ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସ୍ୱାଧୀନତାର ୭୫ବର୍ଷ ପାଳନ ଅବସରରେ “ଅମୃତ ମହୋତ୍ସବ” ଅନ୍ତର୍ଗତ ୨୮ଅଗଷ୍ଟ ୨୦୨୧ରେ ନୂଆଦିଲ୍ଲୀଠାରେ ‘ମେରା ବତନ, ମେରା ଚମନ' ମୁଶାୟରା କାର୍ଯ୍ୟକ୍ରମ ଆୟୋଜିତ କରିବ

ମହାନ୍ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ସ୍ମରଣ କରିବାକୁ ଯାଇ ଖ୍ୟାତନାମା କବିମାନେ ‘ଭାରତର ସ୍ୱତନ୍ତ୍ରତାର ଉତ୍ସବ' ଉପରେ ‘ସ୍ୱରଚିତ କବିତା ଏବଂ ଦୋହା' ପ୍ରସ୍ତୁତ କରିବେ : ମୁକ୍ତାର ଆବାସ ନକ୍‌ଭି

ପୋଷ୍ଟ କରାଯିବା ଦିନାଙ୍କ: 24 AUG 2021 3:18PM by PIB Bhubaneswar

 କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁକ୍ତାର ଆବାସ ନକ୍‌ଭି ଆଜି କହିଛନ୍ତି ଯେ ସ୍ୱାଧୀନତାର ୭୫ବର୍ଷ ପୂରଣ ହେବା ଅବସରରେ ଅମୃତ ମହୋତ୍ସବ ଅନ୍ତର୍ଗତ ୨୮ଅଗଷ୍ଟ ୨୦୨୧ରେ ନୂଆଦିଲ୍ଳୀଠାରେ ମେରା ବତନ, ମେରା ଚମ ମୁଶାୟରା କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

            ଶ୍ରୀ ନକ୍‌ଭି କହିଛନ୍ତି ଯେ ମହାନ୍ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ସ୍ମରଣ କରି ଭାରତର ସ୍ୱତନ୍ତ୍ରତାର ଉତ୍ସବ'ରେ ପ୍ରସିଦ୍ଧ କବିମାନେ ନିଜର କବିତା ଏବଂ ଦୋହା ପ୍ରସ୍ତୁତ କରିବେ ।

            ରାଜଧାନୀର ଡା. ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରଠାରେ ଆୟୋଜିତ ହେବାକୁ ଥିବା "ମେରା ବତନ, ମେରା ଚମ ' ମୁଶାୟରା କାର୍ଯ୍ୟକ୍ରମରେ କବି ନିଜର ସ୍ୱରଚିତ କବିତା ମାଧ୍ୟମରେ ଦେଶ ବିଭାଜନର ଭୟାବହତା ଏବଂ ଯନ୍ତ୍ରଣା ସମ୍ପର୍କରେ ଜନତାଙ୍କୁ ଅବଗତ କରାଇବେ ।

            ସେ କହିଛନ୍ତି କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରଣାଳୟ ୨୦୨୩ ପର୍ଯ୍ୟନ୍ତ ଦେଶବ୍ୟାପୀ ଅମୃତ ମହୋତ୍ସବ' ଅନ୍ତର୍ଗତ ମେରା ବତନ, ମେରା ଚମ' ମୁଶାୟରା ଏବଂ କବି ସମ୍ମିଳନୀର ଆୟୋଜନ କରୁଛି, ଯେଉଁଠି ପ୍ରସିଦ୍ଧ ଏବଂ ଉଦୀୟମାନ କବିମାନେ ଭାରତ ସ୍ୱାଧୀନତାର ୭୫ବର୍ଷ ସହିତ ଜଡିତ ଥିବା ସ୍ମୃତିକୁ ବାଣ୍ଟିପାରିବେ ।

            ମନ୍ତ୍ରୀ କହିଛନ୍ତି ଯେ ଶ୍ରୀ ୱସିମ୍ ବରେଲୱୀ, ଶ୍ରୀମତୀ ସବିତା ଅଦୀବ୍‌, ଶ୍ରୀ ମଞ୍ଜର ଭୋପାଲି, ଡା. ଡି.ପି. ସିଂ, ଶ୍ରୀମତୀ ସବା ବଳରାମ ପୁରୀ, ଶ୍ରୀ ହଶିବ ଶୋଜ, ଶ୍ରୀ ୟେଜାଜ୍ ପାମ୍ପୁଲର ମେରଠୀ, ସର୍ଦ୍ଦାର ସୁରେନ୍ଦ୍ର ସିଂ ଶଜର, ଶ୍ରୀ ସିକନ୍ଦର ହୟାତ୍ ଗଡବଡ, ଶ୍ରୀ ଖୃସିଦ୍ ହେଦର, ଶ୍ରୀ ଅକିଲ ନମାନୀ, ଡା. ଆବ୍ୱାସ୍ ରଜା ନୟୌର ଜଲାଲପୁରୀ (ନିଜାପଥ)ଙ୍କ ଭଳି ପ୍ରସିଦ୍ଧ କବି ମୁଶାୟରାମାନେ ଦର୍ଶକମାନଙ୍କୁ  ମନ୍ତ୍ରମୁଗ୍ଧ କରିପାରିବେ

            ଶ୍ରୀ ନକ୍‌ଭି କହିଛନ୍ତି, ମୁଶାୟରା' ଏବଂ କବି ସମ୍ମିଳନୀ' ଆମ ଦେଶର ସମୃଦ୍ଧ ସଂସ୍କୃତିର ଏକ ଅଂଶବିଶେଷ, ଯାହା ବିବିଧତାରେ ଏକତା ବନ୍ଧକୁ ମଜବୁତ କରିଥାଏ । ମୁଶାୟରା' ଭଳି କାର୍ଯ୍ୟକ୍ରମ ଶାନ୍ତିର ବାର୍ତ୍ତା ବିତରଣ କରିଥାଏ ଏବଂ ସମାଜରେ ସାମାଜିକ ସଦ୍‌ଭାବ ଏବଂ ଭାଇଚାରାକୁ ମଧ୍ୟ ମଜବୁତ କରିଥାଏ । ସେ କହିଛନ୍ତି, ଏହିଭଳି କାର୍ଯ୍ୟକ୍ରମ ଯୁବପିଢିମାନଙ୍କୁ ଦେଶର କଳା ଏବଂ ସଂସ୍କୃତିର ସମୃଦ୍ଧ ଐତିହ୍ୟ ସମ୍ପର୍କରେ ଅବଗତ କରାଇଥାଏ ।

*****

 

NS / SLP


(ରିଲିଜ ଆଡି: 1748752) ପରିଦର୍ଶକ କାଉଣ୍ଟର : 289
ଏହି ରିଲିଜ ପଢନ୍ତୁ : Punjabi , Telugu , English , Urdu , हिन्दी