ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲଙ୍କ ଦ୍ୱାରା ନିବେଶକ ଓ ବ୍ୟାପାରୀଙ୍କ ନିମନ୍ତେ ଜାତୀୟ ଏକକ ବାତାୟନ(ସିଙ୍ଗଲ ୱିଣ୍ଡୋ)ବ୍ୟବସ୍ଥାର ଶୁଭାରମ୍ଭ


ଜାତୀୟ ଏକକ ବାତାୟନ ବ୍ୟବସ୍ଥା ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକ ବିରାଟ ପଦକ୍ଷେପ: ମନ୍ତ୍ରୀ ଶ୍ରୀ ଗୋୟଲ

ଜାତୀୟ ଏକକ ବାତାୟନ ବ୍ୟବସ୍ଥା (ଏନ୍ଏସ୍ଡବ୍ଲୁଏସ୍) ପଞ୍ଜୀକରଣ ଓ ଅନୁମୋଦନ ପାଇଁ ସରକାରୀ ଦପ୍ତରକୁ ଦୌଡିବାର ପୁରୁଣା ପରମ୍ପରା ଅବସାନ ଘଟାଇବ; କହିଲେ ମନ୍ତ୍ରୀ

ଏଣ୍ଡ ଟୁ ଏଣ୍ଡ ବ୍ୟବସ୍ଥାରେ ଗୋଟିଏ ମାଉସ କ୍ଲିକରେ ଏନ୍ଏସ୍ଡବ୍ଲୁଏସ୍ ନିବେଶ ବ୍ୟବସାୟ ସମସ୍ୟାର ସମାଧାନ କରିବ
ବ୍ୟବସ୍ଥାରେ ଏହା ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସମ୍ବେଦନଶୀଳତା ଆଣିବ ତଥା ଗୋଟିଏ ଡ୍ୟାସବୋର୍ଡରେ ସବୁ ନୂଆ ସୂଚନା ଉପଲବ୍ଧ କରାଇବ
ବିଦେଶୀ ଓ ଭାରତୀୟ ନିବେଶକ, ବ୍ୟବସାୟ ଓ ଷ୍ଟାର୍ଟଅପ୍ସ ସମୂହ ଏହା ଦ୍ୱାରା ବିଶେଷ ଉପକୃତ ହେବେ: ଶ୍ରୀଗୋୟଲ

ଅଠରଟି କେନ୍ଦ୍ରୀୟ ବିଭାଗ ଓ ୯ଟି ରାଜ୍ୟ ଏଥିରେ ଇତିମଧ୍ୟରେ ଅନ୍ତର୍ଭୁକ୍ତ ହୋଇସାରିଛନ୍ତି; ଆଉ ୧୪ଟି କେନ୍ଦ୍ରୀୟ ବିଭାଗ ଓ ୫ରାଜ୍ୟ ଏଥିରେ ଡିସେମ୍ବର ୨୦୨୧ ସୁଦ୍ଧା ସାମିଲ ହେବେ

Posted On: 22 SEP 2021 2:39PM by PIB Bhubaneshwar

କେନ୍ଦ୍ର ବାଣିଜ୍ୟ, ଉଦ୍ୟୋଗ, ବୟନ, ଖାଉଟି ବ୍ୟାପାର  ଯୋଗାଣ ମନ୍ତ୍ରୀ ପୀୟୂଷ ଗୋ ଆଜି ଏଠାରେ ନିବେଶକ ବ୍ୟାପାର ବାଣିଜ୍ୟ ପାଇଁ ଜାତୀୟ ଏକକ ବାତାୟନ(ସିଙ୍ଗଲ ୱିଣ୍ଡୋ)ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତିଏହି ଅବସରରେ ସେ କହିଛନ୍ତି ଯେ  ଜାତୀୟ ସିଙ୍ଗଲୱିଣ୍ଡୋ ବ୍ୟବସ୍ଥା ବା ଏନ୍ଏସ୍ଡବ୍ଲୁଏସ୍ ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଏକ ବିରାଟ ପଦକ୍ଷେପ

ସେ କହିଛନ୍ତି ଯେ ଏହି ବ୍ୟବସ୍ଥାର ଆରମ୍ଭ ଫଳରେ ଆନୁମୋଦନ ପଞ୍ଜୀକରଣ ପାଇଁ ସରକାରୀ ଦପ୍ତରକୁ ଦୌଡିବାର ପୁରୁଣା ପରମ୍ପରାର ଅବସାନ ଘଟିବ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନର ୭୫ତମ ସପ୍ତାହରେ ଏହା ନିବେଶକ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ମାଲିକଙ୍କୁ ଅନେକ ଅସୁବିଧାରୁ ମୁକ୍ତି ଦେବ ଏହା ଦ୍ୱାରା କେବଳ ଭାରତ ନୁହେଁ ବିଦେଶର ନିବେଶକ ଉଦ୍ୟୋଗୀ ମଧ୍ୟ ବିଶେଷଭାବେ ଉପକୃତ ହେବେ

