ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ପୋଷଣୀୟ ସହରାଞ୍ଚଳ ବିକାଶ ନିମନ୍ତେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

Posted On: 02 JUN 2021 12:57PM by PIB Bhubaneshwar

ଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପୋଷଣୀୟ ସହରାଞ୍ଚଳ ବିକାଶ ନିମନ୍ତେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ମଞ୍ଜୁରି ମିଳିଛି । ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଏବଂ ମାଳଦ୍ୱୀପର ରାଷ୍ଟ୍ରୀୟ ପ୍ଲାନିଂ, ଗୃହନିର୍ମାଣ ଓ ଭିତ୍ତିଭୂମି ମନ୍ତ୍ରଣାଳୟ ମଧ୍ୟରେ ଏହି ବୁଝାମଣା ପତ୍ର ୨୦୨୧ ମସିହା ଫେବୃଆରୀ ମାସରେ ସ୍ୱାକ୍ଷରିତ ହୋଇଛି ।

ଏହି ବୁଝାମଣା ପତ୍ରର ଢ଼ାଂଚା ଅନୁସାରେ ସହଯୋଗ କାର୍ଯ୍ୟକ୍ରମକୁ ରଣନୀତିକ ଭାବେ ପ୍ରସ୍ତୁତ କରିବା ତଥା ପ୍ରବର୍ତ୍ତନ କରିବା ନିମନ୍ତେ ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ (ଜେଡବ୍ଲୁଜି) ଗଠନ କରାଯିବ ।

ଉପକାରିତା:

ଏହି ବୁଝାମଣା ପତ୍ର ଉଭୟ ରାଷ୍ଟ୍ର ମଧ୍ୟରେ ପୋଷଣୀୟ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଏକ ସୁଦୃଢ଼, ନିବିଡ଼ ତଥା ଦୀର୍ଘସ୍ଥାୟୀ ଦ୍ୱିପାକ୍ଷିକ ସହଯୋଗ ସୃଷ୍ଟିକୁ ପ୍ରୋତ୍ସାହିତ କରିବ । ଆଶା କରାଯାଏ ଯେ ପୋଷଣୀୟ ସହରାଞ୍ଚଳ ବିକାଶ କ୍ଷେତ୍ର ତଥା ସହରାଞ୍ଚଳ ଯୋଜନା, ସ୍ମାର୍ଟ ସିଟି ବିକାଶ, କଠନ ବର୍ଜ୍ୟ ପରିଚାଳନା, ସୁଲଭ ମୂଲ୍ୟର ବାସଗୃହ, ସହରାଞ୍ଚଳ ମଧ୍ୟରେ ସବୁଜ ବିଚରଣ, ସହରାଞ୍ଚଳ ମଧ୍ୟରେ ଦ୍ରୁତ ସାଧାରଣ ପରିବହନ ବ୍ୟବସ୍ଥା, ସ୍ମାର୍ଟ ସିଟି ବିକାଶ ଆଦି କ୍ଷେତ୍ରରେ ଏହା ବ୍ୟାପକ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ ।

ବିସ୍ତୃତ ବିବରଣ:

ଉଭୟ ବୁଝାମଣା ପତ୍ର ସ୍ୱାକ୍ଷରକାରୀ ପକ୍ଷଙ୍କ ମଧ୍ୟରେ ଏହା ସ୍ୱାକ୍ଷରିତ ହେବା ଦିନଠାରୁ, ଅର୍ଥାତ୍‍, ଫେବୃଆରୀ ୨୦, ୨୦୨୧ ତାରିଖ ଠାରୁ ଏହା ବଳବତ୍ତର ହେବ ଏବଂ ଅନିର୍ଦ୍ଦିଷ୍ଟ ଅବଧି ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।

ଏହି ବୁଝାମଣା ପତ୍ରର ଉଦ୍ଦ୍ୟେଶ୍ୟ ହେଲା ଭାରତ- ମାଳଦ୍ୱୀପ ମଧ୍ୟରେ ପୋଷଣୀୟ ସହରାଞ୍ଚଳ ବିକାଶ କ୍ଷେତ୍ର ଯେଉଁଥିରେ କି ସହରାଞ୍ଚଳ ଯୋଜନା, ସ୍ମାର୍ଟ ସିଟି ବିକାଶ, କଠିନ ବର୍ଜ୍ୟ ପରିଚାଳନା, ସୁଲଭ ମୂଲ୍ୟର ବାସଗୃହ, ସହରାଞ୍ଚଳ ମଧ୍ୟରେ ସବୁଜ ବିଚରଣ, ସହରାଞ୍ଚଳ ମଧ୍ୟରେ ଦ୍ରୁତ ସାଧାରଣ ପରିବହନ ବ୍ୟବସ୍ଥା, ସ୍ମାର୍ଟ ସିଟି ବିକାଶ ଏବଂ ଅନ୍ୟାନ୍ୟ ସଂପର୍କୀତ କ୍ଷେତ୍ର ଯେଉଁଥିପାଇଁ ଉଭୟ ରାଜିନାମା ପକ୍ଷ ସ୍ୱାକ୍ଷର କରିଛନ୍ତି ସେମାନଙ୍କୁ ବୈଷୟିକ ସହଯୋଗ ପ୍ରଦାନ ନିମନ୍ତେ ସୁବିଧା ଯୋଗାଣ ତଥା ସମ୍ପର୍କର ସୁଦୃଢ଼ୀକରଣ । 

*****

SS



(Release ID: 1723886) Visitor Counter : 161