କ୍ୟାବିନେଟ

ଭାରତୀୟ ମହାକାଶ ବିଜ୍ଞାନ ବୈଷୟିକ ପ୍ରତିଷ୍ଠାନ ଓ ନେଦରଲାଣ୍ଡର ଟିୟୁ ଡେଲଫ୍ଟ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟରେ ଗବେଷଣା ସହଯୋଗ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

Posted On: 04 AUG 2021 3:58PM by PIB Bhubaneshwar

ଭାରତୀୟ ମହାକାଶ ବିଜ୍ଞାନ ବୈଷୟିକ ପ୍ରତିଷ୍ଠାନ(ଆଇଆଇଏସ୍‌ଟି) ଓ ନେଦରରାଣ୍ଡ (ହଲାଣ୍ଡ)ର ଡେଲଫ୍ଟ ବୈଷୟିକ ବିଶ୍ୱବିଦ୍ୟାଳୟ (ଟିୟୁ ଡେଲଫ୍ଟ) ମଧ୍ୟରେ ଗବେଷଣା ସହଯୋଗ ସଂକ୍ରାନ୍ତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି । ଏହି ବୁଝାମଣା ଫଳରେ ଉଭୟ ଦେଶର ଏହି ଦୁଇ ଅନୁଷ୍ଠାନର ଗବେଷଣା ଏବଂ ଶୈକ୍ଷିକ କାର୍ଯ୍ୟକ୍ରମରେ ସହଯୋଗ ରକ୍ଷା କରି ମିଳିତଭାବେ କାମ କରିବେ । ଉଭୟ ଅନୁଷ୍ଠାନର ଏବଂ ଶୈକ୍ଷିକ କାର୍ଯ୍ୟକ୍ରମରେ ସହଯୋଗ ଲକ୍ଷ୍ୟ କରି ମିଳିତଭାବେ କାମ କରିବେ । ଉଭୟ ଅନୁଷ୍ଠାନର ଗବେଷକ, ବିଦ୍ୟାର୍ଥୀ ଓ ଶିକ୍ଷକମାନେ ଏହା ଦ୍ୱାରା ଉପକୃତ ହେବେ ।

ଚଳିତବର୍ଷ ଏପ୍ରିଲ ୯ ଓ ମେ ୧୭ରେ ଯଥାକ୍ରମେ ଏହି ଦୁଇ ଅନୁଷ୍ଠାନର କର୍ମକର୍ତ୍ତା ଇ-ମେଲ ମାଧ୍ୟମରେ  ସମ୍ପୃକ୍ତ ବୁଝାମଣାପତ୍ରର ସ୍ୱାକ୍ଷର କରିଥିଲେ ।

ବୁଝାମଣାପତ୍ରର ସବିଶେଷ ତଥ୍ୟ

୧) ଏହି ବୁଝାମଣା ଫଳରେ ଉଭୟ ଅନୁଷ୍ଠାନ ପରସ୍ପର ମଧ୍ୟରେ ଛାତ୍ରଛାତ୍ରୀଙ୍କ ଆଦାନପ୍ରଦାନ କରିବେ । ସ୍ନାତକ ଓ ସ୍ନାତକୋତ୍ତର ସ୍ତରର ବିଦ୍ୟାର୍ଥୀ ଏବଂ ଦୁଇପକ୍ଷ ମଧ୍ୟରେ ଚୂଡାନ୍ତ ବ୍ୟାବହାରିକ ବିନିମୟ କାର୍ଯ୍ୟକ୍ରମ (ପ୍ରାକ୍ଟିକମ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ) ସ୍ନାତକସ୍ତରରେ କାର୍ଯ୍ୟକାରୀ କରିବାକୁ ସମ୍ମତ ହୋଇଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମ ସ୍ନାତକସ୍ତରର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ଦୁଇପକ୍ଷ ମଧ୍ୟ ପରସ୍ପରର ଶୈକ୍ଷିକବ୍ୟବସ୍ଥା ନିଜ ନିଜର ନୀତିନିୟମକୁ ମାନିବେ ।

୨) ଦୁଇପକ୍ଷ ମଧ୍ୟ ନିର୍ଦ୍ଦିଷ୍ଟ କେତେକ ବିଷୟକୁ ବାଛି ସେଥିରେ ଉଭୟପକ୍ଷଙ୍କ ଛାତ୍ରଛାତ୍ରୀଙ୍କୁ ସ୍ନାତକସ୍ତରରେ ଦ୍ୱୈତ ଡିଗ୍ରୀ (ଡବଲ ଡିଗ୍ରୀ) ପ୍ରଦାନ କରିବେ । ତେବେ ପ୍ରତ୍ୟେକ ପକ୍ଷ ନିଜର ବିଦ୍ୟାର୍ଥୀଙ୍କୁ ନିଜ ଅନୁଷ୍ଠାନର ଡିଗ୍ରୀ ଆଗେ ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।

