ମିତ୍ର ଯୋଜନାର ପ୍ରଶିକ୍ଷଣ ମାନୁଆଲ ସହିତ ଆପଦା ମିତ୍ର ଏବଂ ସାଧାରଣ ସତର୍କତା ନିୟମ ଯୋଜନାର ଦସ୍ତାବିଜ ଉନ୍ମୋଚନ କରିଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ, ଅଜୟ କୁମାର ମିଶ୍ର ଏବଂ ନିଶିଥ ପ୍ରମାଣିକଙ୍କ ସମେତ କେନ୍ଦ୍ର ଗୃହ ସଚିବ, ଏନଡିଏମର ସଦସ୍ୟ ଏବଂ ଅଧିକାରୀ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର ମହାନିର୍ଦ୍ଦେଶକ ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାଛଡ଼ା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ନିଜ ଉଦବୋଧନରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏନଡିଏମଏ, ଏନଡିଆରଏଫ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସଡିଆରଏଫ) ଗତ ୧୭ ବର୍ଷ ମଧ୍ୟରେ ଦେଶରେ ବିପର୍ଯ୍ୟୟ ପରିଚାଳନାର ଇତିହାସ ବଦଳାଇ ଦେଇଛନ୍ତି।  ବିପର୍ଯ୍ୟୟ ପରିଚାଳନା ପ୍ରତି ଦେଶର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ୧୩୦ କୋଟି ଲୋକ, ବିଭିନ୍ନ ପ୍ରକାର ପାଣିପାଗ, ନଦୀ, ପର୍ବତ, ଦୀର୍ଘ ସମୁଦ୍ର ଉପକୂଳ ଭଳି ବିବିଧତାରେ ପରିପୂର୍ଣ୍ଣ ଦେଶରେ ସମ୍ବେଦନଶୀଳତାର ସହିତ ବିପର୍ଯ୍ୟୟ ମୁକାବିଲା କରିବା ଏକ ପ୍ରଶଂସନୀୟ ଉପଲବ୍ଧି ବୋଲି ଶ୍ରୀ ଶାହା କହିଥିଲେ।

ଏହି ଅବସରରେ ସେ ଏନଡିଏମଏର ଦୁଇଟି ନୂତନ ପ୍ରୟାସ ଆପଦା ମିତ୍ର ଏବଂ କମନ ଆଲର୍ଟ ପ୍ରୋଟୋକଲ ବିଷୟରେ କହିଥିଲେ। ସେ କହିଥିଲେ ଯେ ଆପଦା ମିତ୍ର ଯୋଜନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତତକ୍ଷଣାତ ଏନଡିଏମଏ, ଏନଡିଆରଏଫ ଏବଂ ଏସଡିଆରଏଫ ପକ୍ଷରୁ ସହାୟତା ପହଞ୍ଚାଇବା ସମ୍ଭବ ନୁହେଁ। ବିପର୍ଯ୍ୟୟ ସମୟରେ କେବଳ ଜନସାଧାରଣ, ସମାଜ ଏବଂ ପ୍ରଶିକ୍ଷିତ ଆପଦା ମିତ୍ରମାନେ ତ୍ବରିତ ସହାୟତା କରିପାରିବେ ଏବଂ ଏହା ଏକ ଭଲ ପ୍ରୟାସ। ୨୫ ରାଜ୍ୟର ୩୦ଟି ବନ୍ୟା ପ୍ରବଣ ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଆପଦା ମିତ୍ର ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ୫୫୦୦ ଆପଦା ମିତ୍ର ଏବଂ ଆପଦା ସକ୍ଷୀମାନଙ୍କୁ ବନ୍ୟା ନିରାକରଣ ପାଇଁ ପ୍ରଶିକ୍ଷଣ ଦିଆଯାଇଛି। ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଏତିକି ସଂଖ୍ୟକ ଆପଦା ମିତ୍ର ଯଥେଷ୍ଟ ନୁହନ୍ତି । ତେଣୁ ଆମେ ୩୫୦ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ଆପଦା ମିତ୍ର ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛୁ ବୋଲି ଶ୍ରୀ ଶାହ କହିଥିଲେ। ଶ୍ରୀ ଶାହ ସରକାର ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଅଭିନନ୍ଦନ ଜଣାଇଥିଲେ।

