ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

୫୪ ପାରାଲିମ୍ପିକ୍ସ ଆଥଲେଟ୍ ଭାରତର ପ୍ରତିନିଧିତ୍ୱ କରିବେ ଏବଂ ୨୫ ଅଗଷ୍ଟରୁ ଟୋକିଓ ପାରାଲିମ୍ପିକ୍ସରେ ପଦକ ପାଇଁ ସେମାନଙ୍କର ଯାତ୍ରା ଆରମ୍ଭ କରିବେ

ସମସ୍ତ ୫୪ ଆଥଲେଟ୍ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍ (ଟିଓପିଏସ୍‍) ର ଅଂଶ ଅଟନ୍ତି

Posted On: 22 AUG 2021 4:12PM by PIB Bhubaneshwar

ମୁଖ୍ୟ  କର୍ଷଣ :

  • ଏହି ୫୪ଜଣିଆ ଆଥଲେଟ ଦଳ ହେଉଛି ପୂର୍ବରୁ ଭାରତ ପାରାଲିମ୍ପିକ୍ସକୁ ପଠାଇଥିବା କୌଣସି ଦଳ ଠାରୁ ସର୍ବବୃହତ୍ଅଟେ
  • ଭବୀନା ଏବଂ ସୋନାଲବେନ୍ ଟୋକିଓରେ ଅଗଷ୍ଟ ୨୫ ତାରିଖ ଅର୍ଥାତ୍କ୍ରୀଡା ଉଦ୍ଘାଟନୀ ଦିନରୁ ନିଜର ଯୋଗ୍ୟତା ରାଉଣ୍ଡ ଆରମ୍ଭ କରିବେ ସେମାନେ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍ (ଟିଓପିସ୍‍) କୋର ଗ୍ରୁପ୍ ଏକ ଅଂଶ
  • ୪୯ କିଲୋଗ୍ରାମରୁ କମ୍ମହିଳା କେ୪୪ ବର୍ଗରେ ଅରୁଣା ଅଂଶଗ୍ରହଣ କରିବେ ସେ ସେପ୍ଟେମ୍ବର ରେ ରାଉଣ୍ଡ -୧୬ ରାଉଣ୍ଡରୁ ଯୋଗଦେବେ ସେ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍ (ଟିଓପିଏସ୍‍) ଏକ ଅଂଶ
  • ୫୦ କିଲୋଗ୍ରାମ ପର୍ଯ୍ୟନ୍ତ ମହିଳା ବର୍ଗରେ ଅଂଶଗ୍ରହଣ କରୁଥିବା ସାକିନା ହେଉଛନ୍ତି ଏକମାତ୍ର ଭାରତୀୟ ମହିଳା ପାରାଲିମ୍ପିଆନ୍ ଯିଏକି କମନୱେଲଥ କ୍ରୀଡା ପଦକ ଜିତିଛନ୍ତି

ଭାରତରୁ ୫୪ ଆଥଲେଟ୍ ୯ଟି କ୍ରୀଡା ବିଭାଗ ଯଥା ତୀରନ୍ଦାଜୀ, ଆଥଲେଟିକ୍ସ (ଟ୍ରାକ୍ ଏବଂ ଫିଲ୍ଡ), ବ୍ୟାଡମିଣ୍ଟନ୍‌, ସନ୍ତରଣ, ଭାରୋତ୍ତୋଳନ ଏବଂ ଅନ୍ୟ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏହା ହେଉଛି ଭାରତ ପୂର୍ବରୁ ଯେକୌଣସି ପାରାଲିମ୍ପିକ୍ସକୁ ପଠାଇଥିବା ଦଳ ଅପେକ୍ଷା ବୃହତ୍ତମ ସମସ୍ତ ୫୪ ଆଥଲେଟ୍ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍ (ଟିଓପିଏସ୍‍) ଏକ ଅଂଶ

ଗୁଜୁରାଟ ରାଜ୍ୟରୁ ଥିବା ଭାବିନା ପଟେଲ ଏବଂ ସୋନାଲବେନ ପଟେଲ ପାରାଲିମ୍ପିକ କ୍ରୀଡାରେ ନିଜର ଶ୍ରେଷ୍ଠତା ପ୍ରତିପାଦନ ଉପରେ ନଜର ରଖିଛନ୍ତି ଏହି ଯୋଡି ଯଥାକ୍ରମେ ଜଣିକିଆ ମହିଳା ପାରା ଟେବୁଲ୍ ଟେନିସ୍ ହ୍ୱିଲ୍ଚେୟାର କ୍ଲାସ ବର୍ଗ ଏବଂ ଜଣିକିଆ ମହିଳା ହ୍ୱିଲ୍ଚେୟାର କ୍ଲାସ୍ ବର୍ଗରେ ଅଂଶଗ୍ରହଣ କରୁଛନ୍ତି ମହିଳା ଡବଲ୍ସ କ୍ରୀଡା ପାଇଁ ସେମାନେ ଯୋଡି ହୋଇଛନ୍ତି

