ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ୱାମୀତ୍ୱ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଶୁଭାରମ୍ଭ କରିବେ ଇ-ପ୍ରପଟି କାର୍ଡ

ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଦାନ କରିବେ ଜାତୀୟ ପଞ୍ଚାୟତ ସମ୍ମାନ-୨୦୨୧

Posted On: 23 APR 2021 6:08PM by PIB Bhubaneshwar

ଆସନ୍ତାକାଲି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀତ୍ୱ ଯୋଜନା ଅଧୀନରେ ଇ-ପ୍ରପଟି କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ଦିନ ୧୨ଟା ବେଳେ ଏହା କରାଯିବ । ଏଥିସହ ସାରା ଦେଶରେ ସ୍ୱାମୀତ୍ୱ ଯୋଜନା ତ୍ୱରାନ୍ୱିତ ହେବା ସହିତ ୪.୦୯ଲକ୍ଷ ଜମି ମାଲିକଙ୍କୁ ଏହି କାର୍ଡ ପ୍ରଦାନ କରାଯିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ଏଥିରେ ଉପସ୍ଥିତ ରହିବେ।

          ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୧ ମଧ୍ୟ ପ୍ରଦାନ କରିବେ । ଜାତୀୟ ପଞ୍ଚାୟତ ସମ୍ମାନ ନିମ୍ନଲିଖିତ ଶ୍ରେଣୀରେ ପ୍ରଦାନ କରାଯାଇଥାଏ । ତାହା ହେଲା : ୨୨୪ଟି ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ସଶକ୍ତିକରଣ ପୁରସ୍କାର, ନାନାଜୀ ଦେଶମୁଖ ଜାତୀୟ ଗୌରବ ଗ୍ରାମ୍ୟ ପୁରସ୍କାର, (୩୦ଟି ଗ୍ରାମ ପଞ୍ଚାୟତ), ଗ୍ରାମପଞ୍ଚାୟତ ବିକାଶ ଯୋଜନା ପୁରସ୍କାର (୨୯ଟି ଗ୍ରାମପଞ୍ଚାୟୟତ, ଶିଶୁ ସୁଲଭ ଗ୍ରାମପଞ୍ଚାୟତ ପୁରସ୍କାର, ୩୦ଟି ଗ୍ରାମପଞ୍ଚାୟତ ଓ ଇ- ପଞ୍ଚାୟତ ପୁରସ୍କାର (୧୨ଟି ରାଜ୍ୟ) ।

          ପ୍ରଧାନମନ୍ତ୍ରୀ ପୁରସ୍କାର ରାଶି (ଅନୁଦାନ) ବଟନ କ୍ଲିକ୍ କରି ପାଞ୍ଚରୁ ପଚାଶ ଲକ୍ଷ ଟଙ୍କା ମଧ୍ୟରେ ପ୍ରଦାନ କରିବେ। ସମ୍ପୃକ୍ତ ପଞ୍ଚାୟତଗୁଡିକର ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ସିଧାସଳଖ ଚାଲିଯିବ । ପ୍ରଥମ ଥର ପାଇଁ ଏହିଭଳି ବ୍ୟବସ୍ଥା ହୋଇଛି ।

 

ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ

ସ୍ୱାମୀତ୍ୱ (ସର୍ଭେ ଅଫ ଭିଲେଜ ଆଣ୍ଡ ମ୍ୟାପିଂ ୱିଥ ଇମପ୍ରୁଭାଇଜ ଟେକ୍ନୋଲୋଜି ଇନ ଭିଲେତ ଏରିଆ) ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏପ୍ରିଲ ୨୪, ୨୦୨୦ରେ ଆରମ୍ଭ କରାଯାଇଥିଲା । ଗ୍ରାମାଂଚଳ ଜନସାଧାରଣଙ୍କୁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା  ସହ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ନେଇ ଏହି କେନ୍ଦ୍ରୀୟ ଯୋଜନା ପ୍ରବର୍ତନ କରାଯାଇଥିଲା । ମ୍ୟାପିଂ ଓ ସର୍ଭେ ଜରିଆରେ ଗ୍ରାମାଞ୍ଚଳ ଭାରତକୁ ପରିବର୍ତ୍ତନ କରିବାର ସାମାର୍ଥ୍ୟ ଏହି ଯୋଜନାର ରହିଛି ।

ବିଭିନ୍ନ ଋଣ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧା ହାସଲ ପାଇଁ ଗ୍ରାମବାସୀଙ୍କୁ ସେମାନଙ୍କ ସମ୍ପତି ଜରିଆରେ ଏହା ସୁଯୋଗ ସୃଷ୍ଟି କରିବ । ୨୦୨୧ରୁ ୨୦୨୫ ମଧ୍ୟରେ ଦେଶର ୬.୬୨ଲକ୍ଷ ଗ୍ରାମରେ ଏହି ଯୋଜନା କାର୍ଯ୍ୟକାରୀ ହେବାର ଲକ୍ଷ୍ୟ ରହିଛି ।

ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ୨୦୨୦-୨୧ ଆର୍ଥିକ ବର୍ଷରେ ମହାରାଷ୍ଟ୍ର, କର୍ଣ୍ଣାଟକ, ହରିୟାଣା, ଉତ୍ତରପ୍ରଦେଶ, ତ୍ତରାଖଣ୍ଡ, ମଧ୍ୟପ୍ରଦେଶପଞ୍ଜାବ  ଏବଂ ରାଜସ୍ଥାନର କେତେକ ବଛାବଛା ଗ୍ରାମରେ ତ୍ୱରାନ୍ୱିତ ହୋଇଥିଲା ।

 

*****

SM



(Release ID: 1713679) Visitor Counter : 224