ସେ  ଆହୁରି କହିଛନ୍ତି ଯେ ଏହି ଏନଏସ୍ଡବ୍ଲୁଏସ ସରକାରୀ ଦପ୍ତରକୁ ଦୌଡିବାର ଝିନ୍ଝଟ୍ରୁ ସମ୍ପୃକ୍ତ ପକ୍ଷଙ୍କୁ ମୁକ୍ତି ଦେବା ସହିତ ବ୍ୟାପାର ବାଣିଜକୁ ସୁଗମ କରିବ ଲୋକଙ୍କ ଜୀବନ ସହଜ ହେବ କାଗଜକାମ, ନକଲ, ତଥ୍ୟ ସଂଗ୍ରହ ଜନିତ ଜଞ୍ଜାଳରୁ ନିବେଶକ ଉଦ୍ୟୋଗୀ ତ୍ରାହି ପାଇବେ ଉଇଣ୍ଡୋ ଉଇଦିନ ଉଇଣ୍ଡୋବ୍ୟବସ୍ଥାରେ ସେମାନଙ୍କୁ ସବୁ ସୁବିଧା ସହଜରେ ମିଳିବ

ମନ୍ତ୍ରୀ ଶ୍ରୀ ଗୋୟେଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଣ୍ଣାୟକ ଦୃଢ ନେତ୍ୱତ୍ୱ ଭାରତୀୟମାନଙ୍କୁ ବଡ ବଡ ସ୍ୱପ୍ନ ଦେଖିବାକୁ ସମର୍ଥ ଉତ୍ସାହିତ କରିଛି ତାଙ୍କ ଦୂରଦୃଷ୍ଟି ବା ଭିଜନ ଆମ ପାଇଁ ରାଷ୍ଟ୍ରବିକାଶର ମିଶନରେ ପରିଣତ ହୋଇଛି ଜାତୀୟସ୍ତରରେ ସରାକର ବିଜନେସ୍ ମଧ୍ୟରେ ଗୋଟିଏ ଇଣ୍ଟରଫେସ ସ୍ଥାପନର ଆବଶ୍ୟକତା ଅନେକ ଦିନରୁ ଅନୁଭୂତ ହେଉଥିଲା ଆଜି ତାହା ସାକାର ହୋଇଛି ଏହା କୋଟି କୋଟି ନାଗରିକଙ୍କ ପାଇଁ ସୁଖ ସମୃଦ୍ଧି ଆଣିବ

ସେ କହିଛନ୍ତି ଯେ ଏହି ୱିଣ୍ଡୋ ପୋର୍ଟାଲ ନିବେଶକଙ୍କ ପାଇଁ ଅନୁମୋଦନ ପଞ୍ଜୀକରଣର ୱାନ-ଷ୍ଟପ୍‌‌-ସପ୍ ଭାବେ କାର୍ଯ୍ୟ କରିବ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ଆଉ ଦୌଡିବାକୁ ପଡିବ ନାହିଁ ଏହି ଗୋଟିଏ ମାଧ୍ୟମରେ ଗୋଟିଏ ସ୍ଥାନରେ ସେମାନେ ନିଜର ସବୁ କାମ ସହଜରେ କରିପାରିବେ

ଆଜି ସୁଦ୍ଧା ଏହି ପୋର୍ଟାଲ ୧୮ଟି କେନ୍ଦ୍ରୀୟ ବିଭାଗ ଟି ରାଜ୍ୟଙ୍କ ଅନୁମୋଦନ ଲାଭ କରିଛି ୨୦୨୧ ଡିସେମ୍ବର ସୁଦ୍ଧା ଏଥିରେ ଆଉ ୧୪ଟି କେନ୍ଦ୍ରୀୟ ବିଭାଗ ପାଂଚ ରାଜ୍ୟ ସାମିଲ ହେବେ କମ୍ପ୍ୟୁଟର ମାଉସ୍ କ୍ଲିକ କରିଏଣ୍ଡ ଟୁ ଏଣ୍ଡସୁବିଧାରେ ସବୁ କାମ ସହଜରେ ହୋଇପାରିବ

