ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୨୨.୭୭ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ କରାଯାଇଛି

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୧.୮୨ କୋଟି ଡୋଜ ଉପଲବ୍ଧ ଅଛି

Posted On: 29 MAY 2021 10:26AM by PIB Bhubaneshwar

ଦେଶବ୍ୟାପି ଟିକାକରଣ ଅଭିଯାନ ଅନ୍ତର୍ଗତ ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିନା ମୂଲ୍ୟରେ କୋଭିଡ ଟିକା ପ୍ରଦାନ କରୁଛନ୍ତି । ଏହାସହିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସିଧାସଳଖ ଟିକା ଖରିଦ କରିବାରେ ଭାରତ ସରକାର ସାହାଯ୍ୟ କରୁଛନ୍ତି । ପରୀକ୍ଷଣ, ଟ୍ରେସିଂ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ସହ ଟିକାକରଣ ମହାମାରୀ ନିୟନ୍ତ୍ରଣ ଓ ପ୍ରବନ୍ଧନ ପାଇଁ ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଅଭିନ୍ନ ଅଙ୍ଗ ।

ମଇ ୧, ୨୦୨୧ରୁ କୋଭିଡ- ୧୯ ଟିକାକରଣର ଉଦାର ଓ ତ୍ୱରିତ ପର୍ଯ୍ୟାୟ-୩ ଆରମ୍ଭ ହୋଇଛି ।

ଏହି ରଣନୀତି ଅନୁଯାୟୀ ଭାରତ ସରକାର ପ୍ରତିମାସରେ କେନ୍ଦ୍ରୀୟ ଔଷଧ ଗବେଷଣାଗାର (ସିଡିଏଲ) ମଞ୍ଜୁରି ପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ୫୦ ପ୍ରତିଶତ କିଣିବେ । ଭାରତ ସରକାର ପୂର୍ବଭଳି ଏହି ଟିକା ଡୋଜଗୁଡିକୁ ବିନା ମୂଲ୍ୟରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବେ ।

ଉଭୟ ବିନା ମୂଲ୍ୟରେ ଓ ସିଧାସଳଖ ଖରିଦ କରି ଭାରତ ସରକାର ଏପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୨୨.୭୭ କୋଟିରୁ ଅଧିକ (୨୨,୭୭,୬୨,୪୫୦) ଟିକା ଡୋଜ ପ୍ରଦାନ କରିଛନ୍ତି ।

ନଷ୍ଟ ହୋଇଥିବା ଡୋଜକୁ ମିଶାଇ ୨୦,୮୦,୦୯,୩୯୭ ଟିକା ଡୋଜ ବିନିଯୋଗ ହୋଇଛି । (ସକାଳ ୮ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ)

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୧.୮୨ କୋଟିରୁ ଅଧିକ (୧,୮୨,୨୧,୪୦୩) ଟିକା ଡୋଜ ଉପଲବ୍ଧ ଅଛି ।

 

ଏହାବ୍ୟତୀତ ଆଉ ୪ ଲକ୍ଷରୁ ଅଧିକ (୪,୮୬,୧୮୦) ଟିକା ଡୋଜ ପ୍ରଦାନ ପାଇଁ ପ୍ରସ୍ତୁତି ଚାଲିଛି ଓ ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପ୍ରଦାନ କରାଯିବ ।

 

SR



(Release ID: 1722762) Visitor Counter : 144