ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

କେନ୍ଦ୍ର ସରକାର ରପ୍ତାନୀକାରୀଙ୍କୁ ପ୍ରଚୁର ସହାୟତା ଯୋଗାଇଛନ୍ତି


● ବିଭିନ୍ନ ରପ୍ତାନୀ ପ୍ରୋତ୍ସାହନ ଯୋଜନାରେ ୫୬,୦୨୭ କୋଟି ଟଙ୍କା ଶୀଘ୍ର ପ୍ରଦାନ କରାଯିବ

● ୪୫ହଜାରରୁ ଅଧିକ ରପ୍ତାନୀକାରୀ ପାଇବେ ସହାୟତା; ସେମାନଙ୍କ ମଧ୍ୟରୁ ୯୮% ଏମ୍ଏସ୍ଏମ୍ଇ କ୍ଷେତ୍ରର କ୍ଷୁଦ୍ର ରପ୍ତାନୀକାରୀ

● ଏହି ସହାୟତା ସମ୍ପୃକ୍ତ ରପ୍ତାନୀକାରୀଙ୍କୁ ଆରଓଟିଇପି ଓ ଆରଓଏସ୍ସି ଟିଏଲ୍ ସ୍କିମ ବାହାରେ ଦିଆଯାଉଛି । ଆରଓଡିଟିଇନ୍ ସ୍କିମରେ ୧୨,୪୫୪କୋଟି ଟଙ୍କା ଏବଂ ଆରଓଏସ୍ସିଟିଏଲ୍ ସ୍କିମରେ ୬୯୪୬କୋଟି ଟଙ୍କା ସରକାର ସହାୟତା ଆକାରରେ ଦେବାକୁ ଇତିମଧ୍ୟରେ ଘୋଷଣା କରିଛନ୍ତି

● ଏହି ସହାୟତା ଯୋଗାଣ ଦ୍ୱାରା ସମ୍ପୃକ୍ତ ଉଦ୍ୟୋଗ ନିଜର ନଗଦ ଆବଶ୍ୟକତା (କ୍ୟାସ ଫ୍ଲୋ) ପୂରଣ କରିପାରିବେ ଏବଂ ଆର୍ନ୍ତଜାତିକ ବଜାରର ରପ୍ତାନୀ ଚାହିଦା ମେଣ୍ଟାଇବାରେ ସମର୍ଥ ହେବେ

● ଏହି ସହାୟତା ଓ ସମର୍ଥନର ବିବିଧ ପ୍ରଭାବ ସମ୍ପୃକ୍ତ ଉଦ୍ୟୋଗ ଉପରେ ପଡିବ; ଏହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

● ରପ୍ତାନୀ କ୍ଷେତ୍ରରେ ଗତ କେତେମାସ ଧରି ବଡ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି, ସରକାରଙ୍କର ଏହି ସହାୟତା ଯୋଗଣ ନିଷ୍ପତ୍ତି ରପ୍ତାନୀ ଅଭିବୃଦ୍ଧିକୁ ଆହୁରି ଅଧିକ ବେଗଗାମୀ କରିବ

Posted On: 09 SEP 2021 5:34PM by PIB Bhubaneshwar

  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଣ୍ଣାୟାତ୍ମକ ନେତୃତ୍ୱରେ ଭାରତ ସରକାର ରପ୍ତାନୀକାରୀମାନଙ୍କୁ ସବୁ ବକେୟା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ୨୦୨୧-୨୨ ବଜେଟ୍ରେ ୫୬, ୦୨୭ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ଅର୍ଥ ରପ୍ତାନୀକାରୀଙ୍କୁ ଏମଇଆଇଏସ, ଏସଇଆଇଏସ, ଆରଓଏସଟିଏଲ ଅନ୍ୟାନ୍ୟ ଯୋଜନା ଭିତ୍ତିକ ସ୍କିମରେ ପ୍ରୋତ୍ସାହନ / ସହାୟତା ଆକାରରେ ମିଳିବ ଏହି ସହାୟତା ପ୍ରୋତ୍ସାହନର ଲାଭ ୪୫ହଜାରରୁ ଅଧିକ ରପ୍ତାନୀକାରୀ ପାଇବେ ସେମାନଙ୍କ ମଧ୍ୟରୁ ୯୮ ଶତାଂଶ ଏମ୍ଏସଏମଇ କ୍ଷେତ୍ରର ରପ୍ତାନୀକାରୀ, ଖୁବ୍ ଶୀଘ୍ର ଏହି ସହାୟତା ରାଶି ସମ୍ପୃକ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯିବ

