କ୍ୟାବିନେଟ
ଟିକସ ସହ ଜଡ଼ିତ ସୂଚନା ବିନିମୟ ଓ ସଂଗ୍ରହରେ ସହାୟତା ପାଇଁ ଭାରତ ଏବଂ ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସ ମଧ୍ୟରେ ରାଜିନାମାକୁ କ୍ୟାବିନେଟ୍ ମଞ୍ଜୁରି
Posted On:
23 JUN 2021 12:55PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଟିକସ ସହ ଜଡ଼ିତ ସୂଚନା ବିନିମୟ ଓ ସଂଗ୍ରହରେ ସହାୟତା ପାଇଁ ଭାରତ ଏବଂ ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସ ମଧ୍ୟରେ ରାଜିନାମାକୁ ଅନୁମୋଦନ କରାଯାଇଛି ।
ରାଜିନାମାର ବିବରଣୀ :
- ଏହା ହେଉଛି ଭାରତ ଏବଂ ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସ ମଧ୍ୟରେ ଏକ ନୂତନ ରାଜିନାମା । ଦୁଇ ଦେଶ ମଧ୍ୟରେ ପୂର୍ବରୁ କୌଣସି ରାଜିନାମା ନଥିଲା ।
- ଟିକସ ଦାବି ସଂଗ୍ରହ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସୂଚନା ବିନିମୟ ଏବଂ ପରସ୍ପରକୁ ସହାୟତା ଯୋଗାଇ ଦେବା ନିମନ୍ତେ ଏହି ରାଜିନାମାରେ ପ୍ରସ୍ତାବ ଦିଆଯାଇଛି ।
- ରାଜିନାମାରେ ମଧ୍ୟ ବିଦେଶରେ ଟିକସ ଯାଞ୍ଚ ଭଳି ବ୍ୟବସ୍ଥା ରହିଛି ଯାହାକି ଟିକସ ସଂଗ୍ରହ ଉଦ୍ଦେଶ୍ୟରେ କୌଣସି ବ୍ୟକ୍ତିବିଶେଷଙ୍କୁ ପଚରାଉଚରା କରିବା ଏବଂ ରେକର୍ଡ ଯାଞ୍ଚ କରିବା ଲାଗି ଗୋଟିଏ ଦେଶ ଅନ୍ୟ ଦେଶର ପ୍ରତିନିଧିଙ୍କୁ ନିଜ ଭୂଖଣ୍ଡରେ (ନିଜର ଘରୋଇ ଆଇନରେ ରହିଥିବା ସୀମା ମଧ୍ୟରେ) ପ୍ରବେଶ କରିବା ଲାଗି ଅନୁମତି ଦେବ ।
ପ୍ରଭାବ :
ଭାରତ ଏବଂ ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସ ମଧ୍ୟରେ ହୋଇଥିବା ଏହି ରାଜିନାମା ଫଳରେ ଦୁଇ ଦେଶ ମଧ୍ୟରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଧାରଣ କରିଥିବା ସୂଚନା ସମେତ ଅନ୍ୟାନ୍ୟ ସୂଚନା ବିନିମୟରେ ସହାୟତା ମିଳିପାରିବ । ଏଥିରେ ଆଇନଗତ ଏବଂ ଲାଭଜନକ ମାଲିକାନା ସଂକ୍ରାନ୍ତ ସୂଚନା ମଧ୍ୟ ସାମିଲ ରହିଛି । ଏହା ମଧ୍ୟ ଦୁଇ ଦେଶ ମଧ୍ୟରେ ଟିକସ ଦାବି ସଂଗ୍ରହ କ୍ଷେତ୍ରରେ ସହାୟତା ଯୋଗାଇ ଦେବ । ତେଣୁ, ଏହା ମଧ୍ୟ ଟିକସ ଫାଙ୍କି ବିଦେଶକୁ ଅର୍ଥ ସ୍ଥାନାନ୍ତର ଓ ଟିକସ ଏଡ଼ାଇବା ଭଳି ବେଆଇନ କାର୍ଯ୍ୟର ମୁକାବିଲା କରିବା ଦିଗରେ ଭାରତର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ସହିତ କଳାଧନ କାରବାର ଉପରେ ଅଙ୍କୁଶ ଲଗାଇବ ।
*********
P.S
(Release ID: 1729747)
Visitor Counter : 152
Read this release in:
English
,
Urdu
,
Hindi
,
Marathi
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam