ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କୋଭିଡ-୧୯ ଟିକାକରଣ ମୋଟ ୪୬ କୋଟିର ମାଇଲଖୁଣ୍ଟକୁ ଅତିକ୍ରମ କରିଛି

ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୩ ଲକ୍ଷ ଡୋଜ୍ ଟିକା ଦିଆଯାଇଛି

ସୁସ୍ଥତା ହାର ଏବେ ଅଛି ୯୭.୩୭%

ଗତ ୨୪ ଘଣ୍ଟା ମଧ୍ୟରେ ୪୧,୬୪୯ ନୂଆ ମାମଲା ଚିହ୍ନଟ ହୋଇଛି

ଭାରତରେ ସକ୍ରିୟ କରୋନା ମାମଲା (୪,୦୮,୯୨୦) ମୋଟ ମାମଲାର ୧.୨୯% ରହିଛି

ଦୈନିକ ପଜିଟିଭିଟି ହାର (୨.୩୪%) ଗତ ୫୪ ଦିନ ଧରି ୫% ତଳେ ରହିଛି

Posted On: 31 JUL 2021 11:12AM by PIB Bhubaneshwar

ଭାରତରେ କୋଭିଡ-୧୯ ଟିକାକରଣ ଗତକାଲି ୪୬ କୋଟିର ମାଇଲଖୁଣ୍ଟକୁ ଅତିକ୍ରମ କରିଛି । ଆଜି ସକାଳ ୮ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ମୋଟ ୫୪,୯୪,୪୨୩ ସେସନରେ ୪୬,୧୫,୧୮,୪୭୯ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୨,୯୯,୦୩୬ ଡୋଜ୍ ଟିକା ଦିଆଯାଇଛି ।

କୋଭିଡ-୧୯ ଟିକାକରଣର ନୂତନ ପର୍ଯ୍ୟାୟ ୨୦୨୧ ଜୁନ୍ ୨୧ ତାରିଖରୁ ଆରମ୍ଭ ହୋଇଛି । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

 

HCWs

1st Dose

1,03,02,313

2nd Dose

78,22,150

FLWs

1st Dose

1,79,32,882

2nd Dose

1,12,50,974

Age Group 18-44 years

1st Dose

15,22,17,587

2nd Dose

80,61,768

Age Group 45-59 years

1st Dose

10,44,37,699

2nd Dose

3,84,29,220

Over 60 years

1st Dose

7,49,29,832

2nd Dose

3,61,34,054

Total

46,15,18,479

ଦେଶରେ ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ମୋଟ ୩,୦୭,୮୧,୨୬୩ ଲୋକ କୋଭିଡ-୧୯ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟାରେ ୩୭,୨୯୧ ଜଣ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ଦେଶରେ ସୁସ୍ଥତା ହାର ରହିଛି ୯୭.୩୭% ।

ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୬୪୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ଗତ ୩୪ ଦିନ ଧରି କ୍ରମାଗତ ଦୈନିକ ନୂଆ ସଂକ୍ରମଣ ୫୦ ହଜାରରୁ ତଳେ ରହିଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟାର ଫଳ ।

ଭାରତରେ ଏବେ ସକ୍ରିୟ କରୋନା ମାମଲା ୪,୦୮,୯୨୦ ରହିଛି ଏବଂ ସକ୍ରିୟ ମାମଲା ଏବେ ମୋଟ ପଜିଟିଭ ମାମଲାର ୧.୨୯% ରହିଛି ।

ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୭,୭୬,୩୧୫ ଟେଷ୍ଟ କରାଯାଇଛି । ଭାରତରେ ମୋଟ ୪୬.୬୪ କୋଟି (୪୬,୬୪,୨୭,୦୩୮)ରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ହୋଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ଏବେ ଅଛି ୨.୪୨% ଏବଂ ଦୈନିକ ପଜିଟିଭିଟି ହାର ରହିଛି ୨.୩୪% । ଗତ ୫୪ ଦିନ ଧରି କ୍ରମାଗତ ଭାବେ ଦୈନିକ ପଜିଟିଭିଟି ହାର ୫%ରୁ କମ୍ ରହିଛି ।

SR



(Release ID: 1741042) Visitor Counter : 238