ମୋଟ ୫୬, ୦୨୭ କୋଟିର ଏହି ଅର୍ଥ ରାଶି ବକେୟା ରପ୍ତାନୀ ପ୍ରୋତ୍ସାହନ ବାବଦରେ ବିଭିନ୍ନ ଯୋଜନା ପାଇଁ ଦିଆଯିବ ସେଥିମଧ୍ୟରେ  ଏମଇଆଇଏସ ପାଇଁ ୩୩,୦୧୦କୋଟି, ଏସଇଆଇଏସ ପାଇଁ ୧୦,୦୦୨ କୋଟି, ଆରଓଏସସିଟିଏଲ୍ନିମନ୍ତେ ୫୨୮୬କୋଟି, ଆରଓଏସଏଲ୍ପାଇଁ ୩୩୦କୋଟିଆରଓଡିଟିଏସପ ସକାଶେ ୨୫୬୮ କୋଟି ଟଙ୍କା ଅନ୍ତର୍ଭୁକ୍ତ ଏହାଛଡା ଟାର୍ଗେଟେଡ ପ୍ଲସ ଲିଗାସୀ ସ୍କିମରେ ହିତାଧିକାରୀଙ୍କୁ ୪୮୩୧ କୋଟି ଟଙ୍କା ଯୋଗାଇ ଦିଆଯିବାକୁ ଅର୍ଥ ମଞ୍ଜୁର ହୋଇଛି ସରକାର ଏହି ଯୋଜନାରେ ଯେଉଁ ଅର୍ଥ ଯୋଗାଇ ଦେବାକୁ  ଯାଉଛନ୍ତି ତାହାକୁ ଛାଡି ସମ୍ପୃକ୍ତ ରପ୍ତାନୀକାରୀଙ୍କୁ ଜଙଊଞଋଚ ଜଙଝଉଞଖ ସ୍କିମ୍ରେ ଯଥାକ୍ରମେ ୧୨, ୪୫୪ କୋଟି ୬୯୪୬ କୋଟି ଟଙ୍କା ଅତିରିକ୍ତ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ଚଳିତ ଆର୍ଥିକ ବର୍ଷ (୨୦୨୧-୨୨) ରପ୍ତାନୀ ପାଇଁ ରପ୍ତାନୀକାରୀ ଏହି ପ୍ରୋତ୍ସାହନ ରାଶି ପାଇବେ

ଭାରତରେ ଗତ କେଇ ମାସରେ ରପ୍ତାନୀ ବାଣିଜ୍ୟରେ ଏକ ବଡ ଅଭିବୃଦ୍ଧି ଘଟିଛି ୨୦୨୧ ଏପ୍ରିଲ-ଅଗଷ୍ଟ ଅବଧିରେ ଭାରତ ମୋଟ ୧୬୪ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରିଛି ଗତ ଆର୍ଥିକ ବର୍ଷର ଏହି ସମୟର ରପ୍ତାନୀଠାରୁ ଏହା ୬୭ ଶତାଂଶ ଏବଂ ୨୦୧୯-୨୦ ତୁଳନାରେ ୨୩% ଅଧିକ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ରପ୍ତାନୀକାରୀଙ୍କୁ ସମସ୍ତ ବକେୟା ପ୍ରୋତ୍ସାହନମୂଳକ ଅର୍ଥରାଶି ପ୍ରଦାନ କରିବା ନିଷ୍ପତ୍ତି ଫଳରେ ଆସନ୍ତା ମାସଗୁଡିକରେ ରପ୍ତାନୀ ବାଣିଜ୍ୟକୁ ବଢାଇବାରେ ସହାୟକ ହେବ

            ସାମଗ୍ରୀ ରପ୍ତାନୀ ପାଇଁ ଏମ୍ଇଆଇଏମ୍ ବ୍ୟବସ୍ଥାରେ ସବୁ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି ଏଥିରେ ଔଷଧପତ୍ର, ଲୁହା ଇସ୍ପାତ, ଇଞ୍ଜିନିୟରିଂ ସାମଗ୍ରୀ, ରସାୟନ, ମତ୍ସ୍ୟ, କୃଷି ତତ୍ସଂଲଗ୍ନ କ୍ଷେତ୍ରଗୁଡିକ ଅନ୍ତର୍ଭୁକ୍ତ ସେହିଭଳି ଅଟୋ ଅଟୋ ଯନ୍ତ୍ରାଂଶ ଉଦ୍ୟୋଗ ପୂର୍ବବର୍ଷରେ ଯେଉଁସବୁ ସାମଗ୍ରୀ ରପ୍ତାନୀ କରିଛନ୍ତି ସେ ବାବଦରେ ମଧ୍ୟ ପ୍ରୋତ୍ସାହନ ରାଶି ଦାବି କରିପାରିବେ ଏହି ପ୍ରୋତ୍ସାହନ ରାଶି ଯୋଗାଣ ଫଳରେ ସମ୍ପୃକ୍ତ ସବୁ ଉଦ୍ୟୋଗର ନଗଦ ଆବଶ୍ୟକତା (କ୍ୟାସ ଫ୍ଲୋ) ପୂରଣ ହୋଇପାରିବ  ଏହା ଦ୍ୱାରା ସେମାନେ ଆନ୍ତର୍ଜାତିକ ବଜାର ଚାହିଦା ପୂରଣ ପାଇଁ ନିଜର ରପ୍ତାନୀ ବଢାଇବାରେ ସମର୍ଥ ହେବେ ଏବେ ଆନ୍ତର୍ଜାତିକ ରପ୍ତାନୀ ବାଣିଜ୍ୟ ସ୍ଥିତିରେ ଦ୍ରୁତ ଉନ୍ନତି ଘଟୁଛି ଭାରତୀୟ ରପ୍ତାନୀକାରୀ ଏହା ସୁଯୋଗ ନେଇପାରିବେ

