ରସାୟନ ଓ ସାର ମନ୍ତ୍ରଣାଳୟ

ଆଗାମୀ ଖରିଫ ଋତୁ ନିମନ୍ତେ ଡିଏପି ଏବଂ ଅନ୍ୟାନ୍ୟ ପି ଏବଂ କେ ରାସାୟନିକ ସାର ଉପରେ ସବସିଡ଼ି ବୃଦ୍ଧି କରିବାକୁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି

ସରକାର ଆଗାମୀ ଖରିଫ ଋତୁରେ ସବସିଡ଼ି ବାବଦକୁ ମୋଟ ୧୪,୭୭୫ କୋଟି ଟଙ୍କା ଯୋଗାଇବେ ।

ଡିଏପି ପାଇଁ ଅତିରିକ୍ତ ୯,୧୨୫ କୋଟି ଟଙ୍କା ଏବଂ ଏନପିକେ ଭିତ୍ତିକ ଯୌଗିକ ସାର ପାଇଁ ଅତିରିକ୍ତ ୫,୬୫୦ କୋଟି ଟଙ୍କାର ସବସିଡ଼ି ଦେବେ ସରକାର

Posted On: 20 MAY 2021 8:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସାର ଉପରେ ରିହାତି ଯୋଗାଣ ନିମନ୍ତେ ଐତିହାସିକ ଘୋଷଣା ପରେ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଛି ।

କେନ୍ଦ୍ର ସରକାର ଆଗାମୀ ଖରିଫ ଋତୁ (୨୦୨୧ ମସିହା)ରେ ଦେଶର କୃଷକମାନଙ୍କୁ ସାର ଉପରେ ୧୪,୭୭୫ କୋଟି ଟଙ୍କାର ଅଧିକ ସବସିଡ଼ି ଯୋଗାଇଦେବେ । ଏହି ସବସିଡ଼ି ମଧ୍ୟରେ ଡିଏପି ସାର ଉପରେ ୯,୧୨୫ କୋଟି ଟଙ୍କାର ଅତିରିକ୍ତ ସବସିଡ଼ି ଏବଂ ଏନପିକେ ଭିତ୍ତିକ ଯୌଗିକ ସାର ଉପରେ ୫,୬୫୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟଭାର ସରକାର ବହନ କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

ଏହା ଫଳରେ ଖରିଫ ଋତୁ ୨୧ ପାଇଁ ଡିଏପି ସମେତ ପି ଏବଂ କେ ସାର ଉପରେ ୧୦୦% ସବସିଡି ବୃଦ୍ଧି କରାଯାଇଛି । ଏହି ସବସିଡ଼ି ବାବଦକୁ ସରକାରଙ୍କୁ ଅତିରିକ୍ତ ୧୪,୭୭୫ କୋଟି ଟଙ୍କାର ବ୍ୟୟଭାର ବହନ କରିବାକୁ ପଡ଼ିବ । ୨୦୨୦-୨୧ ଆର୍ଥିକ ବର୍ଷରେ ଇତି ପୂର୍ବରୁ ସରକାରଙ୍କ ଉପରେ ୨୭,୫୦୦ କୋଟି ଟଙ୍କାର ପ୍ରଚଳିତ ସବସିଡି ବୋଝ ସରକାରଙ୍କ ଉପରେ ଥିଲା । ତେଣୁ ଚଳିତ ଆର୍ଥିକ ବର୍ଷରେ ଉଭୟ ଅର୍ଥ ପରିମାଣ ୪୨,୨୭୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଡିଏପି ସାର ଉପରେ ସରକାର ପ୍ରତି ବସ୍ତାପିଛା ସବସିଡ଼ି  ୫୦୦ ଟଙ୍କାରୁ ୧୨୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ଯାହାକି ୧୪୦% ସବସିଡ଼ି ବୃଦ୍ଧି ବୋଲି କୁହାଯାଇପାରେ । ଅନ୍ତରାଷ୍ଟ୍ରୀୟ ବଜାରରେ ଡିଏପି ସାରର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ସରକାର ନିଷ୍ପତ୍ତି କରିଛନ୍ତି ଯେ ପୁରୁଣା ମୂଲ୍ୟ ଅର୍ଥାତ୍‍ ବସ୍ତାପିଛା ୧୨୦୦ ଟଙ୍କାରେ କୃଷକମାନଙ୍କୁ ଏହି ସାର ବିକ୍ରୟ କରାଯିବ । କେନ୍ଦ୍ର ସରକାର ଏହି ମୂଲ୍ୟ ବୃଦ୍ଧିର ଅତିରିକ୍ତ ରାଶି ବହନ କରିବାକୁ ସ୍ଥିର କରିଛନ୍ତି । ପୂର୍ବରୁ କେବେ ବସ୍ତାପିଛା ଏତେ ମାତ୍ରାରେ ସବସିଡ଼ି ବୃଦ୍ଧି ହୋଇନଥିଲା ।

