କ୍ୟାବିନେଟ

ସ୍ୱାସ୍ଥ୍ୟ ଗବେଷଣା କ୍ଷେତ୍ରରେ ଭାରତ ଓ ନେପାଳ ମଧ୍ୟରେ ରାଜିନାମାକୁ କ୍ୟାବିନେଟ ଅନୁମୋଦନ

Posted On: 30 JUN 2021 4:19PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଓ ନେପାଳ ସ୍ୱାସ୍ଥ୍ୟ ଗବେଷଣା ପରିଷଦ( ଏନଏଚଆରସି) ମଧ୍ୟରେ ୧୭ ନଭେମ୍ବର,୨୦୨୦ ଓ  ୪ ଜାନୁୟାରୀ, ୨୦୨୧ରେ ହୋଇଥିବା ରାଜିନାମା ସମ୍ପର୍କରେ ଅବଗତ କରାଯାଇଥିଲା ।

ଏହି ରାଜିନାମାର ଉଦ୍ଦେଶ୍ୟ ସୀମାପାର ସ୍ୱାସ୍ଥ୍ୟ ପ୍ରସଙ୍ଗ, ଆୟୁର୍ବେଦ/ପାରମ୍ପରିକ ଔଷଧ ଓ ଔଷଧୀୟ ବୃକ୍ଷ, ପରିବେଶ ପରିବର୍ତ୍ତନ ଓ ସ୍ୱାସ୍ଥ୍ୟ, ଅସଂକ୍ରାମକ ରୋଗ, ମାନସିକ ସ୍ୱାସ୍ଥ୍ୟ, ଜନସଂଖ୍ୟା ଆଧାରିତ କ୍ୟାନସର ରେଜିଷ୍ଟ୍ରି, କ୍ରାନ୍ତୀୟ ରୋଗ (ଭେକ୍ଟର ଜନିତ ରୋଗ ଯେପରିକି ଡେଙ୍ଗୁ, ଚିକୁନଗୁନିଆ, ମ୍ୟାଲେରିଆ, ଜେଇ ଆଦି), ଇନଫ୍ଲୁଏଞ୍ଜା, କ୍ଲିନିକାଲ ଟ୍ରାଏଲ ରେଜିଷ୍ଟ୍ରି, ସ୍ୱାସ୍ଥ୍ୟ ଅନୁସନ୍ଧାନ ଆଚାର ସଂହିତା, ଜ୍ଞାନର ଆଦାନ ପ୍ରଦାନ ଜରିଆରେ ଦକ୍ଷତା ନିର୍ମାଣ, କୌଶଳ ଉପକରଣ ଓ ଉପକରଣ ଆପଣାଇବା ପାଇଁ ଫେଲୋ ତଥା ସହଯୋଗ, ଦିଶାନିର୍ଦ୍ଦେଶ, ପ୍ରୋଟୋକଲ ତଥା ସ୍ୱାସ୍ଥ୍ୟ ଅନୁସନ୍ଧାନ ସମ୍ବନ୍ଧିତ ସର୍ବଶ୍ରେଷ୍ଠ ପଦ୍ଧତିଗୁଡିକ ଭଳି ପାରସ୍ପରିକ ହିତ ସଂଲଗ୍ନ ସ୍ୱାସ୍ଥ୍ୟ ଗବେଷଣା ପାଇଁ ସହଯୋଗ ବୃଦ୍ଧି କରିବା ।

ଏହି ଏମଓୟୁ ଅନୁଯାୟୀ ଅନୁମୋଦିତ ଗବେଷଣା ସଂସ୍ଥାନକୁ ପ୍ରତ୍ୟେକ ପକ୍ଷ ନିଜ ଦେଶରେ ପରିଚାଳନା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବ ବା ମିଳିତ ଭାବେ ଥାର୍ଡ ପାର୍ଟିଂ ଫଣ୍ଡିଂ ପାଇଁ ଆବେଦନ କରିପାରିବ । ଅନୁମୋଦିତ ସହଯୋଗାତ୍ମକ ପରିଯୋଜନା ଅନ୍ତର୍ଗତ ବୈଜ୍ଞାନିକ ଆଦାନ-ପ୍ରଦାନ ପାଇଁ ଗସ୍ତ କରୁଥିବା ବୈଜ୍ଞାନିକମାନଙ୍କ ଯାତ୍ରାକାଳୀନ ଖର୍ଚ୍ଚ ପଠାଇଥିବା ଦେଶ ବହନ କରିବ । ସେହିପରି ରିସିଭ କରୁଥିବା ପକ୍ଷ ବୈଜ୍ଞାନିକ/ଗବେଷକମାନଙ୍କ ରହିବା ଓ ଦୈନନ୍ଦିନ ଖର୍ଚ୍ଚ ବହନ କରିବେ । କର୍ମଶାଳା/ବୈଠକ ଓ ଗବେଷଣା ପ୍ରକଳ୍ପ ପାଇଁ ପାଣ୍ଠି ବ୍ୟବସ୍ଥା ସେହି ସମୟରେ ଉପଲବ୍ଧ ପାଣ୍ଠି ଅନୁଯାୟୀ କରାଯିବ । ଏହି ସମସ୍ତ ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ଓ ନିଷ୍ପାଦନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଉଭୟ ପକ୍ଷର ସହମତି ଆବଶ୍ୟକ ।

 

SR



(Release ID: 1731723) Visitor Counter : 197