ପର୍ଯ୍ୟଟନ, ଭ୍ରମଣ, ଆତିଥ୍ୟ ସମେତ ସେବା କ୍ଷେତ୍ରରେ ସବୁ ରପ୍ତାନୀକାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଝଋଓଝ ଲାଭ ଦାବି କରିପାରିବେ ଏଥିପାଇଁ ୨୦୬୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ଏଥିପାଇଁ ମଧ୍ୟ ଆବଶ୍ୟକ ବିଜ୍ଞପ୍ତି ପ୍ରକାଶ ପାଇଲାଣି ଏହି ସହାୟତା ସମ୍ପୃକ୍ତ କ୍ଷେତ୍ର/ଉଦ୍ୟୋଗର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ

ବସ୍ତ୍ର /ପୋଷାକ ଉଦ୍ୟୋଗ ଏକ ଶ୍ରମିକ ବହୁଳ କ୍ଷେତ୍ର ଏହି କ୍ଷେତ୍ରର ରପ୍ତାନୀକାରୀ ସେମାନଙ୍କର ବକେୟା ପ୍ରୋତ୍ସାହନ ଅର୍ଥ ଆର୍ଓଏସ୍ସିଟିରେ ଆର୍ଓଏସ୍ଏଲ୍ ଯୋଜନାରେ ପାଇବେ ଏହା ଫଳରେ ଆସନ୍ତା ପାର୍ବଣ ଋତୁରେ ଏହି ଉଦ୍ୟୋଗର ଯୋଗାଣ ବ୍ୟବସ୍ଥା ସୁଦୁଢ ହେବା ସହିତ ଆନ୍ତର୍ଜାତିକ ବଜାରର ଚାହିଦାକୁ ପୂରଣ କରାଯାଇପାରିବ

ପୁରୁଣା ବା ବକେୟା ପ୍ରୋତ୍ସାହନ ରାଶି ପାଇବାକୁ ସମ୍ପୃକ୍ତ ହିତାଧିକାରୀଙ୍କୁ ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଆବେଦନ କରିବାକୁ ପଡିବ ଏହି ସମୟ ସୀମା ଭିତରେ ଆବେଦନ କଲେ ଅର୍ଥ ମିଳିବାରେ ଅସୁବିଧା ହେବ ଆବେଦନ ପାଇଁ ଖୁବ୍ ଶୀଘ୍ର ଅନଲାଇନ୍ ଆଇଟି ପୋର୍ଟାଲ କାର୍ଯ୍ୟ ଆରମ୍ଭ କରିବ ଏଥିପାଇଁ ଅର୍ଥମନ୍ତ୍ରଣାଳୟ ଆବଶ୍ୟକ ବ୍ୟବସ୍ଥା କରିଛି ବଜେଟ୍ ବ୍ୟବସ୍ଥା ଅନୁସାରେ ସବୁ ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ଯୋଗାଇ ଦିଆଯିବ

କରୋନା ମହାମାରୀ ଯୋଗୁଁ ସରକାରଙ୍କ ରାଜସ୍ୱ ଚାପ ବଢିବା ସତ୍ତ୍ୱେ ରପ୍ତାନୀକାରୀଙ୍କୁ ସେମାନଙ୍କ ପ୍ରୋତ୍ସାହନ ବାବଦ ଅର୍ଥ ବଜେଟ ବରାଦ ଅନୁସାରେ ଚଳିିତ ଆର୍ଥିକ ବର୍ଷ ମଧ୍ୟରେ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ଦେଶର ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଉପଯୁକ୍ତ ସମୟରେ ମହତ୍ୱପୂର୍ଣ୍ଣ ସାହାଯ୍ୟ ସହଯୋଗ ଯୋଗାଇ ଦେଇ ଏହାକୁ ଅଧିକ ଗତିିଶୀଳ କରିବାକୁ ସରକାର ଉଚିତ ମନେ  କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି

 

*****

TM /SLP



(Release ID: 1753748) Visitor Counter : 215