ସରକାର ୟୁରିଆ ଏବଂ ପି ଏବଂ କେ ଭଳି ସାର (ସେଥି ମଧ୍ୟରେ ଡିଏପି, ଏମଓପି ଏବଂ ଏସଏସପି ଅନ୍ତର୍ଭୁକ୍ତ) ଚାଷୀମାନଙ୍କୁ ରିହାତି ମୂଲ୍ୟରେ ସାର ଉତ୍ପାଦନକାରୀ ଏବଂ ଆମଦାନୀକାରୀମାନଙ୍କ ଠାରୁ ଆଣି ଯୋଗାଉଛନ୍ତି। ଏହି ପି ଏବଂ କେ ସାର ୦୧.୦୪.୨୦୧୦ ତାରିଖ ଠାରୁ ଏନବିଏସ ଯୋଜନା ଅଧୀନରେ ନିୟନ୍ତ୍ରିତ କରାଯାଉଛି ।

କୃଷକହିତୈଷୀ ନୀତି ଅନୁସାରେ, ସରକାର ପି ଏବଂ କେ ସାର ଦେଶର କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା ନିମନ୍ତେ ବଦ୍ଧପରିକର । ଏନବିଏସ ମୂଲ୍ୟ ହାରରେ ସାର କମ୍ପାନୀମାନଙ୍କୁ ଏହି ସବସିଡ଼ି ରାଶି ପ୍ରଦାନ କରାଯାଇଥାଏ ଯଦ୍ୱାରା ସେମାନେ ଯଥା ସମୟରେ ଓ ରିହାତି ମୂଲ୍ୟରେ ତାହା କୃଷକମାନଙ୍କ ନିକଟରେ ପହଞ୍ଚାଇପାରିବେ ।

ଗତ କିଛି ମାସ ମଧ୍ୟରେ, ଅନ୍ତରାଷ୍ଟ୍ରୀୟ ବଜାରରେ ଡିଏପି ଓ ଅନ୍ୟାନ୍ୟ ପି ଏଣ୍ଡ କେ ସାରର କଞ୍ଚାମାଲ ମୂଲ୍ୟ ବୃଦ୍ଧି ପାଇବା ଯୋଗୁ ସେହିସବୁ ସାର ଦର ମଧ୍ୟ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି । ଡିଏପି ସାରର ପୂର୍ଣ୍ଣ ଉତ୍ପାଦିତ ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ ମଧ୍ୟ ସମାନୁପାତିକ ଭାବେ ବୃଦ୍ଧି ପାଇଛି । ତେଣୁ ଡିଏପି ସାରର ବାସ୍ତବ ବଊଲ୍ୟ ବସ୍ତାପିଛା ୨୪୦୦ ଟଙ୍କାକୁ ବୃଦ୍ଧି ପାଇଛି । ସାର କମ୍ପାନୀମାନେ ସବସିଡ଼ି ମୂଲ୍ୟକୁ ବିଚାର କରି ବସ୍ତାପିଛା ୧୯୦୦ ଟଙ୍କାରେ ସରକାରଙ୍କୁ ବିକ୍ରୟ କରୁଛନ୍ତି ।

ସରକାର ସବୁମତେ ପ୍ରୟାସ ଜାରି ରଖିଛନ୍ତି ଯେ ଦେଶର କୃଷକମାନଙ୍କୁ ମୂଲ୍ୟବୃଦ୍ଧି ଜନିତ ସମସ୍ୟର ଯେଭଳି ସମ୍ମୁଖୀନ ହେବାକୁ ନପଡ଼େ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଭାରତ ସରକାର କୃଷକମାନଙ୍କ ଏହି ସମସ୍ୟାକୁ ସହଯୋଗର ହାତ ବଢ଼ାଇବା ନିମନ୍ତେ ସ୍ଥିର କରିଛନ୍ତି ।

କେନ୍ଦ୍ର ସରକାର ପ୍ରତି ବର୍ଷ ରାସାୟନିକ ସାର ଉପରେ ସବସିଡି ବାବଦକୁ ପ୍ରାୟ ୮୦,୦୦୦ କୋଟି ଟଙ୍କା ବ୍ୟୟ କରିଥାନ୍ତି । ବର୍ତ୍ତମାନ ଡିଏପି ଏବଂ ଅନ୍ୟାନ୍ୟ ସବସିଡ଼ିଯୁକ୍ତ ପି ଏଣ୍ଡ କେ ସାର ଉପରେ ସବସିଡ଼ି ବୃଦ୍ଧି କରିବା ଦ୍ୱାରା ଚଳିତ ଖରିଫ ଋତୁ ୨୧ରେ ଅତିରିକ୍ତ ୧୪,୭୭୫ କୋଟି ଟଙ୍କା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ସାର ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି । ଉତ୍ପାଦ ୱାରୀ ସବସିଡ଼ି (ଯାହା ୨୦.୦୫.୨୦୨୧ ତାରିଖ ଠାରୁ ୩୧.୧୦.୨୦୨୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ) ଯାହା କି ବିଭିନ୍ନ ଗ୍ରେଡ଼ର ପି ଏଣ୍ଡ କେ ସାର ଉପରେ ଏନବିଏସ ନୀତି ଆଧାରରେ ଯୋଗାଇ ଦିଆଯିବ ତାହା ନିମ୍ନରେ ପ୍ରଦାନ କରାଯାଇଛି:-

