ଉପରାଷ୍ଟ୍ରପତିଙ୍କ ସଚିବାଳୟ

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଉପରାଷ୍ଟ୍ରପତିଙ୍କ ବାର୍ତ୍ତା

Posted On: 11 JUL 2021 4:36PM by PIB Bhubaneshwar

ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡୁ ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ନିମ୍ନରେ ତାଙ୍କର ସମ୍ପୂର୍ଣ୍ଣ ବାର୍ତ୍ତା ରହିଛି ।

ପବିତ୍ର ରଥଯାତ୍ରା ଅବସରରେ ମୋର ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ  ଶୁଭକାମନା ।

ଓଡିଶାର ପୁରୀରେ ଭଗବାନ ଜଗନ୍ନାଥଙ୍କ ପାରମ୍ପରିକ ରଥଯାତ୍ରା ସ୍ଥାନୀୟ ତଥା ସମ୍ପୂର୍ଣ୍ଣ ଭାରତବର୍ଷର ଭକ୍ତମାନଙ୍କ ନିମନ୍ତେ ଏକ ବହୁ ପ୍ରତିକ୍ଷୀତ ଓ ଆବେଗମୟ ମୁହୂର୍ତ୍ତ । ଏହା ଆମର ବିବିଧତାର ପ୍ରତୀକ ଓ ଭକ୍ତମାନଙ୍କ ପାଇଁ ଅନେକ ଆଧ୍ୟାତ୍ମିକ ମହତ୍ୱ ରଖିଥାଏ ।

ଭଗବାନ ଜଗନ୍ନାଥଙ୍କ ନାମାନୁସାରେ ‘ଜଗତର ନାଥ’ଙ୍କ ଏହି ଯାତ୍ରା ଅତୁଳନୀୟ  ଓ ବିଗ୍ରହମାନଙ୍କୁ ରଥରେ ବସାଇନେବା ଦୃଶ୍ୟ ଅନନ୍ୟ ।

କୋଭିଡ-୧୯ ଯୋଗୁଁ ଭାରତ ଓ ବିଶ୍ୱର ଅନ୍ୟାନ୍ୟ ଦେଶ ଯେତେବେଳେ ଏକ ଗୁରୁତର ପରିସ୍ଥିତି ଦେଇ ଗତି କରୁଛି । କୋଭିଡ  ମାର୍ଗଦର୍ଶିକା ପାଳନ କରି ଏହି ଯାତ୍ରା ପାଳନ କରିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି ।

ରଥଯାତ୍ରା ସହ ନିହିତ ପବିତ୍ର ଓ ମହାନ ଆଦର୍ଶ ଆମମାନଙ୍କ ଜୀବନରେ ଶାନ୍ତି, ସୌହାର୍ଦ୍ଦ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଓ ଖୁସି ଆଣିଦେଉ ।

 

*****

SM / SLP



(Release ID: 1734669) Visitor Counter : 186