ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଅତ୍ୟଧିକ କୋଭିଡ ମାମଲା ଥିବା ୧୯ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ରେମଡେସିଭିର ଆବଣ୍ଟନ କଲେ କେନ୍ଦ୍ର ସରକାର

ଯୋଗାଣ ଶୃଙ୍ଖଳକୁ ସହଜ କରିବା ପାଇଁ ଉତ୍ପାଦନକାରୀ କମ୍ପାନିମାନଙ୍କୁ ରାଜ୍ୟଗୁଡ଼ିକ ସହ ଯୋଡ଼ା ଯାଇଛି

ଯୋଗାଣ ଓ ଚାହିଦା ତଦାରଖ କରିବେ ଏନପିପିଏ ଓ ଜାତୀୟ ନିୟାମକ

Posted On: 21 APR 2021 9:40PM by PIB Bhubaneshwar

 

: ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ-୧୯ ମାମଲା ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବୀ ପରିଚାଳନା ପାଇଁ ବିଭିନ୍ନ ସମସ୍ୟାର ପ୍ରତିକାର ସକାଶେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଉଥିବା ଏହିସବୁ ସକ୍ରିୟ ପଦକ୍ଷେପଗୁଡ଼ିକୁ ନିୟମିତ ଭବେ ଉଚ୍ଚତମ ସ୍ତରରେ ସମୀକ୍ଷା ଏବଂ ତଦାରଖ କରାଯାଉଛି

 

ହସ୍ପିଟାଲଗୁଡ଼ିକରେ ଗୁରୁତର କୋଭିଡ-୧୯ ରୋଗୀ ସଂଖ୍ୟା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ଫଳପ୍ରଦ କ୍ଲିନିକାଲ ପରିଚାଳନା ସକାଶେ ଦେଶରେ ରେମଡେସିଭିର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ଏହି ଔଷଧର ନ୍ୟାୟସଙ୍ଗତ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି, ଯାହାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏକଅନୁସନ୍ଧାନମୂଳକ ଥେରାପିଭାବେ ତାଲିକାଭୁକ୍ତ କରାଯାଇଛି ଏଥିସହ ଉକ୍ତ ଔଷଧର କଳାବଜାର ଏବଂ ବେଆଇନ ମହଜୁଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟଗୁଡ଼ିକୁ କୁହାଯାଇଛି

 

କୋଭିଡ-୧୯ ଥେରାପି ପାଇଁ ଆବଶ୍ୟକ ରେମଡେସିଭିର ଇଂଜେକସନର ଚାହିଦା ଦେଶରେ ହଠାତ ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ଘରୋଇ ରେମଡେସିଭିର ଉତ୍ପାଦନକାରୀ କମ୍ପାନିଗୁଡ଼ିକର ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଇଛି ଏହି କ୍ରମରେ ସରକାରଙ୍କ ପକ୍ଷରୁ ଉତ୍ପାଦନକାରୀ କମ୍ପାନିଗୁଡ଼ିକୁ ସମସ୍ତ ସମର୍ଥନ ଯୋଗାଇ ଦେଉଛନ୍ତି ଏବେ ମାସକୁ ୩୮ ଲକ୍ଷ ଭାଏଲ ବା ଶିଶିର ଉତ୍ପାଦନ କ୍ଷମତା ଥିବା ବେଳେ ଏହାକୁ ୭୪ ଲକ୍ଷକୁ ବୃଦ୍ଧି କରାଯାଉଛି, ଏବଂ ୨୦ଟି ଅତିରିକ୍ତ ଉତ୍ପାଦନକାରୀ ସାଇଟକୁ ଅନୁମୋଦନ ଦିଆଯାଇଛି ଘରୋଇ ଯୋଗାଣକୁ ସୁନିଶ୍ଚିତ ପାଇଁ ୨୦୨୧ ଏପ୍ରିଲ ୧୧ରେ ରେମଡେସିଭିରର ରପ୍ତାନି ଉପରେ ରୋକ ଲଗାଯାଇଛି

 

ଦେଶର କେତେକ ଅଞ୍ଚଳରେ ରେମଡେସିଭିର ଅଭାବ ସଂକ୍ରାନ୍ତ ରିପୋର୍ଟକୁ ଦୃଷ୍ଟିରେ ରଖି ଏହାର ଅନ୍ତଃରାଜ୍ୟ ଯୋଗାଣକୁ ସୁବ୍ୟବସ୍ଥିତ କରିବା ଲାଗି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଫାର୍ମାସ୍ୟୁଟିକାଲ ବିଭାଗ ସହ ସମନ୍ୱୟରେ ୨୦୨୧ ଏପ୍ରିଲ ୩୦ ଅବଧି ପର୍ଯ୍ୟନ୍ତ ୧୯ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ରେମଡେସିଭିରର ଅନ୍ତରୀଣ ଯୋଗାଣ ପାଇଁ ପଦକ୍ଷେପ ନେଇଛି

