ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୨୧.୮୦ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ କରାଯାଇଛି

ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୧.୮୦ କୋଟିରୁ ଅଧିକ ଡୋଜ ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ

Posted On: 24 MAY 2021 11:59AM by PIB Bhubaneshwar

ଜାତୀୟ ଟିକାକରଣ ଅଭିଯାନର ଅଂଶସ୍ୱରୂପ ଭାରତ ସରକାର ମାଗଣାରେ କୋଭିଡ ଟିକା ଯୋଗାଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମର୍ଥନ ଯୋଗାଇ ଆସୁଛନ୍ତି । ତତସହିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସିଧାସଳଖ ଭାବେ ଟିକା ହାସଲକୁ ସୁବ୍ୟବସ୍ଥିତ କରୁଛନ୍ତି ଭାରତ ସରକାର । ମହାମାରୀର ନିୟନ୍ତ୍ରଣ ଏବଂ ମୁକାବିଲା ଦିଗରେ ଏବେ ଭାରତ ସରକାରଙ୍କ ପ୍ରମୁଖ ରଣନୀତିର ଏକ ଅଭିନ୍ନ ଅଙ୍ଗ ପାଲଟିଛି କୋଭିଡ ଟିକାକରଣ । ଏଥିସହ ଟେଷ୍ଟ, ଟ୍ରାକ, ଟି୍ରଟ ଏବଂ କୋଭିଡ କୈନ୍ଦ୍ରିକ ବ୍ୟବହାରକୁ ମଧ୍ୟ ରଣନୀତିରେ ସାମିଲ କରାଯାଇଛି ।

୨୦୨୧ ମେ ୧ରୁ କୋଭିଡ-୧୯ ଟିକାକରଣର ଉଦାର ତଥା ତ୍ୱରିତ ପର୍ଯ୍ୟାୟ ୩ ରଣନୀତିର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇଯାଇଛି ।

ରଣନୀତିର ଅଂଶସ୍ୱରୂପ, ପ୍ରତି ମାସରେ କୌଣସି କମ୍ପାନିର ମୋଟ ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରି (ସିଡିଏଲ) ଅନୁମୋଦିତ ଟିକା ଡୋଜର ୫୦% ଭାରତ ସରକାରଙ୍କ ଦ୍ୱାରା ହାସଲ କରାଯିବ । ଏହି ଡୋଜଗୁଡ଼ିକୁ ପୂର୍ବ ଭଳି ରାଜ୍ୟ ସରକାରମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ କରାଯିବା ପ୍ରକ୍ରିୟା ବଳବତ୍ତର ରହିବ ।

ଭାରତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ପାଖାପାଖି ୨୧.୮୦ କୋଟିରୁ ଅଧିକ ଟିକା ଡୋଜ (୨୧,୮୦,୫୧,୮୯୦) ପ୍ରଦାନ କରିସାରିଲେଣି ।

୨୦୨୧ ମେ ୨୩ ପର୍ଯ୍ୟନ୍ତ ତନ୍ମଧ୍ୟରୁ, ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ବ୍ୟବହୃତ ଡୋଜ ସଂଖ୍ୟା ହାରାହାରି ୨୦,୦୦,୦୮,୮୭୫ ହୋଇଛି (ଆଜି ସକାଳ ୮ଟାରେ ଉପଲବ୍ଧ ତଥ୍ୟ ଅନୁସାରେ) ।

ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୧.୮୦ କୋଟିରୁ ଅଧିକ କୋଭିଡ ଟିକା ଡୋଜ (୧,୮୦,୪୩,୦୧୫) ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ ।

ଅଧିକନ୍ତୁ, ୪୮ ଲକ୍ଷରୁ ଅଧିକ (୪୮,୦୦,୬୫୦) ଟିକା ଡୋଜ ପାଇପଲାଇନରେ ରହିଛି ଏବଂ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ତାହା ଗ୍ରହଣ କରାଯିବ ।



(Release ID: 1721330) Visitor Counter : 188