https://static.pib.gov.in/WriteReadData/userfiles/image/image001AP35.jpg

ଭାବିନା ଏବଂ ସୋନାଲବେନ୍ ଟୋକିଓରେ ଉଦ୍ଘାଟନିର ପ୍ରଥମ ଦିନ ଅର୍ଥାତ ଅଗଷ୍ଟ ୨୫ ରେ ସେମାନଙ୍କର ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ କରିବେ ଯୋଗ୍ୟତା ପର୍ଯ୍ୟାୟ ଅଗଷ୍ଟ ୨୫, ୨୬ ଏବଂ ୨୭ ପାଇଁ ଧାର୍ଯ୍ୟ ହୋଇଥିବାବେଳେ ସେମିଫାଇନାଲ୍ ଏବଂ ଫାଇନାଲ୍ ଯଥାକ୍ରମେ ଅଗଷ୍ଟ ୨୮ ଏବଂ ୨୯ ରେ ଧାର୍ଯ୍ୟ କରାଯାଇଛି

https://static.pib.gov.in/WriteReadData/userfiles/image/image0022RV1.jpg

ଏହି ଯୋଡି ଅହମ୍ମଦାବାଦର ବ୍ଲାଇଣ୍ଡ୍ପିପୁଲ୍ସ ଆସୋସିଏସନରେ କୋଚ୍ ଲାଲାନ୍ ଦୋସିଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଛନ୍ତି ଭାବିନା ବର୍ତ୍ତମାନ ତାଙ୍କ ବର୍ଗରେ ବିଶ୍ୱରେ ତମ ସ୍ଥାନରେ ଥିବାବେଳେ ସୋନାଲବେନ୍ ୧୯ ତମ ସ୍ଥାନରେ ଅଛନ୍ତି ଉଭୟ ସର୍ଦ୍ଦାର ପଟେଲ ପୁରସ୍କାର ଏବଂ ଏକଲବ୍ୟ ପୁରସ୍କାର ପାଇଛନ୍ତି ଏବଂ ଏସୀୟ କ୍ରୀଡାରେ ପଦକ ବିଜେତା ହୋଇଛନ୍ତି

ସେମାନେ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍ (ଟିଓପିଏସ୍‍) କୋର ଗୋଷ୍ଠୀର ଏକ ଅଂଶ ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଦୃଷ୍ଟିରୁ ଉଭୟ ଭାରତ ସରକାରଙ୍କ ତରଫରୁ ପ୍ରମୁଖ ସହାୟତା ଗ୍ରହଣ କରିଛନ୍ତି ଆଗାମୀ ଟୋକିଓ ପାରାଲିମ୍ପିକ୍ସ କ୍ରୀଡା ପାଇଁ ପ୍ରସ୍ତୁତି ଏବଂ ବ୍ୟକ୍ତିଗତ ତାଲିମ ପାଇଁ ଟିଟି ଟେବୁଲ, ରୋବଟ୍ ଏବଂ ଟିଟି ହ୍ୱିଲ୍ ଚେୟାର, ଫିଜିଓଥେରାପି, ଡାଏଟିସିଆନ୍‌, ସାଇକୋଲୋଜିଷ୍ଟ ଏବଂ ପ୍ରଶିକ୍ଷଣ ଫି ସହିତ ଟେବୁଲ୍ ଟେନିସ୍ ବଲ୍‌, ପ୍ଲାଏ, ରବର, ଅଠା ଆଦି ର୍ନିଦ୍ଦିଷ୍ଟ ଉପକରଣ କିଣିବାକୁ ଭବିନାଙ୍କୁ ଆର୍ଥିକ ସହାୟତା ମଧ୍ୟ ମିଳିଛି

ପାରା ଟିଟିର ନିଜ ବଡ ଭଉଣୀଙ୍କ ପଦାଙ୍କ ଅନୁସରଣ କରି ଭାରତରୁ ପାରାଲିମ୍ପିକ୍ କ୍ରୀଡାରେ ୨୧ ବର୍ଷ ବୟସ୍କ ଏକମାତ୍ର ପାରା ଟାଏକୋଣ୍ଡୋ ପ୍ରତିନିଧି ଅରୁଣା ତନୱାର ଯୋଗଦେବେ ୪୯ କିଲୋଗ୍ରାମରୁ କମ୍କେ୪୪ ବର୍ଗରେ ମହିଳାମାନଙ୍କ ମଧ୍ୟରେ ହରିୟାଣାର ଅରୁଣା ଅଂଶଗ୍ରହଣ କରିବେ ସେ ସେପ୍ଟେମ୍ବର ରେ ରାଉଣ୍ଡ -୧୬ ରାଉଣ୍ଡରୁ ତାଙ୍କର ଖେଳ ଆରମ୍ଭ କରିବେ

