ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଟିକାକରଣରେ ଭାରତ ଏକ ମାଇଲଖୁଣ୍ଟ ହାସଲ କରିଛି; ୧୪ କୋଟିରୁ ଅଧିକ ଟିକା ଦିଆଯାଇପାରିଛି

ମାତ୍ର ୯୯ ଦିନରେ ୧୪ କୋଟି ଟିକାକରଣ ସଫଳତା ପାଇବାରେ ଭାରତ ଏକମାତ୍ର ରାଷ୍ଟ୍ର

ଗତ ୨୪ ଘଣ୍ଟା ମଧ୍ୟରେ ୨.୧୭ ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି

ଗତ ୨୪ ଘଣ୍ଟା ମଧ୍ୟରେ ୫ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ

Posted On: 25 APR 2021 11:33AM by PIB Bhubaneshwar

ବିଶ୍ୱର ବୃହତ୍ତମ କୋଭିଡ-୧୯ ଟିକାକରଣ ଅଭିଯାନ କ୍ରମରେ ଭାରତ ୧୪ କୋଟି ଟିକା ଦେଇ ଏକ ମାଇଲଖୁଣ୍ଟ ହାସଲ କରିପାରିଛି ।

ଆଜି ସକାଳ ୭ଟା ସୁଦ୍ଧା ଦେଶରେ ୨୦,୧୯,୨୬୩ ସେସନରେ ୧୪,୦୯,୧୬,୪୧୭ ଡୋଜ୍ ଟିକା ଦିଆଯାଇପାରିଛି । ଏହା ମଧ୍ୟରେ, ୯୨,୯୦,୫୨୮ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୯,୯୫,୬୩୪ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ,୧୯,୫୦,୨୫୧ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୨,୯୦,୪୯୧ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବର୍ଷର ୪,୯୬,୫୫,୭୫୩ ଜଣଙ୍କୁ ପ୍ରଥମ ଡୋଜ୍, ୭୭,୧୯,୭୩୦ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୪,୭୬,୮୩,୭୯୨ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୨୩,୩୦,୨୩୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

 

HCWs

FLWs

Age Group 45 to 60 years

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

2nd Dose

1st Dose

2nd Dose

92,90,528

59,95,634

1,19,50,251

62,90,491

4,76,83,792

23,30,238

4,96,55,753

77,19,730

14,09,16,417

 

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ ୧୪ କୋଟି ଟିକାକରଣ କ୍ଷେତ୍ରରେ ବିଶ୍ୱରେ ଭାରତ ଦ୍ରୁତତମ ରାଷ୍ଟ୍ର । ମାତ୍ର ୯୯ ଦିନରେ ଭାରତ ଏହି ସଫଳତା ହାସଲ କରିପାରିଛି ।

ଦେଶରେ ହୋଇଥିବା ମୋଟ ଟିକାକରଣର ୫୮.୮୩% ଟିକା ଆଠଟି ରାଜ୍ୟରେ ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫ ଲକ୍ଷରୁ ଅଧିକ ଟିକା ଦିଆଯାଇଛି ।

ଟିକାକରଣ ଅଭିଯଯାନର ୯୯ ତମ ଦିବସ (୨୪ ଏପ୍ରିଲ ୨୦୨୧)ରେ ୨୫,୩୬,୬୧୨ ଡୋଜ୍ ଟିକା ଦିଆଯାଇଛି । ୨୫,୭୩୨ ସେସନରେ ୧୬,୪୩,୮୬୪ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୮,୯୨,୭୪୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

ଆଜି ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୪୦,୮୫,୧୧୦ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ରହିଛି ୮୩.୦୫% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୧୭,୧୧୩ ଜଣ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ମଧ୍ୟରୁ ୮୧.୭୩% ସୁସ୍ଥ ୧୦ ରାଜ୍ୟରେ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୪୯,୬୯୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ୧୦ଟି ଜିଲ୍ଲାରେ ଦେଶର ନୂଆ କରୋନା ମାମଲାର ୭୪.୫୩% ମାମଲା ଆସିଛି ।

ମହାରାଷ୍ଟ୍ର୍ରରେ ଗୋଟିଏ ଦିନରେ ସର୍ବାଧିକ ୬୭,୧୬୦ ମାମଲା ଆସିଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୩୭,୯୪୪ ଏବଂ କର୍ଣ୍ଣାଟକରେ ୨୯,୪୩୮ ମାମଲା ଆସିଛି ।

ନିମ୍ନରେ ସୂଚିତ ହୋଇଥଇବା ୧୨ଟି ରାଜ୍ୟରେ ଦୈନିକ କରୋନା ମାମଲା ଉପରମୁହାଁ ରହିଛି ।

 

ଦେଶରେ ମୋଟ ସକ୍ରିୟ ମାମଲା ଏବେ ୨୬,୮୨,୭୫୧ ରହିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୫.୮୨% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ସକ୍ରିୟ କରୋନା ମାମଲାରେ ସିଧାସଳଖ ୧,୨୯,୮୧୧ ମାମଲା ବୃଦ୍ଧି ପାଇଛି ।

ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ତାମିଲନାଡ଼ୁ, ଗୁଜରାଟ ଏବଂ କେରଳରେ ଦେଶର ମୋଟ ସକ୍ରିିୟ ମାମଲାର ୬୯.୯୪% ମାମଲା ରହିଛି ।

ନିମ୍ନରେ ଦିଆଯାଇଥିବା ଗ୍ର୍ରାଫରେ ଦେଶର ବୃଦ୍ଧି ପାଇଥିବା ପଜିଟିଭିଟି ହାର ଓ ଦୈନିକ ଟେଷ୍ଟିଂ ବାବଦରେ ସୂଚନା ଦିଆଯାଇଛି ।

ଜାତୀୟ ମୃତୁୃ୍ୟ ହାର ଏବେ ହ୍ରାସ ପାଇ ୧.୧୩% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭୬୭ କରୋନା ମୃତୁ୍ୟ ହୋଇଛି ।

ଏହି ନୂଆ ମୃତୁ୍ୟ ମଧ୍ୟରୁ ୮୦.୨୩% ମୃତୁ୍ୟ ହୋଇଛି ୧୦ ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୭୬ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଦିଲ୍ଲୀରେ ୩୫୭ ଜଣଙ୍କ ମୃତୁ୍ୟ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ପାଞ୍ଚଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୋଭିଡ-୧୯ ମୃତୁ୍ୟ ହୋଇନାହିଁ । ଏସବୁ ହେଉଛି ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ତ୍ରିପୁରା, ଲାକ୍ଷାଦ୍ୱୀପ, ସିକିମ ଏବଂ ଅରୁଣାଚଳ ପ୍ରଦେଶ ।

 

SR



(Release ID: 1713922) Visitor Counter : 180