ସ୍ବେଚ୍ଛାସେବୀ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ସୁରକ୍ଷାର ଆଶ୍ବାସନା ଦେବା ଉଦ୍ଦେଶ୍ୟରେ ଭାରତ ସରକାର ସେମାନଙ୍କୁ ବୀମାଭୁକ୍ତ କରିବା ଲାଗି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୨୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଏନଡିଏମଏ ସହିତ ଏମଓୟୁ ସ୍ବାକ୍ଷର କରିଛନ୍ତି।

ଶ୍ରୀ ଶାହ କହିଥିଲେ ଯେ ସାଧାରଣ ସତର୍କକତା ନିୟମକୁ ବ୍ୟାପକ ପ୍ରଚାରପ୍ରସାର କରାଯିବା ଉଚିତ୍। ଏନଡିଏମଏ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଏହା ମାଧ୍ୟମରେ ଆମେ ୬ ମିନିଟ ଆଗରୁ ବଜ୍ରପାତର ସଠିକ୍ ସ୍ଥାନ ଅନୁମାନ କରିପାରୁଛୁ। ଶୀତଲହରୀ ଏବଂ ପ୍ରବଳ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଆମେ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛୁ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ୧୯୯୯ ଓଡ଼ିଶା ମହାବାତ୍ୟାରେ ୧୦ ହଜାର ଲୋକଙ୍କର ପ୍ରାଣହାନି ଘଟିଥିଲା। ଏହାପରେ ୨୦୦୧ ଭୁଜ ଭୂମିକମ୍ପରେ ୧୪ ହଜାର ଲୋକ ପ୍ରାଣ ହରାଇଥିଲେ। ଏହି ଦୁଇଟି ଘଟଣା ଦେଶକୁ ଦୋହଲାଇ ଦେଇଥିଲା ଏବଂ ସେଠାରୁ ଏକ ସ୍ବାଧୀନ ବ୍ୟବସ୍ଥା ସୃଷ୍ଟି କରିବା ଲାଗି ବିଚାର ଉତ୍ପନ୍ନ ହୋଇଥିଲା ଯାହା ସହାୟକ ଏଜେନ୍ସିଗୁଡ଼ିକୁ ତୁରନ୍ତ ସହାୟତା ଯୋଗାଇ ଦେଇପାରିବ। ତତ୍କାଳନୀ ପ୍ରଧାନମନ୍ତ୍ରୀ ଅଟଳ ଜୀଙ୍କ ସମୟରେ ସେ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ ଏବଂ ସଂଯୋଗବଶତଃ ସେହି ସମୟରେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଗୁଜରାଟରେ ସେ ଏ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଥିଲେ। ସେବେଠାରୁ ଆରମ୍ଭ ହୋଇଥିବା ପ୍ରୟାସ କାରଣରୁ ୨୦୦୫ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନଡିଏମଏର ଗଠନ କରାଯାଇଥିଲା।

ଶ୍ରୀ ନରେନ୍ଦ୍ର ମୋଦୀ ଏକମାତ୍ର ବ୍ୟକ୍ତି ଯିଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିପର୍ଯ୍ୟୟର କାରଣ ଜାଣିବା ପ୍ରତି ଧ୍ୟାନ ଦେଇଥିଲେ । ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ବ ତାପନ ଉପରେ ଦୃଷ୍ଟି ଦେବା ଲାଗି ଶ୍ରୀ ନରେନ୍ଦ୍ର ମୋଦୀ ଦେଶରେ ପ୍ରଥମ ଥର ପାଇଁ ଏକ ଜଳବାୟୁ ପରିବର୍ତ୍ତନ ବିଭାଗ ଗୁଜରାଟରେ ସୃଷ୍ଟି କରିଥିଲେ।