 

 

S. No.

Name of Fertilizers

NBS Rates (in Rs./ MT)

1

DAP 18-46-0-0

24231

2

MOP 0-0-60-0

6070

3

SSP 0-16-0-11

7513

4

NPS 20–20–0-13

13131

5

NPK 10–26–26-0

16293

6

NP 20-20-0-0

12822

7

NPK 15–15–15

11134

8

NP 24-24-0-0

15387

9

AS 20.5-0-0-23

4398

10

NP 28–28–0-0

17951

11

NPK 17–17–17

12619

12

NPK 19–19–19

14103

13

NPK 16-16-16-0

11876

14

NPS 16-20-0-13

12379

15

NPK 14–35–14

19910

16

NPS 24:24-0-8

15387

17

MAP 11-52-0-0

25635

18

TSP 0-46-0-0

20849

19

NPK 12–32–16

18377

20

NPK 14–28–14

16737

21

NPKS 15-15-15-09

11348

22

NP 14-28-0-0

15321

23

NPK 8-21-21

13145

24

NPK 9-24-24

14996

 

 

ସଂପର୍କରେ ସାର ବିଭାଗକୁ ମଧ୍ୟ ରିପୋର୍ଟ କରିବେ । ଏହି ସୁଲଭ ମୂଲ୍ୟ ଉପରେ ଯଦି କମ୍ପାନୀମାନେ କିଛି ଲାଭ ଅର୍ଜନ କରୁଥାନ୍ତି ତେବେ ତାହାକୁ ଅସିଦ୍ଧ ବୋଲି ଗ୍ରହଣ କରାଯିବ ଏବଂ ତାହା ଏଭଳି ତ୍ରୁଟି କରିଥିବା କମ୍ପାନୀମାନଙ୍କ ସବସିଡ଼ି ବିଲରୁ ଭରଣା କରାଯିବ ।

ପି ଏଣ୍ଡ କେ ସାର ଏହି ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଅଧିକ ଏମଆରପି (ପୁରୁଣା ସବସିଡ଼ି ମୂଲ୍ୟ ଅନୁସାରେ)ର ବିକ୍ରି କରାଯାଇପାରିବ ନାହିଁ । ଯଦି ପି ଏଣ୍ଡ କେ ସାରକୁ ଅଧିକ ମୂଲ୍ୟରେ କେହି ବିକ୍ରି କରୁଥିବାର ଦୃଷ୍ଟାନ୍ତ ସାର ବିଭାଗ ଗୋଚରକୁ ଆସେ, ସେଭଳି ତ୍ରୁଟି କରିଥିବା କମ୍ପାନୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେଣୁ କମ୍ପାନୀମାନଙ୍କ ଦାୟି୍‍ତ୍ୱ ହେବ ଯେ ସେମାନେ ଏବେଠାରୁ ସେମାନଙ୍କର ରିଟେଲରମାନଙ୍କୁ ପି ଏଣ୍ଡ କେ ସାରକୁ ବିଜ୍ଞପିତ ରିହାତିଯୁକ୍ତ ଏମଆରପି ଆଧାରରେ ବିକ୍ରି କରିବା ନିମନ୍ତେ ପରାମର୍ଶ ଦିଅନ୍ତୁ ଏବଂ ତାହା ସୁନିଶ୍ଚିତ କରନ୍ତୁ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଡି ଭି ସଦାନନ୍ଦ ଗୌଡ଼ା କୃଷକମାନଙ୍କ ନିକଟରେ ସାର ଉପଲବ୍ଧ, ଯୋଗାଣ ଏବଂ ଉପଯୁକ୍ତ ମୂଲ୍ୟରେ ତାହା ବିକ୍ରି କରାଯିବା କାର୍ଯ୍ୟକୁ  ରାଜ୍ୟ ସରକାରଙ୍କ ସହଯୋଗରେ ନିଷ୍ଠାର ସହ ମନିଟର କରିବା ନିମନ୍ତେ ସାର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।

 

*****

SS



(Release ID: 1721148) Visitor Counter : 207