ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

ରାମଗୁଣ୍ଡମ ସାର ଓ ରସାୟନ ଲିମିଟେଡ ପାଇଁ ପ୍ରଯୁଜ୍ୟ ନୂତନ ପୁଞ୍ଜି ବିନିଯୋଗ ନୀତି (ଏନଆଇପି-୨୦୧୨)କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Posted On: 09 JUN 2021 3:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆର୍ଥିକ ବ୍ୟାପର କମିଟି ରାମଗୁଣ୍ଡମ୍ ସାର ଓ ରସାୟନ ଲିମିଟେଡ (ଆରସିଏଫଏଲ) ସଂକ୍ରାନ୍ତ ନୂତନ ପୁଞ୍ଜିନିବେଶ ନୀତି-୨୦୧୨ପାଇଁ ରସାୟନ ବିଭାଗ ଦେଇଥିବା ପ୍ରସ୍ତାବକୁ ଅନୁମୋଦନ କରିଛି ।

ଆରସିଏଫଏଲ ଜାତୀୟସାର ଲିମିଟେଡ(ଏନଏଫଏଲ) ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ (ଇଆଇଏଲ)ଏବଂ ଭାରତୀୟ ସାର ନିଗମ ଲିମିଟେଡ (ଏଫସିଆଇଏଲ)କୁ ନେଇ ଏକ ମିଳିତ ଉଦ୍ୟୋଗ ଯାହା ୧୭।୨.୨୦୧୫ରେ ଏକାଠି ହୋଇଥିଲା । ଆରସିଏଫଏଲ ତତ୍କାଳୀନ ଏଫସିଆଇଏଲର ରାମଗୁଣ୍ଡମ୍ ୟୁନିଟକୁ ପୁଣି ଚାଲୁ କରିବାକୁ ପ୍ରୟାସ କରୁଛି । ଏଥିପାଇଁ ଆରସିଏଫଏଲ ବାର୍ଷିକ ୧୨.୭ଲକ୍ଷ ମେଟ୍ରିକ ଟନ୍ ନିମ ଆଭରଣଯୁକ୍ତ ଏକ ନୂତନ ଗ୍ୟାସଭିତ୍ତିକ ୟୁରିଆ ପ୍ଲାଣ୍ଟ ମଧ୍ୟ ସ୍ଥାପନ କରୁଛି । ଏହି ୟୁରିଆ ପ୍ରକଳ୍ପର ବ୍ୟୟ ଅଟକଳ ହେଉଛି ୬୧୬୫.୦୬ କୋଟି । ଏହି ପ୍ଲାଣ୍ଟକୁ ଭାରତୀୟ ଗ୍ୟାସ କର୍ତ୍ତୃପକ୍ଷ ଲିମିଟେଡ (ଜିଏଆଇଏଲ) ଏମବିବିଭିପିଏଲ (ମାଲଭରମ-ଭୋପାଳ-ଭିଲୱାରା-ବିଜୟପୁର)ଗ୍ୟାସ ପାଇପଲାଇନ ଜରିଆରେ ଗ୍ୟାସ ଯୋଗାଯିବ ।

 ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଆରସିଏଫଏଲ ପ୍ଲାଣ୍ଟ ଜରିଆରେ ସରକାର ପଦକ୍ଷେପ ନେଇଛନ୍ତି । ରାମଗୁଣ୍ଡମ ପ୍ଲାଣ୍ଟ ବାର୍ଷିକ ୧୨.୭ଲକ୍ଷ ମେଟ୍ରିକ ଟନ୍ ୟୁରିଆ ଉତ୍ପାଦନ କରି ୟୁରିଆ ଉତ୍ପାଦନରେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିବ । ଏହା ଦକ୍ଷିଣ ଭାରତର ସର୍ବବୃହତ୍ ସାର ଉତ୍ପାଦନକାରୀ କାରଖାନା ହେବ । ଏହି ପ୍ରକଳ୍ପ କୃଷକମାନଙ୍କୁ ସାର ଉପଲବ୍ଧ କରାଇବା ସହ ପାରିପାଶ୍ୱିର୍କ ଭିତ୍ତିଭୂମି ବିକାଶରେ ମଧ୍ୟ ସହାୟକ ହେବ । ଏହି କାରଖାନାର ଅନେକ ବିଶ୍ୱସ୍ତରୀୟ ବୈଷୟିକ ସୁବିଧାମାନ ରହିଛି । ଏହା ତେଲଙ୍ଗାନା ରାଜ୍ୟର ୟୁରିଆ ଚାହିଦା ପୂରଣ କରିବା ସହ ଅନ୍ୟାନ୍ୟ ଦକ୍ଷିଣ ଓ କେନ୍ଦ୍ରୀୟ ଭାରତ ରାଜ୍ୟ ସମୂହ ଯଥା ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ, ମହାରାଷ୍ଟ୍ର ଇତ୍ୟାଦିକୁ ମଧ୍ୟ ସାର ଯୋଗାଇବ । ଆରଏଫସିଏଲ ଦ୍ୱାରା ଉତ୍ପାଦିତ ୟୁରିଆ ଜାତୀୟ ସାର ଲିମିଟେଡ ବିପଣନ କରିବ ।

 ଏଠାରେ ସୂଚନାଯୋଗ୍ୟ ଯେ ଭାରତ ସରକାର ପାଞ୍ଚୋଟି ବନ୍ଦ ପଡିଥିବା ଏଫସିଆଇଏଲ/ ଏଚଏଫସିଏଲ ୟୁନିଟ୍ ଚାଲୁ କରିବାକୁ ଯାଉଛି । ନୂତନ ଆମୋନିଆ ୟୁରିଆ ପ୍ଲାଣ୍ଟ ସ୍ଥାପନ କରି ୧୨.୭ ଲକ୍ଷ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ରାମଗୁଣ୍ଡମ୍‌ (ତେଲଙ୍ଗାନା), ଓଡିଶାର ତାଳଚେର, ଉତ୍ତରପ୍ରଦେଶର ଗୋରଖପୁର, ଝାଡଖଣ୍ଡର ସିନ୍ଧ୍ରୀ ଓ ବିହାରର ବାରଉଣୀ । ୪୦ହଜାର କୋଟି ପୁଞ୍ଜିବିନିଯୋଗରେ ଅଗ୍ରଣୀ ପିଏସ୍‌ୟୁଗୁଡିକୁ ନେଇ ଏହି ଯୁଗ୍ମ ପ୍ରକଳ୍ପ କାର୍ଯ୍ୟ କରିବ । ଫଳରେ ଦେଶରେ ୟୁରିଆ ଉତ୍ପାଦନ ବାଷିକ ୬୩.୫ଲକ୍ଷ ମେଟ୍ରିକଟନ୍ ବୃଦ୍ଧି ପାଇବ । ଏଥିପାଇଁ ବିପୁଳ ବୈଦେଶିକ ମୁଦ୍ରା ସଂଚୟ ହେବା ସହ ଦେଶ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିବ ।  

******

SM / SLP



(Release ID: 1725797) Visitor Counter : 263