ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା
Posted On:
18 JUN 2021 9:16AM by PIB Bhubaneshwar
ଭାରତର ସକ୍ରିୟ କରୋନା ମାମଲା 7,98,656କୁ ହାସ ପାଇଛି; ଯାହା 73 ଦିନ ମଧ୍ୟରେ 8 ଲକ୍ଷରୁ କମ ।
ଗତ 24 ଘଣ୍ଟା ମଧ୍ୟରେ ଭାରତର ଦୈନିକ ନୂତନ କରୋନା ମାମଲା ସଂଖ୍ୟା 62,480 ରହିଛି ।
ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 2,85,80,647 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ଗତ 24 ଘଣ୍ଟା ମଧ୍ୟରେ 88,977 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
କ୍ରମାଗତ 36 ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି ।
ସୁସ୍ଥତା ହାର 96.03 ପ୍ରତିଶତକୁ ବୃଦ୍ଧି ପାଇଛି ।
ସାପ୍ତାହିକ ପଜିଟିଭିଟି ହାର 5 ପ୍ରତିଶତ ତଳେ ରହିଛି, ବର୍ତ୍ତମାନ ଏହା 3.80 ପ୍ରତିଶତରେ ରହିଛି ।
ଦୈନିକ ପଜିଟିଭିଟି ହାର 3.24 ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ 11 ଦିନ ମଧ୍ୟରେ 5 ପ୍ରତିଶତରୁ କମ ।
ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ 38.71 କୋଟି ପରୀକ୍ଷା କରାଯାଇଛି ।
ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 26.89 କୋଟି ଡୋଜ ଟୀକା ଦିଆଯାଇଛି ।
**********
TRP/
(Release ID: 1728197)
Visitor Counter : 245
Read this release in:
English
,
Urdu
,
Hindi
,
Marathi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam