ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 21 SEP 2021 6:13PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନରେ ଫ୍ରାନ୍ସ ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରୋନ୍‌ଙ୍କ ସହ କଥା ହୋଇଥିଲେ ।

ଦୁଇ ନେତା ଅଫଗାନିସ୍ତାନରେ ସାମ୍ପ୍ରତିକ ସ୍ଥିତି ସମେତ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ ଆତଙ୍କବାଦ, ନିଶା କାରବାର, ବେଆଇନ ଅସ୍ତ୍ରଶସ୍ତ୍ର ତଥା ମାନବ ଚାଲାଣର ପ୍ରସାର, ମାନବିକ ଅଧିକାର, ମହିଳା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାରକୁ ସୁନିଶ୍ଚିତ କରିବାର ଆବଶ୍ୟକତା ଆଦି ବିଷୟରେ ଚିନ୍ତା ବ୍ୟକ୍ତ କରିଥିଲେ ।

ସେମାନେ ଭାରତ-ପ୍ରଶାନ୍ତ ମହାସାଗରରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ସହଯୋଗ ଏବଂ ଭାରତ-ଫ୍ରାନ୍ସର ସହଭାଗିତା ଏହି ଅଞ୍ଚଳରେ ସ୍ଥିରତା ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି ।

ଭାରତ-ଫ୍ରାନ୍ସ ରଣନୈତିକ ସହଯୋଗ ଆଭିମୁଖ୍ୟରେ ନେତାମାନେ ଘନିଷ୍ଠ ଏବଂ ନିୟମିତ ପରାମର୍ଶ ବଜାୟ ରଖିବାକୁ ରାଜି ହୋଇଥିଲେ, ଯାହାକୁ ଉଭୟ ଦେଶ ଗଭୀର ଭାବେ ସମ୍ମାନ କରନ୍ତି ।

HS


(ରିଲିଜ ଆଡି: 1756836) ପରିଦର୍ଶକ କାଉଣ୍ଟର : 350