ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଭିଏତନାମ ପ୍ରଧାନମନ୍ତ୍ରୀ ମହାମହିମ ଫାମ୍ ମିନ୍ ଚିନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 10 JUL 2021 1:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଏତନାମ ପ୍ରଧାନମନ୍ତ୍ରୀ ମହାମହିମ ଫାମ୍ ମିନ୍ ଚିନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।

ମହାମହିମ ଫାମ୍ ମିନ୍ ଚିନ୍ ଭିଏତନାମର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କ ଦୃଢ଼ ମାର୍ଗଦର୍ଶନରେ ଭାରତ-ଭିଏତନାମ ବ୍ୟାପକ ରଣନୀତିକ ସହଯୋଗିତା ମଜଭୁତ ହୋଇଚାଲିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଉଭୟ ରାଷ୍ଟ୍ର ଏକ ଉନ୍ମୁକ୍ତ, ସାମୂହିକ, ଶାନ୍ତିପୂର୍ଣ୍ଣ ତଥା ନିୟମ ଆଧାରିତ ଭାରତ ମହାସାଗର ଅଞ୍ଚଳର ଏକ ସମାନ ଦୃଷ୍ଟିକୋଣ ରଖିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ସେଥିପାଇଁ ଭାରତ-ଭିଏତନାମ ବ୍ୟାପକ ରଣନୀତିକ ସହଯୋଗିତା ଦ୍ୱାରା ଆଞ୍ଚଳିକ ସ୍ଥିରତା, ସମୃଦ୍ଧି ଓ ବିକାଶକୁ ପ୍ରୋତ୍ସାହନ ମିଳିପାରିବ । ଏହି ସନ୍ଦର୍ଭରେ, ଜାତିସଂଘ ସୁରକ୍ଷା ପରିଷଦରେ ଉଭୟ ଭାରତ ଓ ଭିଏତନାମ ବର୍ତ୍ତମାନ ସାଥୀ ସଦସ୍ୟ ରହିଥିବା ମଧ୍ୟ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ।

ଭାରତରେ କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ବେଳେ ଭିଏତନାମ ସରକାର ଏବଂ ଏହାର ନାଗରିକଙ୍କ ଦ୍ୱାରା ଦିଆଯାଇଥିବା ମୂଲ୍ୟବାନ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଚିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ମହାମାରୀର ମୁକାବିଲା ପାଇଁ ଉଭୟ ପରସ୍ପରକୁ ସମର୍ଥନ ଦେବା ଲାଗି ଆପୋସ ପରାମର୍ଶ ଓ ସମନ୍ୱୟ ଜାରି ରଖିବା ନିମନ୍ତେ ଉଭୟ ନେତା ସହମତି ପ୍ରକାଶ କରିଛନ୍ତି ।

ଉଭୟ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି ନେଇ ସମୀକ୍ଷା କରିବା ସହ ସହଯୋଗର ବିଭିନ୍ନ ଦିଗ ଉପରେ ନିଜ ନିଜ ମତାମତ ବିନିମୟ କରିଛନ୍ତି । ବର୍ଷ ୨୦୨୨ ଦୁଇ ରାଷ୍ଟ୍ର ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବାର୍ଷିକୀ ହେଉଥିବା ପରିପ୍ରେକ୍ଷୀରେ, ସେମାନେ ବିଭିନ୍ନ ସ୍ମାରକ କାର୍ଯ୍ୟକ୍ରମ ଜରିଆରେ ତଥା ଲାଭଦାୟକ ହିସାବରେ ଏହି ଶୁଭ ମାଇଲଖୁଣ୍ଟକୁ ପାଳନ କରିବା ପାଇଁ ସହମତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏକ ଆଗୁଆ ତଥା ଉପଯୁକ୍ତ ତାରିଖରେ ଭାରତକୁ ସରକାରୀ ଗସ୍ତ ନିମନ୍ତେ ପ୍ରଧାନମନ୍ତ୍ରୀ ଚିନଙ୍କୁ ଆମନ୍ତ୍ରଣ କରିଥିଲେ ।

 

SR

 



(Release ID: 1734437) Visitor Counter : 280