ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ୱର୍ଗତ ଶ୍ରୀମତୀ ବଲଜିତ କୌର ତୁଲସୀ ଜୀଙ୍କ ଲିଖିତ ‘ଦ ରାମାୟଣ ଅଫ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ’ ପୁସ୍ତକର ପ୍ରଥମ ପ୍ରତିଲିପି ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 JUL 2021 3:33PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଆଇନଜୀବି ଶ୍ରୀ କେଟିଏସ ତୁଲସୀ ଜୀଙ୍କ ମା ସ୍ୱର୍ଗତ ଶ୍ରୀମତୀ ବଲଜିତ କୌର ତୁଲସୀ ଜୀଙ୍କ ଦ୍ୱାରା ଲିଖିତ ‘ଦ ରାମାୟଣ ଅଫ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ’ ପୁସ୍ତକର ପ୍ରଥମ ପ୍ରତିଲିପି ଗ୍ରହଣ କରିଛନ୍ତି ।

ଏକ ଟ୍ୱିଟ କ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶିଷ୍ଟ ଆଇନଜୀବି ଶ୍ରୀ କେଟିଏସ ତୁଲସୀ ଜୀଙ୍କ ମା ସ୍ୱର୍ଗତ ଶ୍ରୀମତୀ ବଲଜିତ କୌର ତୁଲସୀ ଜୀଙ୍କ ଦ୍ୱାରା ଲିଖିତ ‘ଦ ରାମାୟଣ ଅଫ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ’ ପୁସ୍ତକର ପ୍ରଥମ ପ୍ରତିଲିପି ଗ୍ରହଣ କଲି । ପୁସ୍ତକଟି ଆଇଜିଏନସିଏ ଦ୍ୱାରା ପ୍ରକାଶିତ ହୋଇଛି ।

ଆମର ବାର୍ତ୍ତାଳାପ ବେଳେ ଜ୍ଞାନୀ ଶ୍ରୀ କେଟିଏସ ତୁଳସୀ ଜୀ ଶିଖ ସମ୍ପ୍ରଦାୟର ମହାନ ସିଦ୍ଧାନ୍ତଗୁଡିକ ସମ୍ପର୍କରେ କହିବା ସହ ଗୁରୁବାଣୀ ଶବଦ ଆବୃତ୍ତି କରିଥିଲେ । ତାଙ୍କ ଭାବଭଙ୍ଗୀ ମୋ ମନକୁ ଛୁଇଁଥିଲା । ଏଠାରେ ଏହାର ଅଡିଓ ଦିଆଗଲା ।  https://t.co/0R9z836sLi 

 




SR


(ରିଲିଜ ଆଡି: 1734341) ପରିଦର୍ଶକ କାଉଣ୍ଟର : 269