୩) ଏହି ବୁଝାମଣାପତ୍ରରେ ଇଣ୍ଟର୍ଣ୍ଣସିପ୍ ଓ ପ୍ରୋଜେକ୍ଟ ୱାର୍କର ବ୍ୟବସ୍ଥା ଅଛି । ଉଭୟପକ୍ଷ  ନିଜ ନିଜର ଅନୁଷ୍ଠାନରେ ପରସ୍ପରର ଛାତ୍ରଛାତ୍ରୀଙ୍କୁ ନିର୍ବାଚିତ ବିଷୟରେ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଭିତ୍ତିରେ ପାଠପଢା, ଗବେଷଣା ଓ ତାଲିମର ସୁବିଧା ଯୋଗାଇବେ ।

୪) ଉଭୟ ଦେଶର ପ୍ରତିଷ୍ଠାନ ଦ୍ୱୟ ନିଜ ନିଜର ଫାକଲ୍ଟି ବା ଶିକ୍ଷକମାନଙ୍କୁ ପରସ୍ପର ମଧ୍ୟରେ ଆଦାନପ୍ରଦାନ କରିବାର ବୁଝାମଣାପତ୍ରରେ ବ୍ୟବସ୍ଥା ରହିଛି । ସମ୍ପୃକ୍ତ ଫାକଲଟି ମିଳିତଭାବେ ପ୍ରସ୍ତୁତ ହୋଇଥିବା ପାଠ୍ୟକ୍ରମ ବିଷୟରେ ପରସ୍ପରର ଅନୁଷ୍ଠାନରେ ପଢାଇବେ ।

୫) ମିଳିତ ଗବେଷଣା ପାଇଁ ବୁଝାମଣାପତ୍ରରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଉଭୟ ଦେଶର ଫାକଲ୍ଟି ମେମ୍ବରମାନେ ମିଳିତଭାବେ ଗବେଷଣା କ୍ଷେତ୍ର ଚିହ୍ନଟ କରିବେ । ସେହି ବିଷୟ ଗୁଡିକ ଦୁଇଦେଶର ସାଧାରଣ ସ୍ୱାର୍ଥ ଅନୁକୂଳ ହେବା ସହିତ ନିର୍ଦ୍ଧାରିତ ସମୟରେ ଗବେଷଣା କାର୍ଯ୍ୟ ଶେଷ କରିବାକୁ ପଡିବ ।

ଲାଭ- ଏହି ବୁଝାମଣା ଫଳରେ ଦୁଇଦେଶ ସମ୍ଭାବନାମୟ ଓ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମିଳିତ ଗବେଷଣା ପାଇଁ ସୁଯୋଗ ପାଇବେ । ଏହା ଫଳରେ ଦ୍ୱିପାକ୍ଷିକ ସହଯୋଗ ବଢିବ । ଏହା ଦ୍ୱାରା ଉଭୟ ପକ୍ଷ ମଧ୍ୟରେ ଫାକଲ୍ଟି ବିନିମୟ ସହଜ ହେବ । ଏହାଛଡା ଦୁଇ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ଗବେଷକମାନେ ମଧ୍ୟ ଏହି ବିନିମୟ କାର୍ଯ୍ୟକ୍ରମର ସୁଫଳ ପାଇପାରିବେ ।  ଏହାଛଡା ଦୁଇପକ୍ଷ ମଧ୍ୟରେ ବୈଜ୍ଞାନିକ ଉପକରଣ ଓ ସାମଗ୍ରୀର ଆଦାନ ପ୍ରଦାନ ସହଜ ହେବ । ଏହା ସୂଚନା ଆଦାନପ୍ରଦାନ ଏବଂ ଗବେଷଣାଲବ୍ଧ ସନ୍ଦର୍ଭର ପ୍ରକାଶନ ପ୍ରକ୍ରିୟାକୁ ସହଜ କରିବ । ଏହା ମଧ୍ୟ ମିଳିତ ଗବେଷଣା ବୈଠକ, ପିଏଚ୍‌ଡି କାର୍ଯ୍ୟକ୍ରମ, ଦ୍ୱୈତ ଡିଗ୍ରୀ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ କରିବ ।

ଇଡବ୍ଲ୍ୟୁଆଇ, ଟିୟୁ, ଡେଲଫ୍ଟ, ହଲାଣ୍ଡର ସର୍ବବୃହତ୍ ଓ ଅନ୍ୟତମ ପୁରୁଣା ବୈଷୟିକ ବିଶ୍ୱବିଦ୍ୟାଳୟ । ଏହି ରାଜିନାମା ଫଳରେ ଭାରତୀୟ ଛାତ୍ରଛାତ୍ରୀ, ଗବେଷକ, ଫାକଲ୍ଟି ଉପକୃତ ହେବେ । ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ଏହି ବୁଝାମଣା ସହାୟକ ହେବ ବୋଲି ଆଶା କରାଯାଏ । ଏହାଦ୍ୱାରା ଉଭୟପକ୍ଷ ଲାଭବାନ ହେବେ ।

ସର୍ବୋପରି ଗବେଷଣାର ନୂଆ କ୍ଷେତ୍ର ବାଛିବା, ବିଜ୍ଞାନ ଓ ପ୍ରଯୁକ୍ତି ତଥା ଏହାର ଉପଯୋଗ କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ ଏବଂ ଉଭୟ ପକ୍ଷ ଏହା ଦ୍ୱାରା ଉପକୃତ ହେବେ ।

 

*****

TKM / SLP



(Release ID: 1742510) Visitor Counter : 172