ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଭାରତରେ ସର୍ବମୋଟ ଟିକାକରଣ ୬୩ କୋଟି ସଂଖ୍ୟାକୁ ଅତିକ୍ରମ କରିଛି
• ଗତ ୨୪ଘଣ୍ଟାରେ ୭୩ଲକ୍ଷରୁ ଅଧିକ ଟୀକା ଦିଆଯାଇଛି
• ଦେଶରେ ଆରୋଗ୍ୟହାର ୯୭.୫୩ ପ୍ରତିଶତ ରହିଛି
• ଗତ ୨୪ଘଣ୍ଟା ରେ ୪୫,୦୮୩ ଦୈନିକ ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି
• ଭାରତରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୩,୬୮,୫୫୮ରହିଛି
• ସର୍ବମୋଟ ସଂକ୍ରମିତଙ୍କ ୧.୧୩ ପ୍ରତିଶତ
• ଦୈନିକ ପଜିଟିଭିଟି ହାର (୨.୫୭ପ୍ରତିଶତ) ଗତ ୩୪ଦିନରୁ ତିନି ପ୍ରତିଶତରୁ କମ୍
Posted On:
29 AUG 2021 9:53AM by PIB Bhubaneshwar
୬୩କୋଟି ଟୀକାକରଣ ସହିତ ଭାରତ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅତିକ୍ରମ କରିଛି । ଆଜି ସକାଳ ୭ଟା ପର୍ଯ୍ୟନ୍ତ ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୭୩, ୮୫, ୮୬୬ ଟିକାକରଣ ସହିତ ଦେଶରେ ସର୍ବମୋଟ ଟୀକାକରଣ ୬୩.୦୯ କୋଟି ଅତିକ୍ରମ କରିଛି । ଟୀକାକରଣ ଏହି ଲକ୍ଷ୍ୟ ୬୭,୮୦, ୩୦୧ଟି ଟିକାକରଣ ଅଧିବେଶନ ମାଧ୍ୟମରେ ହାସଲ କରାଯାଇଛି ।
ଆଜି ସକାଳ ୮ପର୍ଯ୍ୟନ୍ତ ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁସାରେ ସର୍ବମୋଟ ଟୀକାକରଣର ବିବରଣୀ ନିମ୍ନରେ ପ୍ରଦତ୍ତ ହୋଇଛି ।
ଦେଶରେ କୋଭିଡ-୧୯ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ତଥା ଏହାର ପରିସରକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଗତ ୨୪ଘଣ୍ଟା ମଧ୍ୟରେ ୩୫, ୮୪୦ କରୋନା ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ ହେବା ଫଳରେ ଦେଶର ସର୍ବମୋଟ ଆରୋଗ୍ୟଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୩, ୧୮, ୮୮, ୬୪୨କୁ ବୃଦ୍ଧି ପାଇଛି । (ମହାମାରୀ ଆରମ୍ଭ ହେବା ପରଠାରୁ) ଆରୋଗ୍ୟହାର ୯୭.୫୩ପ୍ରତିଶତକୁ ବୃଦ୍ଧି ପାଇଛି ।
କେନ୍ଦ୍ର ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ନିରନ୍ତର ଏବଂ ସହଯୋଗାତ୍ମକ ପ୍ରଚେଷ୍ଟାର ପରିଣାମ ସ୍ୱରୂପ ଗତ ୬୩ଦିନରେ ଲଗାତାର ଭାବରେ ଦୈନିକ ୫୦,୦୦୦ରୁ କମ୍ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ଭାରତରେ ଗତ ୨୪ଘଣ୍ଟା ମଧ୍ୟରେ ୪୫, ୦୮୩, ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସକ୍ରିୟ ସଂକ୍ରମିତ ବ୍ୟକ୍ତି ସଂଖ୍ୟା ହେଉଛି ୩, ୬୮,୫୫୮ ରହିଛି ।

ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ଦେଶର ସର୍ବ ମୋଟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟାର ୧.୧୩ ପ୍ରତିଶତ ଅଟେ।

ସମଗ୍ର ଦେଶରେ କୋଭିଡ ପରୀକ୍ଷଣ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ଘଟି ଚାଲିଛି । ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୧୭,୫୫, ୩୨୭ ନମୁନା ପରୀକ୍ଷା କରାଯାଇଛି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୧, ୮୬ କୋଟିରୁ ଅଧିକ (୫୧, ୮୬, ୪୨, ୯୨୯) ପରୀକ୍ଷଣ କରାଯାଇସାରିଛି ।
ସମଗ୍ର ଦେଶରେ ଏପଟେ କୋଭିଡ ପରୀକ୍ଷଣ କ୍ଷମତାରେ ବୃଦ୍ଧି କରାଯାଇଥିବାବେଳେ ସେପଟେ ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୨.୨୮ପ୍ରତିଶତରୁ ତଳେ ରହିଛି, ତାହା ଗତ ୬୫ ଦିନରେ ୩ ପ୍ରତିଶତରୁ କମ୍ ଅଟେ । ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୨.୫୭ପ୍ରତିଶତ ରହିଛି । ଗତ ୩୪ଦିନରୁ ଦୈନିକ ପଜିଟିଭିଟି ହାର ୩ପ୍ରତିଶତରୁ ତଳେ ଏବଂ ଲଗାଦାର ୮୩ ଦିନରୁ ୫ପ୍ରତିଶତରୁ ତଳେ ହିଁ ରହିଛି ।
****
NS / SLP
(Release ID: 1750292)
Visitor Counter : 227
Read this release in:
Telugu
,
English
,
Urdu
,
Hindi
,
Marathi
,
Manipuri
,
Bengali
,
Gujarati
,
Tamil
,
Malayalam
,
Malayalam