ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 21 SEP 2021 6:13PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନରେ ଫ୍ରାନ୍ସ ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରୋନ୍ଙ୍କ ସହ କଥା ହୋଇଥିଲେ

ଦୁଇ ନେତା ଅଫଗାନିସ୍ତାନରେ ସାମ୍ପ୍ରତିକ ସ୍ଥିତି ସମେତ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଏହି ପରିପ୍ରେକ୍ଷୀରେ ସେମାନେ ଆତଙ୍କବାଦ, ନିଶା କାରବାର, ବେଆଇନ ଅସ୍ତ୍ରଶସ୍ତ୍ର ତଥା ମାନବ ଚାଲାଣର ପ୍ରସାର, ମାନବିକ ଅଧିକାର, ମହିଳା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାରକୁ ସୁନିଶ୍ଚିତ କରିବାର ଆବଶ୍ୟକତା ଆଦି ବିଷୟରେ ଚିନ୍ତା ବ୍ୟକ୍ତ କରିଥିଲେ

ସେମାନେ ଭାରତ-ପ୍ରଶାନ୍ତ ମହାସାଗରରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ସହଯୋଗ ଏବଂ ଭାରତ-ଫ୍ରାନ୍ସର ସହଭାଗିତା ଏହି ଅଞ୍ଚଳରେ ସ୍ଥିରତା ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି

ଭାରତ-ଫ୍ରାନ୍ସ ରଣନୈତିକ ସହଯୋଗ ଆଭିମୁଖ୍ୟରେ ନେତାମାନେ ଘନିଷ୍ଠ ଏବଂ ନିୟମିତ ପରାମର୍ଶ ବଜାୟ ରଖିବାକୁ ରାଜି ହୋଇଥିଲେ, ଯାହାକୁ ଉଭୟ ଦେଶ ଗଭୀର ଭାବେ ସମ୍ମାନ କରନ୍ତି

HS


(ରିଲିଜ ଆଡି: 1756836) ପରିଦର୍ଶକ କାଉଣ୍ଟର : 332