 ସେ ଆହୁରି କହିଛନ୍ତି ଯେ ଏହା ଦ୍ୱାରା କାର୍ଯ୍ୟରେ ସ୍ୱଚ୍ଛତା, ପାରଦର୍ଶିତା, ଦାୟିତ୍ୱବୋଧ ସମ୍ବେଦନଶୀଳତା ଆସିବ ଏବଂ ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହୋଇ ଏକ ଉତ୍ତମ ପରିବେଶ ସୃଷ୍ଟି ହେବ ସମସ୍ତ ପ୍ରକାର ସୂଚନା ସହାୟତା ସେବା ଗୋଟିଏ ସିଙ୍ଗଲ୍ ଡ୍ୟାଶ ବୋର୍ଡରୁ ମିଳିବ ନିବେଶକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଏକ ଆପ୍ଲିକାଣ୍ଟ ଡ୍ୟାଶ ବୋର୍ଡ ରହିବ ଏହା ମାଧ୍ୟମରେ ନିବେଶକ ନିଜର ଆବେଦନ, ଏହାର ସ୍ଥିତି ଜାଣିପାରିବା ସହିତ ବିଭିନ୍ନ ପ୍ରଶ୍ନର ଉତ୍ତର ପାଇପାରିବେ

ଏଥିରେ କେୱାଇଏ, କମନ ରେଜିଷ୍ଟ୍ରେସନ, ଷ୍ଟେଟ ରେଜିଷ୍ଟ୍ରେସନ ଫର୍ମ, ଡକୁମେଣ୍ଟ ରିପୋଜିଟରୀ -କମ୍ୟୁନିକେଶନ ସୁବିଧା ଉପଲବ୍ଧ

ଶ୍ରୀ ଗୋୟେଲ କହିଛନ୍ତି ଯେ ଭାରତ ଏବେ ଏକ ବଡ ଆର୍ଥିକ ଶକ୍ତି ଭାବେ ଆତ୍ମପ୍ରକାଶ କରୁଛି ଏବଂ ଏଥିପାଇଁ ସମଗ୍ର ବିଶ୍ୱର ଦୃଷ୍ଟି ଏହା ଉପରେ ରହିଛି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତ ଅର୍ଥନୀତି ୨୦% ଅଧିକ ଅଭିବୃଦ୍ଧି ହାସଲ କରିଛି

ଗତବର୍ଷ ଅଗଷ୍ଟ ତୁଳନାରେ ଚଳିତବର୍ଷ ଅଗଷ୍ଟରେ ଦେଶର ରପ୍ତାନୀ ୪୫.୪୭% ବଢିଛି ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ୨୨.୫୩ ବିଲିୟନ ଡଲାର ବିଦେଶୀ ପୁଞ୍ଜିନିବେଶ ଦେଶରେ ହୋଇଛି ୨୦୨୦ରେ ଦେଶରେ ମୋଟ ୮୧.୭୨ ବିଲିୟନ ଡଲାର ଏଫଡିଆଇ ନିବେଶ ହୋଇଥିଲା ଜିଆଇଆଇ ତାଲିକାରେ ଭାରତ ଏବେ ୪୬ ସ୍ଥାନରେ ପହଞ୍ଚିଛି ଗତ ବର୍ଷ ମଧ୍ୟରେ ଭାରତ କ୍ଷେତ୍ରରେ ୩୫ ପାହାଚ ଉପରକୁ ଉଠିଛି

ଶ୍ରୀ ଗୋୟେଲ କହିଛନ୍ତି ଯେ ଦ୍ରୁତ ଅର୍ଥନୈତିକ ବିକାଶ ସହିତ ଭାରତଏବେ ବିତ୍ତୀୟଧାରାକୁ ଫେରିଛି ଏବଂ ବିଶ୍ୱର ଅନ୍ୟତମ ଅତି ଦ୍ରୁତ ବିକାଶଶୀଳ ଅର୍ଥନୀତିର ମାନ୍ୟତା ହାସଲ କରିଛି ଗତ ସାତବର୍ଷ ଧରି ସରକାର ରେଉଁ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟା ଜାରି ରଖିଛନ୍ତି ଏହା ତାହାର ଫଳ ମେକ୍ ଇନ୍ ଇଣ୍ଡିଆ,ଷ୍ଟାର୍ଟଅପ ଇଣ୍ଡିଆ ପିଏଲଆଇ ଭଳି ଯେଉଁସବୁ ଯୋଜନା କାର୍ଯ୍ୟକାରୀ ହେଉଛି ଏନ୍ଏସ୍ ଡବ୍ଲୁଏସ ତାହାକୁ ବଳଯୋଗାଇବ ବୋଲି ସେ କହିଛନ୍ତି

