ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୨୩ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ କରାଯାଇଛି
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୧.୭୫ କୋଟିରୁ ଅଧିକ ଟିକା ଡୋଜ ଉପଲବ୍ଧ ଅଛି
Posted On:
31 MAY 2021 10:58AM by PIB Bhubaneshwar
ଦେଶବ୍ୟାପି ଟିକାକରଣ ଅଭିଯାନ ଅନ୍ତର୍ଗତ ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିନା ମୂଲ୍ୟରେ କୋଭିଡ ଟିକା ପ୍ରଦାନ କରୁଛନ୍ତି । ଏହାସହିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସିଧାସଳଖ ଟିକା ଖରିଦ କରିବାରେ ଭାରତ ସରକାର ସାହାଯ୍ୟ କରୁଛନ୍ତି । ପରୀକ୍ଷଣ, ଟ୍ରେସିଂ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ସହ ଟିକାକରଣ ମହାମାରୀ ନିୟନ୍ତ୍ରଣ ଓ ପ୍ରବନ୍ଧନ ପାଇଁ ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଅଭିନ୍ନ ଅଙ୍ଗ ।
ମଇ ୧, ୨୦୨୧ରୁ କୋଭିଡ- ୧୯ ଟିକାକରଣର ଉଦାର ଓ ତ୍ୱରିତ ପର୍ଯ୍ୟାୟ-୩ ଆରମ୍ଭ ହୋଇଛି ।
ଏହି ରଣନୀତି ଅନୁଯାୟୀ ଭାରତ ସରକାର ପ୍ରତିମାସରେ କେନ୍ଦ୍ରୀୟ ଔଷଧ ଗବେଷଣାଗାର (ସିଡିଏଲ) ମଞ୍ଜୁରି ପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ୫୦ ପ୍ରତିଶତ କିଣିବେ । ଭାରତ ସରକାର ପୂର୍ବଭଳି ଏହି ଟିକା ଡୋଜଗୁଡିକୁ ବିନା ମୂଲ୍ୟରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବେ ।
ଉଭୟ ବିନା ମୂଲ୍ୟରେ ଓ ସିଧାସଳଖ ଖରିଦ କରି ଭାରତ ସରକାର ଏପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୨୩ କୋଟିରୁ ଅଧିକ (୨୩,୧୧,୬୮,୪୮୦) ଟିକା ଡୋଜ ପ୍ରଦାନ କରିଛନ୍ତି ।
ନଷ୍ଟ ହୋଇଥିବା ଡୋଜକୁ ମିଶାଇ ୨୧,୨୨,୩୮,୬୫୨ ଟିକା ଡୋଜ ବିନିଯୋଗ ହୋଇଛି । (ସକାଳ ୮ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ)
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୧.୭୫ କୋଟିରୁ ଅଧିକ (୧,୭୫,୪୮,୬୪୮) ଟିକା ଡୋଜ ଉପଲବ୍ଧ ଅଛି ।
ଏହାବ୍ୟତୀତ ଆଉ ୨.୭୩ ଲକ୍ଷରୁ ଅଧିକ (୨,୭୩,୯୭୦) ଟିକା ଡୋଜ ପ୍ରଦାନ ପାଇଁ ପ୍ରସ୍ତୁତି ଚାଲିଛି ଓ ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପ୍ରଦାନ କରାଯିବ ।
SR
(Release ID: 1723152)
Visitor Counter : 270
Read this release in:
Tamil
,
English
,
Urdu
,
Marathi
,
Hindi
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam