ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ସାମୁହିକ କୋଭିଡ-୧୯ ଟିକାକରଣ କଭରେଜ ୪୦ କୋଟି ନିକଟତର

ଆରୋଗ୍ୟ ହାର ୯୭.୩୧କୁ ବୃଦ୍ଧି

ଗତ ୨୪ ଘଣ୍ଟାରେ ୩୮,୦୭୯ ନୂଆ ମାମଲା ଚିହ୍ନଟ

ଭାରତର ସକ୍ରିୟ ଆକ୍ରାନ୍ତ (୪,୨୪,୦୨୫ ) ସମୁଦାୟ ଆକ୍ରାନ୍ତ ସଂଖ୍ୟାର ୧.୩୬%

ଦୈନିକ ପଜିଟିଭ ହାର (୧.୯୧%) ଲଗାତର ୨୬ ଦିନ ଧରି ୩%ରୁ କମ୍ ରହିଛି

Posted On: 17 JUL 2021 10:48AM by PIB Bhubaneshwar

ଭାରତର ସମୁଦାୟ ଟିକାକରଣ କଭରେଜ ୪୦ କୋଟି ମାଇଲଖୁଣ୍ଟ ଛୁଇଁବାକୁ ଯାଉଛି । ସକାଳ ୭ ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୫୦,୦୯,୯୧୪ ସେସନରେ ସମୁଦାୟ ୩୯,୯୬,୯୫,୮୭୯ ଟିକା ଡୋଜ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟାରେ ୪୨,୧୨,୫୫୭ ଟିକା ଡୋଜ ପ୍ରଦାନ କରାଯାଇଛି ।

HCWs

1st Dose

1,02,66,074

2nd Dose

75,14,892

FLWs

1st Dose

1,77,79,913

2nd Dose

1,02,62,953

Age Group 18-44 years

1st Dose

12,18,20,703

2nd Dose

46,11,997

Age Group 45-59 years

1st Dose

9,69,30,030

2nd Dose

2,79,89,513

Over 60 years

1st Dose

7,18,68,506

2nd Dose

3,06,51,298

Total

39,96,95,879

ଜୁନ ୨୧, ୨୦୨୧ରୁ ସାର୍ବଜନୀନ କୋଭିଡ-୧୯ ଟିକାକରଣର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । କେନ୍ଦ୍ର ସରକାର ସାରା ଦେଶରେ କୋଭିଡ-୧୯ ଟିକାକରଣର ଗତି ଓ ସୁଯୋଗ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

ମହାମାରୀ ଆରମ୍ଭ ଦିନରୁ ୩,୦୨,୨୭,୭୯୨ କୋଭିଡ- ୧୯ରୁ ଆରୋଗ୍ୟ ଲାଭ କରି ସାରିଲେଣି ଓ ଗତ ୨୪ ଘଣ୍ଟାରେ ୪୩,୯୧୬ ରୋଗୀ ସୁସ୍ଥ ହୋଇଛନ୍ତି । ସମୁଦାୟ ଆରୋଗ୍ୟ ହାର ୯୭.୩୧ ପ୍ରତିଶତ ରହିଛି, ଯାହା ନିରନ୍ତର ବର୍ଦ୍ଧିତ ହାରକୁ ଦର୍ଶାଉଛି ।

https://static.pib.gov.in/WriteReadData/userfiles/image/image001C2N9.jpg

ଭାରତରେ ଗତ ୨୪ ଘଣ୍ଟାରେ ୩୮,୦୭୯ ନୂଆ ମାମଲା ଚିହ୍ନଟ ହୋଇଛି ।

ଲଗାତର ୨୨ ଦିନ ଧରି ଦୈନିକ ନୂଆ ମାମଲା ସଂଖ୍ୟା ୫୦,୦୦୦ରୁ କମ ରହିଛି । ଏହା କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ମିଳିତ ଓ ନିରନ୍ତର ପ୍ରୟାସର ପରିଣାମ ।

https://static.pib.gov.in/WriteReadData/userfiles/image/image002KLP0.jpg

ଭାରତର ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୪,୨୪,୦୨୫ ରହିଛି । ଯାହା ଦେଶର ସମୁଦାୟ ଆକ୍ରାନ୍ତ ସଂଖ୍ୟାର ୧.୩୬ ପ୍ରତିଶତ ।

https://static.pib.gov.in/WriteReadData/userfiles/image/image003A1A1.jpg

ଦେଶରେ ପରୀକ୍ଷଣ କ୍ଷମତା ଆଖିଦୃଶିଆ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ସମୁଦାୟ ୧୯,୯୮,୭୧୫ ପରୀକ୍ଷଣ ହୋଇଛି । ସାମଗ୍ରିକ ଭାବେ ଭାରତରେ ଏପର୍ଯ୍ୟନ୍ତ ୪୪.୨୦ କୋଟିରୁ ଅଧିକ (୪୪,୨୦,୨୧,୯୫୪) କୋଭିଡ ପରୀକ୍ଷଣ ହୋଇ ସାରିଲାଣି ।

ଗୋଟିଏ ପଟେ ଦେଶରେ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ପଜିଟିଭ ହାରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି । ଏବେ ସାପ୍ତାହିକ ପଜିଟିଭ ହାର ୨.୧୦% ଥିବା ବେଳେ ଦୈନିକ ପଜିଟିଭ ହାର ୧.୯୧% ରହିଛି । ଲଗାତର ୨୬ ଦିନ ଧରି ଦୈନିକ ପଜିଟିଭ ହାର ୩%ରୁ କମ୍ ରହିଛି ଓ ଲଗାତର ୪୦ଦିନ ଧରି ପଜିଟିଭ ହାର ୫ ପ୍ରତିଶତରୁ କମ ରହିଛି ।

https://static.pib.gov.in/WriteReadData/userfiles/image/image004ZNXE.jpg

SR



(Release ID: 1736451) Visitor Counter : 232