ଏଠାରେ ସୂଚନାଯୋଗ୍ୟ ଯେ, ସରକାର ଦେଶର ବ୍ୟବସାୟ ବାତାବରଣରେ ଉନ୍ନତି ଆଣିବାକୁ ବିଶେଷ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି ସେଥିରେ ମେକ୍ ଇନ୍ ଇଣ୍ଡିଆ, ମେକ୍ ଫରି ୱାଲ୍ଡ କାର୍ଯ୍ୟକ୍ରମ ଅଗ୍ରାଧିକାର ପାଇଛି ଏହାକୁ ଚରିତାର୍ଥ କରିବା ପାଇଁ ସରକାର ନିକଟରେ ପିଏଲଆଇ ଇଣ୍ଡିଆ ଇଣ୍ଡଷ୍ଟ୍ରିଆଲ ଲ୍ୟାଣ୍ଡ ବ୍ୟାଙ୍କ ସିଷ୍ଟମ ପ୍ରବର୍ତ୍ତନ କରିଛନ୍ତି ମୋଟ ୧୩ଟି କ୍ଷେତ୍ର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ନୀତି (ପିଏଲ୍ଆଇ) ଘୋଷଣା କରାଯାଇଛି ଆତ୍ମନିର୍ଭାର ଭାରତ କାର୍ଯ୍ୟକ୍ରମରେ ବିଶ୍ୱସ୍ତରୀୟ ମାନୁଫ୍ୟାକଚରିଂ ଚମ୍ପିୟନ ସୃଷ୍ଟି କରିବାକୁ ଏହି ଯୋଜନାରେ ୨୭ବିଲିୟନ ଡଲାର ବ୍ୟୟବରାଦ ହୋଇଛି କେନ୍ଦ୍ରୀୟ ବଜେଟରେ ଅର୍ଥମନ୍ତ୍ରୀ ଏସବୁ ପ୍ରସ୍ତାବ ରଖି ସେଥିପାଇଁ ବ୍ୟୟବରାଦ କରିଛନ୍ତି ସିଙ୍ଗଲ ଉଇଣ୍ଡୋ ସିଷ୍ଟମ ସେଥିମଧ୍ୟରୁ  ଅନ୍ୟତମ

ଏହି ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥାରେ ଗୋଟିଏ ସ୍ଥାନର ସବୁ ସୂଚନାକୁ ଏକାଠି କରି ହିତାଧିକାରୀଙ୍କୁ ଯୋଗାଇବା, ତଥ୍ୟଜନିତ ନକଲ ଭ୍ରାନ୍ତି ଦୂର କରିବା, ଆବେଦନର ସ୍ଥିତି ଅନୁଧ୍ୟାନ ଏବଂ ଠିକ୍ ସମୟରେ ଅନୁମତି ପଞ୍ଜୀକରଣ କରାଇବା ଆଦି ସୁବିଧା ଉପଲବ୍ଧ ବିଭିନ୍ନ କେନ୍ଦ୍ରୀୟ ବିଭାଗ ଏବଂ ରାଜ୍ୟ ସରକାରଙ୍କ ସହ ବ୍ୟାପକ ବିଚାରବିମର୍ଶ ପରେ ଏହା ପ୍ରସ୍ତୁତ ହୋଇଛି ସେହିଭଳି କ୍ଷେତ୍ରରେ ମଧ୍ୟ ଉଦ୍ୟୋଗ ସଂଘ, ପେସାଦାର ସଂଗଠନ ଲିଗାଲ ଫାର୍ମଗୁଡିକ ସହ ପରାମର୍ଶ କରାଯାଇ ସେମାନଙ୍କ ପ୍ରସ୍ତାବକୁ ଅନ୍ତର୍ଭୁକ୍ତ କରାଯାଇଛି

 ସବୁ ସମ୍ପୃକ୍ତ ପକ୍ଷଙ୍କ ସହଯୋଗରେ ଏହା ପ୍ରସ୍ତୁତ ହୋଇଥିବାବେଳେ ଏହାର ଡିଜାଇନ କରିଛି ଇନଭେଣ୍ଟଇଣ୍ଡିଆସବୁ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ପାଇଁ ଉପଯୁକ୍ତ ସହଜ ହେଉଥିବା ଟେକ୍ନୋଲୋଜି ଏଥିରେ ବ୍ୟବହାର କରାଯାଇଛି

 

*****

NS / SLP



(Release ID: 1757205) Visitor Counter : 302