ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 30 JUL 2021 4:04PM by PIB Bhubaneshwar

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ୱାଦଶଶ୍ରେଣୀ  ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କୁ ଯୁବବନ୍ଧୁ ଭାବେ ସମ୍ବୋଧନ କରି ସେ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

ଧାରାବାହିକ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମୋର ଯେଉଁ ଯୁବ ବନ୍ଧୁଗଣ ସଫଳତାର ସହ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କୁ ଅଭିନନ୍ଦନ । ମୁଁ ସେମାନଙ୍କ ଉଜ୍ଜଳ  ଓ ସୁଖୀ ଭବିଷ୍ୟତ କାମନା କରୁଛି ।

ଯେଉଁମାନେ ଅନୁଭବ କରୁଛନ୍ତି ଯେ ସେମାନେ ଆହୁରି ଅଧିକ ପରିଶ୍ରମ କରି ଭଲ ଫଳାଫଳ ଆଣିପାରିଥାନ୍ତେ ସେମାନଙ୍କୁ ମୁଁ କହିବାକୁ ଚାହେଁ ଯେ ସେମାନେ ନିଜ ଅଭିଜ୍ଞତାରୁ ଶିଖନ୍ତୁ ଓ ମଥା ଉଚ୍ଚକରି ଚାଲନ୍ତୁ । ଏକ ଉଜ୍ଜଳ ଓ ସୁଯୋଗପୂର୍ଣ୍ଣ ଭବିଷ୍ୟତ ଆପଣମାନଙ୍କୁ ଅପେକ୍ଷା କରିଛି । ଆପଣ ପ୍ରତ୍ୟେକ ଜଣେ ଜଣେ ମେଧାଶକ୍ତିର ଗନ୍ତାଘର । ସବୁବେଳେ ମୋର ସନ୍ଦିଚ୍ଛା ରହିଛି ।

ଯେଉଁମାନେ ଚଳିତବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଛନ୍ତି ସେମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ତାହା କରିଛନ୍ତି । ବିଗତ ବର୍ଷଗୁଡିକରେ ଶିକ୍ଷା ଜଗତ ଅନେକ ପରିବର୍ତ୍ତନ ଦେଖିଛି । ତଥାପି ସେମାନେ ସେଥିରେ ନିଜକୁ ଖାପଖୁଆଇ ସେମାନଙ୍କ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି । ସେମାନଙ୍କ ଲାଗି ଆମେ ଗର୍ବିତ ।”

 



*****

 

SM / SLP



(Release ID: 1740886) Visitor Counter : 188