https://static.pib.gov.in/WriteReadData/userfiles/image/image003KIT6.jpg

କେ୪୪ ବର୍ଗରେ ବର୍ତ୍ତମାନ ୩୦ ତମ ସ୍ଥାନରେ ଥିବା ଅରୁଣା, ୨୦୧୮ ରେ ଭିଏତନାମରେ ହୋଇଥିବା ଏସୀୟ ପାରା ଟାଏକୋଣ୍ଡୋ ଚମ୍ପିଅନସିପରେ ରୌପ୍ୟ ପଦକ ବିଜେତା ତଥା ୨୦୧୯ ରେ ତୁର୍କୀରେ ହୋଇଥିବା ବିଶ୍ୱ ପାରା ଟାଏକୋଣ୍ଡୋ ଚମ୍ପିଅନସିପରେ ବ୍ରୋଞ୍ଜ ପଦକ ବିଜେତା ଥିଲେ ସେ ଟାର୍ଗେଟ ଅଲିମ୍ପିକ୍ ପୋଡିୟମ ସ୍କିମ୍‍ (ଟିଓପିଏସ୍‍) ଏକ ଅଂଶ ଏବଂ ନିର୍ଦ୍ଦିଷ୍ଟ କ୍ରୀଡା ଉପକରଣ ଖରିଦ ଲାଗି ଆର୍ଥିକ ସହାୟତା ମଧ୍ୟ ଗ୍ରହଣ କରିଛନ୍ତି

ପାରା ଭାରତ୍ତୋଳନରେ ଭାରତ ଜୟ ଦୀପ ଏବଂ ସାକିନା ଖାଟୁନଙ୍କ ଭଳି ଦୁଇ ଜଣ ଶ୍ରେଷ୍ଠ କ୍ରୀଡାବିତ୍ଙ୍କୁ ପଠାଇଛି ପଶ୍ଚିମବଙ୍ଗରେ ଜନ୍ମିତ ସାକିନା ବାଙ୍ଗାଲୋରର ଏସ୍ଏଆଇ ନ୍ୟାସନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ପ୍ରଶିକ୍ଷଣ ନେଉଥିବାବେଳେ ହରିୟାଣାର ଜୟ ଦୀପ ରୋହତକର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ପ୍ରଶିକ୍ଷଣ ନେଉଛନ୍ତି ଉଭୟ ଟିଓପିଏସ୍କୋର ଦଳର ଏକ ଅଂଶ

୫୦ କିଲୋଗ୍ରାମ ପର୍ଯ୍ୟନ୍ତ ମହିଳା ବର୍ଗରେ ଅଂଶଗ୍ରହଣ କରୁଥିବା ସାକିନା ହେଉଛନ୍ତି ଏକମାତ୍ର ଭାରତୀୟ ମହିଳା ପାରାଲିମ୍ପିଆନ୍ ଯିଏକି ୨୦୧୪ ମସିହାରେ ଗ୍ଲାସଗୋ ଜିତିବା ପରେ କମନୱେଲଥ କ୍ରୀଡା ପଦକ ଜିତିଥିଲେ ସେ ମଧ୍ୟ ପାରା ଏସୀୟ କ୍ରୀଡା ୨୦୧୮ ରୌପ୍ୟ ପଦକ ବିଜେତା ସାକିନାଙ୍କ ଦୁର୍ବଳତା ପିଲାବେଳେ ପୋଲିଓ ସଂକ୍ରମଣର ପ୍ରଭାବର ଫଳ   ତାଙ୍କର ମାଟ୍ରିକ୍ ପରୀକ୍ଷା ପରେ ସେ ଦିଲୀପ ମଜୁମଦାର ଏବଂ ବର୍ତ୍ତମାନର ପ୍ରଶିକ୍ଷକ ଫରମାନ ବାଶାଙ୍କ ଆର୍ଥିକ ସହାୟତା ସହିତ ୨୦୧୦ ରେ ଭାରତ୍ତୋଳନ ପ୍ରଶିକ୍ଷଣ ଆରମ୍ଭ କରିଥିଲେ

https://static.pib.gov.in/WriteReadData/userfiles/image/image005S00L.jpg

୬୫ କିଲୋଗ୍ରାମ ପର୍ଯ୍ୟନ୍ତ ପୁରୁଷ ବର୍ଗରେ ଅଂଶଗ୍ରହଣ କରୁଥିବା ଜୟ ଦୀପ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ସହକାରୀ ପ୍ରଶିକ୍ଷକ ଅଟନ୍ତି ତିନିଟିରୁ ଅଧିକ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ଏବଂ କ୍ରୀଡ଼ା ବିଜ୍ଞାନ ସହାୟତା ସହିତ ଜାତୀୟ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ ଦୃଷ୍ଟିରୁ ଉଭୟ ଭାରତ ସରକାରଙ୍କ ସହାୟତା ଗ୍ରହଣ କରିଛନ୍ତି ଅଗଷ୍ଟ ୨୭ ରେ ଉଭୟ ନିଜ ନିଜ ଅନ୍ତିମ ରାଉଣ୍ଡରେ ଟୋକିଓରେ ପ୍ରଦର୍ଶନ କରିବେ

https://static.pib.gov.in/WriteReadData/userfiles/image/image0063EY0.jpg

 

HS



(Release ID: 1748092) Visitor Counter : 234