ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ଅବଧି ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Posted On: 30 JUN 2021 4:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆତ୍ମ ନିର୍ଭର ଭାରତ ଯୋଜନା (ଏବିଆରୱାଇ) ହିତାଧିକାରୀଙ୍କ ପଞ୍ଜୀକରଣ ଅବଧିକୁ ନଅମାସ ବୃଦ୍ଧି କରାଯାଇଛି । ଏହା ଜୁନ ୩୦, ୨୦୨୧ରେ ଶେଷ ହେବାକୁ ଥିବାବେଳେ ଏହାକୁ ୩୧ ମାର୍ଚ୍ଚ ୨୦୨୨  ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅବଧି ବୃଦ୍ଧି ଫଳରେ ୭୧.୦୮ଲକ୍ଷ କର୍ମନିଯୁକ୍ତି ସୁଯୋଗ ଆନୁଷ୍ଠାନିକ କ୍ଷେତ୍ରରେ ସୃଷ୍ଟି ହେବ । ପୂର୍ବରୁ ଏହି ସଂଖ୍ୟା ୫୮.୫ ଲକ୍ଷ ଆକଳନ କରାଯାଇଥିଲା । ୧୮.୦୬.୨୦୨୧  ସୁଦ୍ଧା ୨୧.୪୨ ଲକ୍ଷ ହିତାଧିକାରୀଙ୍କୁ ଏବିଆରୱାଇ ଅଧୀନସ୍ଥ ୭୯,୫୭୭ ସଂସ୍ଥାନ ଜରିଆରେ ୯୦୨କୋଟି ଟଙ୍କା ପ୍ରଦାନ କରାଯାଇଛି । ଯୋଜନା ଅଧୀନରେ ପଞ୍ଜୀକରଣ ଅବଧି ବୃଦ୍ଧି ସମୟ ପର୍ଯ୍ୟନ୍ତ ଖର୍ଚ୍ଚ ୨୨.୦୯୮ କୋଟି ଟଙ୍କା ଆକଳନ କରାଯାଇଛି ।

            ଏହି ଯୋଜନା କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ) ଦ୍ୱାରା ତ୍ୱରାନ୍ୱିତ ହେବା ଯୋଗୁଁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିଦାତାଙ୍କ  ଆର୍ଥିକ ବୋଝ ଲାଘବ କରିଥାଏ । ଆତ୍ମ ନିର୍ଭର ଭାରତ ଯୋଜନା (ଏବିଆରୱାଇ) ଅଧୀନରେ ପଞ୍ଜୀକୃତ ସଂସ୍ଥାର ନୂତନ କର୍ମଚାରୀ ଯେଉଁମାନେ ମାସିକ ୧୫ହଜାରରୁ କମ୍ ଦରମା ପାଉଥିବେ ସେମାନେ ବା ଯଦି କମ୍ପାନୀ ନୂତନ କର୍ମଚାରୀ ଯେଉଁମାନେ ୦୧.୦୩.୨୦୨୦ରୁ ୩୦.୦୯.୨୦୨୦ ମଧ୍ୟରେ ଚାକିରି ହରାଇଥିବେ ସେମାନେ ଲାଭାନ୍ୱିତ ହେବେ । ଏବିଆରୱାଇ ଅଧୀନରେ ଭାରତ ସରକାର ଦୁଇବର୍ଷ ପାଇଁ ଉଭୟ ମାଲିକ ଓ କର୍ମଚାରୀମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେଉଛନ୍ତି । ଏହାର ସବିଶେଷ ବିବରଣୀ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଓ ଇପିଏଫଓ ୱେବସାଇଟ୍‌ରେ ଉପଲବ୍ଧ ହେଉଛି ।

            ଆତ୍ମନିର୍ଭର ଭାରତ ୩.୦ ପ୍ୟାକେଜ ଅଧୀନରେ ଏବିଆରୱାଇ ଯୋଜନା କୋଭିଡ ପରବର୍ତ୍ତୀ ସମୟରେ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ସହ କର୍ମନିଯୁକ୍ତି ବୃଦ୍ଧି ପାଇଁ ଘୋଷିତ ହୋଇଥିଲା । ଏହି ଯୋଜନା କୋଭିଡ-୧୯ ବୈଶ୍ୱିକ ମହମାରୀର ଦେଶର ଅର୍ଥ ବ୍ୟବସ୍ଥା ଉପରେ ପକାଉଥିବା ନକାରାତ୍ମକ ପ୍ରଭାବକୁ କମ୍ କରିବା ସହ ସ୍ୱଳ୍ପବେତନ ଭୋଗୀ କର୍ମଚାରୀଙ୍କ ନିମନ୍ତେ ସହାୟକ ହେବ । ଏହା ମଧ୍ୟ ମାଲିକମାନଙ୍କୁ ନିଜର ବ୍ୟବସାୟ ପୁର୍ନବାର ଆରମ୍ଭ ଓ ସମ୍ପ୍ରସାରଣ ପାଇଁ ସାହାଯ୍ୟ କରିବ ।

 

****

SM / SLP



(Release ID: 1731740) Visitor Counter : 174