 

କୋଭିଡ-୧୯ର ଗୁରୁତର ଭର୍ସନ ଏବଂ ଯେଉଁ କ୍ଷେତ୍ରରେ ରୋଗୀ ପାଇଁ ଅକ୍ସିଜେନ ଅତ୍ୟନ୍ତ ଜରୁରି ହୋଇଥାଏ, ସେଥିପାଇଁ ରେମଡେସିଭିରକୁ ଏକ ଅନୁସନ୍ଧାନମୂଳକ ଥେରାପି ଔଷଧ ଭାବେ ପ୍ରଦାନ କରାଯାଇଥାଏ, ତେଣୁ ଏହି ଆବଣ୍ଟନ ସେହି ୧୪ ରାଜ୍ୟ ପାଇଁ କରାଯାଇଛି, ଯେଉଁମାନଙ୍କୁ ମେଡିକାଲ ଅକ୍ସିଜେନ ମଧ୍ୟ ଆବଣ୍ଟିତ କରାଯାଇଛି ଏବଂ ଅନ୍ୟ ରାଜ୍ୟରେ ଯେଉଁଠି ଏହାର ଯୋଗାଣ ନେଇ ଉଚ୍ଚ ଆବଶ୍ୟକତା ଅନୁଭବ କରାଯାଉଛି

 

ରାଜ୍ୟଗୁଡ଼ିକ ଦ୍ୱାରା ହୋଇଥିବା ବୃହତ କ୍ରୟ ଏବଂ ଘରୋଇ ବିତରଣ ଚ୍ୟାନେଲ ଜରିଆରେ ହେଉଥିବା ଯୋଗାଣ ମଧ୍ୟରେ ଏହି ଆବଣ୍ଟନ ଅନ୍ତଭୁକ୍ତ ଏହି ପ୍ରାରମ୍ଭିକ ଆବଣ୍ଟନ ପରିବର୍ତ୍ତନଶୀଳ ଏବଂ ଏହାକୁ ନିୟମିତ ଭାବେ ରାଜ୍ୟଗୁଡ଼ିକ ସହ ସମୀକ୍ଷା କରାଯାଉଛି, ଯଦ୍ଦ୍ୱାରା ଉପଲବ୍ଧ ଯୋଗାଣ ମଧ୍ୟରେ ସମସ୍ତ ଆବଶ୍ୟକତା ପୂରଣକୁ ସୁନିଶ୍ଚିତ କରାଯାଇ ପାରିବ

State-wise Allocation of Remdesivir for 21st to 30th April

S No.

States under O2 Allocation

Guidance on Allocation

Zydus Cadila

Hetero

Mylan

Cipla

Syngene / Sun

Jubilant

Dr. Reddys

Total Allocation

1

Chhattisgarh

48,250

 

16,000

20,000

9,000

 

2,000

1,250

48,250

2

Delhi

61,825

20,400

22,000

4,000

5,000

7,500

3,000

 

61,900

3

Gujarat

163,559

120,000

14,500

15,000

8,000

5,000

1,000

 

163,500

4

Haryana

29,441

 

20,000

4,000

3,000

 

2,500

 

29,500

5

Andhra Pradesh

58,881

 

18,000

30,000

5,000

   

6,000

59,000

6

Karnataka

25,352

   

17,400

1,000

6,000

1,000

 

25,400

7

Kerala

16,192

 

1,000

-

11,100

1,000

 

3,000

16,100

8

Madhya Pradesh

92,411

15,000

30,000

20,000

10,000

6,000

10,000

1,400

92,400

9

Maharashtra

269,218

50,000

50,000

32,000

92,400

23,000

16,000

5,800

269,200

10

Punjab

13,412

 

4,000

2,000

 

2,400

3,000

2,000

13,400

11

Rajasthan

26,169

10,000

1,000

10,000

3,000

 

2,500

 

26,500

12

Tamil Nadu

58,881

20,000

14,400

19,000

5,000

 

500

 

58,900

13

Uttar Pradesh

122,833

50,000

22,000

11,000

11,000

4,800

24,000

 

122,800

14

Uttarakhand

13,575

7,000

 

-

   

1,500

5,000

13,500

 

Total

1,000,000

292,400

212,900

184,400

163,500

55,700

67,000

24,450

1,000,350

 

States not under O2 allocation

     

-

       

-

15

Telangana

21,551

 

9,000

9,000

   

500

3,000

21,500

16

West Bengal

27,321

10,000

7,500

1,000

3,500

2,400

1,000

2,000

27,400

17

Odisha

11,107

1,000

4,500

1,600

1,500

 

