ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପାରାଲିମ୍ପିକ୍ସ କ୍ରୀଡ଼ାରେ ଜାଭେଲିନରେ ରୌପ୍ୟ ପଦକ ବିଜୟ ପାଇଁ ଦେବେନ୍ଦ୍ର ଝାଝରିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 30 AUG 2021 9:47AM by PIB Bhubaneshwar

ଟୋକିଓଠାରେ ଅନୁଷ୍ଠିତ ପାରାଲିମ୍ପିକ୍ସ କ୍ରୀଡ଼ାରେ ଜାଭେଲିନରେ ରୌପ୍ୟ ପଦକ ଜିତିଥିବା ଦେବେନ୍ଦ୍ର ଝାଝରିଆଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍ରେ କହିଛନ୍ତି;

‘‘ଦେବେନ୍ଦ୍ର ଝାଝରିଆଙ୍କ ଦ୍ୱାରା ଅନନ୍ୟ ପ୍ରଦର୍ଶନ! ଆମର ଅନ୍ୟତମ ଅଭିଜ୍ଞସମ୍ପନ୍ନ ଆଥଲେଟ ଏକ ରୌପ୍ୟ ପଦକ ଜିତିଛନ୍ତି । ଦେବେନ୍ଦ୍ର ଭାରତକୁ ଲଗାତର ଭାବେ ଗୌରବାନ୍ୱିତ କରାଇ ଆସୁଛନ୍ତି । ତାଙ୍କୁ ଅଭିନନ୍ଦନ ଜଣାଉଛି । ଭବିଷ୍ୟତର ପ୍ରୟାସ ନିମନ୍ତେ ତାଙ୍କୁ ଶୁଭକାମନା ଜଣାଉଛି ।’’

SR



(Release ID: 1750418) Visitor Counter : 192