ଶ୍ରୀ ଶାହା କହିଥିଲେ, ବାସ୍ତବରେ ଭୋପାଳ ଗ୍ୟାସ ଦୁର୍ଘଟଣା ସମୟରୁ ଏନଡିଏମଏ ଗଠନ କରାଯିବାର ଥିଲା। କାରଣ ଗୋଟିଏ ସହରରେ ୮ହଜାର ଲୋକ ପ୍ରାଣ ହରାଇବା ଏକ ବଡ଼ ଦୁର୍ଘଟଣା ଥିଲା। ମାତ୍ର ଏନଡିଏମଏ ଗଠନ ହେବାର ଯାତ୍ରା ଅଟଳଜୀଙ୍କ ସମୟରେ ଆରମ୍ଭ ହୋଇଥିଲା।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଦେଶର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିଛି। ପୂର୍ବରୁ ବିପର୍ଯ୍ୟୟ ଘଟିବା ପରେ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ ରାଜ୍ୟକୁ ଗସ୍ତ କରୁଥିଲା ଏବଂ କ୍ଷୟକ୍ଷତି ଆକଳନ କରୁଥିଲା। ଏହାପରେ ରାଜ୍ୟକୁ ପାଣ୍ଠି ଯୋଗାଇ ଦିଆଯାଉଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ ଏପରି କୌଣସି ରିପୋର୍ଟର ଆବଶ୍ୟକତା ନାହିଁ। ବର୍ତ୍ତମାନ ଆଗୁଆ ଆମେ ଆଇଏମସିଟି ଦଳ ପଠାଉଛୁ। ଯାହାକି ତୁରନ୍ତ ପ୍ରାରମ୍ଭିକ ଆକଳନ କରି ରାଜ୍ୟମାନଙ୍କୁ ସହାୟତା ଯୋଗାଇ ଦେଉଛି ଯାହାଫଳରେ ସେମାନେ ବିପର୍ଯ୍ୟୟ ସମୟରେ ସହାୟତା ପାଇପାରିବେ।

ଶ୍ରୀ ଶାହା କହିଥିଲେ ଯେ, ଯେକୌଣସି ଦୃଷ୍ଟିରୁ ଏନଡିଆରଏଫ ଏବଂ ଏସଡିଆରଏଫର କାର୍ଯ୍ୟ ସମୀକ୍ଷା କରାଯାଇଥିଲେ ସେଗୁଡ଼ିକ ଲୋକମାନଙ୍କର ବିଶ୍ବାସ ଜିତିବା ଭଳି ମହତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିଥାନ୍ତେ। ଆଜି କୌଣସି ସ୍ଥାନରେ ବଡ଼ ବିପର୍ଯ୍ୟୟ ଘଟିଲେ, ଯଥାଶୀଘ୍ର ଏନଡିଆରଏଫ କର୍ମଚାରୀ ପହଞ୍ଚି ଯାଉଛନ୍ତି, ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ମନରେ ବିଶ୍ବାସ ସୃଷ୍ଟି ହେଉଛି ଯେ ସେମାନେ ବଞ୍ଚିଯିବେ। ବଳିଦାନ, କଠିନ ଶ୍ରମ, ଶୃଙ୍ଖଳା ଏବଂ ନିରନ୍ତର ପ୍ରଶିକ୍ଷଣ ବିନା ଲୋକମାନଙ୍କ ମଧ୍ୟରେ ଏପରି ବିଶ୍ବାସ ସୃଷ୍ଟି କରିବା ଅସମ୍ଭବ ଥିଲା।

ଗୃହ ମନ୍ତ୍ରୀ ଆହୁରି କହିଥିଲେ ଯେ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଯୋଜନା-ଏନଡିଏମପି ଆରମ୍ଭ କରିଥିଲେ। ସେ ଦେଶର ପ୍ରଥମ ଜାତୀୟ ଯୋଜନା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସାମଗ୍ରିକ ବିପର୍ଯ୍ୟୟ ପରିଚାଳନାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ଏହି ଯୋଜନାରେ ବିପର୍ଯ୍ୟୟ ବିପତ୍ତି ହ୍ରାସ, ଧନଜୀବନହାନିକୁ ଶୂନ୍ୟସ୍ତରକୁ ଆଣିବା ଉପରେ ଗୁରୁତ୍ବାରୋପ କରାଯାଇଛି। କ୍ଷୁଦ୍ର ଗ୍ରାମ ହେଉ କିମ୍ବା ବଡ଼ ସହର ଅଥବା ଉପାନ୍ତ ଜିଲ୍ଲା କିମ୍ବା ଉପକୂଳ ସହର ପ୍ରତ୍ୟେକ ସହର ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବ। ବର୍ତ୍ତମାନ ଏନଡିଏମଏ ନିକଟରେ ୧୭ଟି ବିପର୍ଯ୍ୟୟ ମୁକାବିଲା ପାଇଁ ସମାଧାନ ଯୋଜନା ରହିଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ବିଶ୍ବ ସମ୍ମୁଖରେ ବିପର୍ଯ୍ୟୟ ବିପତି ହ୍ରାସ ପାଇଁ ୧୦ ସୂତ୍ରୀ କାର୍ଯ୍ୟଯୋଜନା ଉପସ୍ଥାପନ କରିଛନ୍ତି ଏବଂ ଦେଶ ଏହାକୁ ଭଲ ଭାବେ କାର୍ଯ୍ୟକାରୀ କରିବା ଲାଗି ଉତ୍ତରଦାୟୀ। ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଆରମ୍ଭ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏନଜିଓ, ସ୍ବେଚ୍ଛାସେବୀ ଏବଂ ସରକାରୀ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ଲାଗି ଏହି ପୁରସ୍କାର ଦିଆଯିବ। ବିଗତ ଦୁଇ ବର୍ଷ ମଧ୍ୟରେ ଆମେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛୁ ଏବଂ ଏନଡିଆରଏଫର କାର୍ଯ୍ୟ ଏ କ୍ଷେତ୍ରରେ ପ୍ରଶଂସନୀୟ ବୋଲି ଶ୍ରୀ ଶାହ କହିଥିଲେ।