2,500

 

11,100

18

Bihar

24,604

14,000

6,500

1,000

2,000

 

1,000

 

24,500

19

Jharkhand

15,417

10,000

1,650

500

2,000

 

1,000

 

15,150

 

Total

100,000

35,000

29,150

13,100

9,000

2,400

6,000

5,000

99,650

 

Grand Total

1,100,000

327,400

242,050

197,500

172,500

58,100

73,000

29,450

1,100,000

 

 

. ଉପରେ ଦର୍ଶାଯାଇଥିବା ଆବଣ୍ଟନ ତାଲିକାରେ ଆସୁ ଥିବା ସମସ୍ତ ରାଜ୍ୟଙ୍କୁ ଯୋଗାଣ ପାଇଁ ସେତେବେଳେ ବିଚାର କରାଯିବ, ଯେତେବେଳେ ସେମାନେ ଉତ୍ପାଦନକାରୀ କମ୍ପାନି ନିକଟରେ ସେମାନଙ୍କ ଯୋଗାଣ ପାଇଁ ଅର୍ଡର ରଖିବେ

. ଉତ୍ପାଦନକାରୀଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ପୂର୍ବରୁ ଦିଆଯାଇଥିବା ଯୋଗାଣ ଅର୍ଡର ଉପରେ ବିଚାର କରିବେ, ରାଜ୍ୟଗୁଡ଼ିକ ପାଇଁ ଆବଣ୍ଟିତ ମାତ୍ରା ସନ୍ଦର୍ଭରେ ଗୋଟିଏ ରାଜ୍ୟର ଭୌଗୋଳିକ ନିକଟତା ଏବଂ ଯୋଗାଣ ସର୍ତ୍ତ ସହିତ ଉତ୍ପାଦନକାରୀକୁ ରାଜ୍ୟଗୁଡ଼ିର ମାନଚିତ୍ର ସୂଚନା ମଧ୍ୟ ଦିଆଯାଇଛି ପରିଣାମୀ ମାନଚିତ୍ରଣ ଏଥିସହ ସଂଲଗ୍ନ କରାଯାଇଛି

. ଉତ୍ପାଦକାରୀଙ୍କୁ ରାଜ୍ୟର ଆବଣ୍ଟନ ଏବଂ ମାନଚିତ୍ରଣ ଅନୁସାରେ ଉତ୍ପାଦନ ଯୋଗାଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ସେମାନଙ୍କୁ ସରକାର ଏବଂ ବିତରଣ ଚ୍ୟାନେଲ ନିମନ୍ତେ ଯୋଗାଣରେ ସନ୍ତୁଳନ ରଖିବା ପାଇଁ ମଧ୍ୟ କୁହାଯାଇ ପାରିବ

. ଉପରେ ଦର୍ଶାଯାଇଥିବା ରାଜ୍ୟଭିତ୍ତିକ ମାନଚିତ୍ରଣ ମଧ୍ୟରେ, ସମସ୍ତ ରାଜ୍ୟ ଉତ୍ପାଦନକାରୀଙ୍କୁ ନିଜର ଯୋଗାଣ ଅର୍ଡର ଦେଇପାରିବେ, ଯଦି ସେମାନେ ଏହାକୁ ସରକାରୀ କ୍ରୟ ଅଥବା ବିତରଣ ଚ୍ୟାନେଲ ଜରିଆରେ ପୂର୍ବରୁ କରି ଥିବେ

. ଯଦି କୌଣସି ରାଜ୍ୟକୁ ଏପ୍ରିଲ ୩୦ ପୂର୍ବରୁ ନିଜ ନିଜର ଆବଣ୍ଟନର ସମ୍ପୂର୍ଣ୍ଣ ଉପଯୋଗ କରିବା ଆବଶ୍ୟକତା ହୁଏ ଅଥବା ଏହାର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଅସମର୍ଥ, ତେବେ ଉକ୍ତ ରାଜ୍ୟ ଅନ୍ୟ ରାଜ୍ୟଗୁଡ଼ିକର ଆବଶ୍ୟକତା ଅନୁସାରେ ଏହାକୁ ସେମାନଙ୍କ ପାଇଁ ଉପଲବ୍ଧ କରାଇ ପାରିବେ

. ରାଜ୍ୟ ରେମଡେସିଭିର ପାଇଁ ତୁରନ୍ତ ରାଜ୍ୟ ନୋଡାଲ ଅଧିକାରୀ ନିଯୁକ୍ତ କରିପାରିବେ, ଯିଏ କି ଉପରେ ଦର୍ଶାଯାଇଥିବା ଆବଣ୍ଟନ ମାନଚିତ୍ରଣ ