ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ସଡକ ସୁରକ୍ଷା ପାଇଁ ଇଲେକ୍‌ଟ୍ରେନିକ ତଦାରଖ ଏବଂ ଗମନାଗମନ ଆଇନ ପାଳନ ସକାଶେ ବିଜ୍ଞପ୍ତି

Posted On: 19 AUG 2021 10:25AM by PIB Bhubaneshwar

ସଡକ ସୁରକ୍ଷା ପାଇଁ ଇଲେକ୍‌ଟ୍ରୋନିକ୍ ତଦାରଖ ଏବଂ ଯାତାୟତ ସମ୍ପର୍କୀତ ଆଇନ ପାଳନ କରିବା ସକାଶେ ସଡକ ଯୋଗାଯୋଗ ଓ ରାଷ୍ଟ୍ରୀୟ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଜିଏସଆର ୫୭୫(ଇ) ୧୧ଅଗଷ୍ଟ, ୨୦୨୧ ନିୟମ ୧୬୭ଏ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିୟମ ଅନୁଯାୟୀ ଗମନାଗମନ ସମ୍ପର୍କୀତ ଆଇନ ପାଳନ କରାଇବା ପାଇଁ ଇଲେକ୍‌ଟ୍ରୋନିକ ଉପକରଣ ଗୁଡିକର ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି ଉପକରଣ ଗୁଡିକ ମଧ୍ୟରେ ରହିଛି ବେଗ ଧରିପାରୁଥିବା କ୍ୟାମେରା, ସିସିଟିଭ କ୍ୟାମେରା, ସ୍ପ୍ରିଡ୍ ଗନ୍‌, ଦେହରେ ଧାରଣ କରି ହେଉଥିବା କ୍ୟାମେରା, ଗାଡିର ଡ୍ୟାସବୋର୍ଡରେ ଲଗାଯାଉଥିବା କ୍ୟାମେରା, ନମ୍ବର ପ୍ଲେଟ ଚିହ୍ନଟ କରିପାରୁଥିବା ସ୍ୱୟଂକ୍ରିୟ ଉପକରଣ, ଓଜନ ଚିହ୍ନଟ ପରିପାରୁଥିବା ମେସିନ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିଗତ ଉପକରଣ ଅନ୍ତର୍ଭୁକ୍ତ ରାଜ୍ୟ ସରକାରଗୁଡିକୁ କୁହାଯାଇଛି ଯେ, ସେମାନେ ଗମନାଗମନ ସମ୍ପର୍କୀତ ନିୟମଗୁଡିକୁ କାର୍ଯ୍ୟକାରୀ କରାଇବା ସକାଶେ ଉଦ୍ଦିଷ୍ଟ ସମସ୍ତ ଇଲେକ୍‌ଟ୍ରୋନିକ୍ ଉପକରଣଗୁଡିକୁ ଜାତୀୟ ଓ ରାଜ୍ୟ ରାଜପଥ ଗୁଡିକର ବ୍ୟସ୍ତବହୁଳ ତଥା ବିପଦସଙ୍କୁଳ ସ୍ଥାନଗୁଡିକରେ ଉପଯୋଗ କରିବେ । ଏତଦ୍‌ବ୍ୟତୀତ ସମସ୍ତ ପ୍ରମୁଖ ସହରଗୁଡିକର ଗୁରୁତ୍ୱପୂର୍ଣ୍ଣ ଛକଗୁଡିକରେ ମଧ ଏହି ଉପକରଣଗୁଡିକୁ ଖଞ୍ଜିବେ । ସେହି ସହରଗୁଡିକର ଜନସଂଖ୍ୟା ୧୦ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ । ଏଭଳି ୧୩୨ଟି ସହର ଗୁଡିକର ବିବରଣୀ ନିୟମ ଗୁଡିକର ତାଲିକାରେ ଦିଆଯାଇଛି ।

ଏହି ନିୟମ ପାଳନ କରାଇବା ପାଇଁ ଉଦ୍ଦିଷ୍ଟ ଇଲେକ୍‌ଟ୍ରୋନିକ୍ ଉପକରଣ ଗୁଡିକୁ ଏଭଳି ଢଙ୍ଗରେ ଲଗାଯିବା ଉଚିତ୍ ଯଦ୍ୱାରା କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ କିମ୍ବା ଦେଖିବା ପାଇଁ କୌଣସି ଅସୁବିଧା ହେବ ନାହିଁ ଏବଂ ଗମନାଗମନରେ ମଧ୍ୟ କୌଣସି ବ୍ୟବଧାନ ସୃଷ୍ଟି ହେବ ନାହିଁ ।

ଏହି ଇଲୋକ୍ଟ୍ରୋନିକ ଉପକରଣ ଗୁଡିକୁ ନିମ୍ନଲିଖିତ ନିୟମ ଉଲ୍ଲଂଘନ କ୍ଷେତ୍ରରେ ଉପଯୋଗ କରାଯାଇପାରିବ। ଏହି ଉପକରଣ ଗୁଡିକ ଦ୍ୱାରା ସମ୍ପୃକ୍ତ ସ୍ଥାନ, ତାରିଖ ଓ ସମୟ ଅଙ୍କିତ ହେବ । ଏଗୁଡିକର ଉପଯୋଗ ଚାଲାଣ ଜାରିକରିବା ସମୟରେ ହେବ ।

୧) ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡି ଚଳାଇବା (ଧାରା ୧୧୨ ଏବଂ ୧୮୩) ।

୨) ଅନଧିକୃତ ସ୍ଥାନରେ ଗାଡି ଅଟକାଇବା କିମ୍ବା ପାର୍କଂ କରିବା (ଧାରା ୧୨୨) ।

୩) ବାହନ ଚାଳକ ଏବଂ ପଛରେ ବସିଥିବା ଯାତ୍ରୀଙ୍କ ସୁରକ୍ଷାର ଧ୍ୟାନ ନ ରଖିବା (ଧାରା ୧୨୮) ।

୪) ହେଲମେଟ୍  ନ ପିନ୍ଧିବା (ଧାରା-୧୨୯) ।

୫) ଟ୍ରାଫିକ ସିଗ୍‌ନାଲର ଅନୁପାଳନ ନ କରିବା ଗାଡି ଚଲାଉଥିବା ସମୟରେ ମୋବାଇଲ ଫୋନ ବ୍ୟବହାର କରିବା, ନିୟମ ଉଲ୍ଲଂଘନ କରି ଅନ୍ୟ ଗାଡିକୁ ଓଭରଟେକ କରିବା, ବିପରୀତ ଦିଗରୁ ଗାଡି ଚଲେଇବା, କୌଣସି ସତର୍କ ଗାଡି ଚାଳକଙ୍କ ଦ୍ୱାରା ଏଭଳି ଗାଡି ଚଳାଇଥିବା ଯାହା ବିପଦଜନକ ବୋଲି ସେ ନିଜେ ଜାଣିପାରୁଥିବେ (ଧାରା ୧୮୪) ।

୬) ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ସାମଗ୍ରୀ ନେଇ ଗାଡି ଚଳେଇବା(ଧାରା ୧୯୪ର ଉପଧାରା-୧) ।

୭)ସେଫ୍ଟି ବେଲ୍ଟ ନ ବାନ୍ଧି ଗାଡି ଚଳାଇବା (ଧାରା ୧୯୪ବି) ।

୮) ଯାନବାହନ (ଚାଳକ) ନିୟମ ୨୦୧୭ (ଧାରା ୧୭୭କ)ର ନିୟମ ୬ (ନିଜ ଲେନ୍‌ରେ ଗାଡି ଚଳାଇବାର ଅବହେଳା) ।

୯) ମାଲ୍ ପରିବହନ କରୁଥିବା ଯାନବାହନରେ ଯାତ୍ରୀ ନେବା (ଧାରା ୬୬) ।

୧୦) ଯାନବାହନ(ଚାଳକ) ନିୟମ ୨୦୧୭ (ଧାରା ୧୧୭କ)ର ନିୟମ ୩୬ (ଗାଡିର ନମ୍ବର ପ୍ଲେଟ ସମ୍ପର୍କରେ)ର ଅବହେଳା କରିବା, ଏମିତି ଗାଡି ଚଳାଇବା ଯେଉଁଥିରେ ସାମଗ୍ରୀ ଏମିତି ଲଦା ଯାଇଥିବା ଯଦ୍ୱାରା କି ତାହା ଆଗକୁ ବା ପଛକୁ କିମ୍ବା ଉପରକୁ ବାହାରି ପଡୁଥିବ ଏବଂ ଯାହା ନିର୍ଦ୍ଧାରିତ ସୀମାଠାରୁ ଅଧିକ ହୋଇଥିବ (ଧାରା ୧୯୪ର ଉପଧାରା-୧କ)

୧୨) ଜରୁରୀକାଳୀନ ସେବାରେ ନିୟୋଜିତ ଗାଡିଗୁଡିକୁ ରାସ୍ତା ନ ଛାଡିବା (ଧାରା ୧୯୪ଇ) ।

ନିୟମ ୧୬୭ ଅନ୍ତର୍ଗତ ଜାରି ହେବାକୁ ଥିବା ସମସ୍ତ ଚାଲାଣ ଇଲେକ୍‌ଟ୍ରୋନିକ୍ ମାଧ୍ୟମରେ ବାହାରିବ ଏବଂ ଯାତାୟତ ନିୟମ ଉଲ୍ଳଂଘନ ହେବା ମାତ୍ରେ ସେହି ଚାଲାଣଗୁଡିକ ଇଲେକ୍ଟ୍ରୋନିକ୍  ତଦାରଖ ଓ ପାଳନ ପ୍ରକ୍ର୍ରିୟା ମାଧ୍ୟମରେ ସ୍ୱତଃସ୍ପୃତ ତିଆରି ହୋଇଯିବ । ସେହି ଚାଲାଣ ଗୁଡିକରେ ନିମ୍ନଲିଖିତ ସୂଚନା ଉଲ୍ଲିଖିତ ରହିବ ।

୧) ଯାତାୟତ ନିୟମର ଉଲ୍ଳଂଘନ କରିଥିବାର ସବିଶେଷ ବିବରଣୀ ଓ ବାହନର ନମ୍ବର ପ୍ଲେଟର ଫଟୋ ମଧ୍ୟ ପ୍ରମାଣ ସ୍ୱରୂପ ଅଙ୍କନ ହେବ ।

୨) ଆଇନ କାର୍ଯ୍ୟକ୍ଷମ କରାଉଥିବା ଇଲେକ୍‌ଟ୍ରୋନିକ୍ ଉପକରଣ ଓ ସମ୍ପୃକ୍ତ ବାହନ ମଧ୍ୟରେ ଥିବା ଦୂରତା ।

୩) ନିୟମ ଉଲ୍ଲଂଘନ କରାଯାଇଥିବା ତାରିଖ, ସମୟ ଏବଂ ସ୍ଥାନ ।

୪) ଅଧିନିୟମର ଯେଉଁ ବ୍ୟବସ୍ଥାର ଉଲ୍ଲଂଘନ କରାଯାଇଥିବ ସେ ସମ୍ପର୍କିତ ସୂଚନା ମଧ୍ୟ ନୋଟିସ୍‌ରେ ରହିବ ।

୫) ଭାରତୀୟ ସାକ୍ଷ୍ୟ ଅଧିନିୟମ ୧୮୭୨ (୧୮୭୨ର ୧)ର ଧାରା ୬୫ ଖ ର ଉପଧାରା-୪)ର ଅନୁପାଳନରେ ଲିଖିତ ସାକ୍ଷ୍ୟ ଯେଉଁଥିରେ

(କ) ଇଲେକ୍‌ଟ୍ରୋନିକ୍ ରେକର୍ଡର ପରିଚୟ ଅଙ୍କିତ ହେବ ଏବଂ ତାଙ୍କୁ ପ୍ରସ୍ତୁତି କରିଥିବା ପ୍ରକ୍ରିୟାର ବିବରଣୀ ମଧ୍ୟ ରହିବ ।

(ଖ) ସେହି ଇଲେକ୍‌ଟ୍ରୋନିକ ରେକର୍ଡରେ ନିୟମ ଭଙ୍ଗ କରିଥିବା ଉପକରଣର ବିବରଣୀ ମଧ୍ୟ ରହିବ ଯଦ୍ୱାରା ଏହା ଜାଣି ହେଉଥିବ ଯେ ସେହି ରେକର୍ଡଟି କମ୍ପ୍ୟୁଟର ଦ୍ୱାରା ସ୍ୱୟଂକ୍ରିୟ ଭାବରେ ହୋଇଛି ।

ଗ) ରାଜ୍ୟ ସରକାରଙ୍କ ଦ୍ୱାରା ଅଧିକୃତ ଅଧିକାରୀଙ୍କର ସ୍ୱାକ୍ଷର ମଧ୍ୟ ରହିବ ।

 

 

*****

 

NS /SLP

 

 

 



(Release ID: 1747548) Visitor Counter : 241