ଗୃହ ମନ୍ତ୍ରୀ କହିଥିଲେ ଯେ, ଏନଡିଆରଏଫ ଏବଂ ଏସଡିଆରଏଫ ଅଧୀନରେ ପ୍ରାୟ ୫୩ହଜାର ଏବଂ ୬୦ ହଜାର କୋଟି ଟଙ୍କା ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ବାରା ଏହି କାମ ପାଇଁ ଯୋଗାଇ ଦିଆଯାଇଛି। ଏନଡିଏମଏ କୋଭିଡ-୧୯ ମହାମାରୀ ମୁକାବିଲାରେ ଚମତ୍କାର କାର୍ଯ୍ୟ କରିଛି।

ଶ୍ରୀ ଶାହା ଆହୁରି କହିଥିଲେ ଯେ, କୋଭିଡ-୧୯ ମହାମାରୀ ସମୟରେ ଯେତେବେଳେ ଏକ ବାତ୍ୟା ଆଶଙ୍କା ଦେଖାଦେଲା, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଅକ୍ସିଜେନ ରେଳର ଯାତାୟାତରେ କୌଣସି ବାଧା ନଉପୁଜିବା, ଅକ୍ସିଜେନ ଯୋଗାଣ ବନ୍ଦ କିମ୍ବା ବିଦ୍ୟୁତକାଟ ଯୋଗୁ ବିପର୍ଯ୍ୟୟ ପ୍ରଭାବିତ ଇଲାକାରେ ରୋଗୀଙ୍କ ଜୀବନ ଯେପରି ନଯିବ ତାହା ସୁନିଶ୍ଚିତ କରାଯାଇଥିଲା। ଶ୍ରୀ ଶାହା ପୁଣି କହିଥିଲେ ଯେ, ଏନଇଏସଏସି ଜରିଆରେ ମହାକାଶ ବିଜ୍ଞାନକୁ ଉପଯୋଗ କରିବା ଲାଗି ଏକ ସୋସାଇଟି ଗଠନ ମାଧ୍ୟମରେ ଉତ୍ତର-ପୂର୍ବାଞ୍ଚଳରେ ଏକ ମହତ ପ୍ରୟାସ ଆରମ୍ଭ ହୋଇଛି।

ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଥିଲେ ଯେ, ଉପଗ୍ରହ ମାଧ୍ୟମରେ ଉତ୍ତରପୂର୍ବାଞ୍ଚଳରେ ଜଳର ପ୍ରାକୃତିକ ପ୍ରବାହକୁ ଭଲ ଭାବେ ଚିହ୍ନଟ କରାଯାଇଛି, କେଉଁଠି ରେଳପଥ ଏବଂ ସଡ଼କ ନିର୍ମାଣ କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି, ଯାହାଫଳରେ ସଡ଼କ ତଳେ ଜଳ ପ୍ରବାହ ବ୍ୟବସ୍ଥା ଆଗୁଆ ପ୍ରସ୍ତୁତ କରାଯାଇପାରିବ। ଶ୍ରୀ ଶାହ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନର ସମ୍ଭାବ୍ୟ ପ୍ରଭାବ ଏବଂ ବିପର୍ଯ୍ୟୟର ଭୟାବହତା ଏବଂ ନିରନ୍ତରତା ନିୟନ୍ତ୍ରଣ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆମେ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଥିବାରୁ ଆମେ ଏ କ୍ଷେତ୍ରରେ ଯଥେଷ୍ଟ ପ୍ରଗତି ହାସଲ କରିବୁ ବୋଲି ଶ୍ରୀ ଶାହା କହିଥିଲେ।

 

**********

P.S.



(Release ID: 1759096) Visitor Counter : 195