ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା
Posted On:
13 JUN 2021 9:18AM by PIB Bhubaneshwar
ଭାରତର ସକ୍ରିୟ କରୋନା ମାମଲା 10,26,159କୁ ହ୍ରାସ ପାଇଛି ।
ଗତ 24 ଘଣ୍ଟା ମଧ୍ୟରେ ସକ୍ରିୟ ମାମଲା 54,531 ହ୍ରାସ ପାଇଛି ।
ଗତ 24 ଘଣ୍ଟା ମଧ୍ୟରେ ଭାରତରେ ନୂଆ କରୋନା ମାମଲା ସଂଖ୍ୟା 80,834 ରହିଛି; ଯାହା 71 ଦିନରେ ସର୍ବନିମ୍ନ ।
ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 2,80,43,446 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ଗତ 24 ଘଣ୍ଟା ମଧ୍ୟରେ 1,32,062 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
କ୍ରମାଗତ 31 ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି ।
ସୁସ୍ଥତା ହାର 95.26 ପ୍ରତିଶତକୁ ବୃଦ୍ଧି ପାଇଛି ।
ସାପ୍ତାହିକ ପଜିଟିଭିଟି ହାର 5 ପ୍ରତିଶତରୁ ତଳକୁ ହ୍ରାସ ପାଇଛି, ବର୍ତ୍ତମାନ ଏହା 4.74 ପ୍ରତିଶତରେ ରହିଛି ।
ଦୈନିକ ପଜିଟିଭିଟି ହାର 4.25 ପ୍ରତିଶତ, ଯାହା କ୍ରମାଗତ ଭାବେ 20 ଦିନ ମଧ୍ୟରେ ଏହା 10 ପ୍ରତିଶତ ତଳେ ରହିଛି ।
ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ 37.81 କୋଟି ପରୀକ୍ଷା କରାଯାଇଛି ।
ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 25.31 କୋଟି ଡୋଜ ଟିକା ଦିଆଯାଇଛି ।
**********
TRP/
(Release ID: 1726763)
Visitor Counter : 182