ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କାର୍ଯ୍ୟକାଳର ଦୁଇ ବର୍ଷ ପୂର୍ତ୍ତି ଅବସରରେ ବାଚସ୍ପତି ଶ୍ରୀ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 19 JUN 2021 3:13PM by PIB Bhubaneshwar

 

ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ତାଙ୍କ କାର୍ଯ୍ୟକାଳର ଦୁଇ ବର୍ଷ ପୂର୍ତ୍ତି କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ବିଗତ ଦୁଇ ବର୍ଷ ମଧ୍ୟରେ ଶ୍ରୀ ଓମ ବିର୍ଲା ଜୀ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହା ଆମ ସଂସଦୀୟ ଗଣତନ୍ତ୍ରକୁ ସମୃଦ୍ଧ କରିବା ସହିତ ଉତ୍ପାଦକତା ବୃଦ୍ଧି ପାଇଛି, ଫଳରେ ବହୁ ଐତିହାସିକ ତଥା ଜନପୋଯୋଗୀ ଆଇନ ପାରିତ ହୋଇଛି । ତାଙ୍କୁ ଅଭିନନ୍ଦନ!

ସୂଚନାଯୋଗ୍ୟ ଯେ, ପ୍ରଥମ ଥରର ସାଂସଦ, ଯୁବ ସାଂସଦ ଏବଂ ମହିଳା ସାଂସଦମାନଙ୍କୁ ଗୃହରେ କହିବାର ସୁଯୋଗ ଦେବା ଉପରେ ଶ୍ରୀ ଓମ ବିର୍ଲା ଜୀ ବିଶେଷ ଗୁରୁତ୍ୱ ଦେଇଛନ୍ତି । ଏହା ସହିତ ବିଭିନ୍ନ କମିଟିକୁ ମଧ୍ୟ ସେ ମଜବୁତ କରିଛନ୍ତି, ଯାହାର ଭୂମିକା ଆମ ଗଣତନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ” ।

 

**********

TRP/



(Release ID: 1728676) Visitor Counter : 153