ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

କ୍ୟୁଏସ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୨ର ଶ୍ରେଷ୍ଠ ୨୦୦ ତାଲିକାରେ ଭାରତର ତିନୋଟି ବିଶ୍ୱବିଦ୍ୟାଳୟ

ଗବେଷଣା କ୍ଷେତ୍ରରେ ସାରା ବିଶ୍ୱରେ ଆଇଆଇଏସସି ବେଙ୍ଗାଲୁରୁର ପ୍ରଥମ ସ୍ଥାନ ଅର୍ଜନ

ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଭାରତ ଦ୍ରୁତ ବେଗରେ ଆଗକୁ ଗତି କରୁଛି ଏବଂ ବିଶ୍ୱଗୁରୁ ଭାବେ ମୁଣ୍ଡ ଟେକୁଛି: ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’

Posted On: 09 JUN 2021 4:29PM by PIB Bhubaneshwar

କ୍ୟୁଏସ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୨ର ଶ୍ରେଷ୍ଠ ୨୦୦ ତାଲିକାରେ ଭାରତର ତିନୋଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛନ୍ତି । ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସସି), ବେଙ୍ଗାଲୁରୁ ଗବେଷଣା କ୍ଷେତ୍ରରେ ବିଶ୍ୱରେ ୧ ନମ୍ବର ସ୍ଥାନ ଅଧିକାର କରିଛି । କ୍ୟୁଏସ କ୍ୱାକ୍ୱାରେଲି ସାଇମଣ୍ଡସ୍‍ ପକ୍ଷରୁ ଆଜି ଏହି ବୈଶ୍ୱିକ ଉଚ୍ଚଶିକ୍ଷା ବିଶ୍ଳେଷଣ ରିପୋର୍ଟ ପ୍ରକାଶ ପାଇଛି । ଏହି ସଂସ୍ଥାର ୧୮ଶ ସଂସ୍କରଣରେ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ତାଲିକା ସ୍ଥାନ ପାଇଛି । 

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଆଇଆଇଟି, ବମ୍ବେ ଏହି ବିଶ୍ୱବିଦ୍ୟାଳୟ ମାନ୍ୟତା ତାଲିକାରେ ୧୭୭ତମ ସ୍ଥାନ, ଆଇଆଇଟି ଦିଲ୍ଲୀ ୧୮୫ତମ ସ୍ଥାନ ଏବଂ ଆଇଆଇଏସସି ବେଙ୍ଗାଲୁରୁ ୧୮୬ତମ ସ୍ଥାନ ଲାଭ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଶିକ୍ଷାମନ୍ତ୍ରୀ ଶ୍ରୀ ପୋଖରିଆଲ କହିଛନ୍ତି ଯେ ଭାରତ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏବେ ଦ୍ରୁତ ଗତିରେ ଆଗକୁ ଅଗ୍ରସର ହେଉଛି ଏବଂ ବିଶ୍ୱଗୁରୁ ଭାବେ ମୁଣ୍ଡ ଟେକୁଛି । ଆମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଜଣେ ଗୁରୁ ପାଇଥିବାରୁ ମଧ୍ୟ ସମରୂପେ ଗର୍ବ ଅନୁଭବ କରୁ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିରବଚ୍ଛିନ୍ନ ଭାବେ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଶିକ୍ଷା କ୍ଷେତ୍ରର ଅନ୍ୟ ହିତଧାରକମାନଙ୍କ କଥା ସଦାସର୍ବଦା ଚିନ୍ତା କରିଆସୁଛନ୍ତି । ଶ୍ରୀ ପୋଖରିଆଲ ଆହୁରି କହିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି- ୨୦୨୦ ଏବଂ ‘ଇନଷ୍ଟିଚୁଟ୍‍ ଅଫ୍‍ ଏମିନେନ୍ସ’ ଭରି ପ୍ରୟାସ ଆମର ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କୁ ବିଶ୍ୱ ସ୍ତରରେ ଏଭଳି ମାନ୍ୟତା ହାସଲ କରିବା ଦିଗରେ ସହାୟକ ହୋଇପାରିଛି । କ୍ୟୁଏସ ଆଣ୍ଡ ଟାଇମ୍ସ ଗ୍ରୁପ୍‍ ପକ୍ଷରୁ ଘୋଷଣା କରାଯାଇଥିବା ବିଶ୍ୱବିଦ୍ୟାଳୟ ମାନ୍ୟତା ତାଲିକାରୁ ଏହା ସହଜରେ ଅନୁମାନ କରାଯାଇପାରିବ ବୋଲି ସେ କହିଛନ୍ତି । 

*****

SS



(Release ID: 1725799) Visitor Counter : 231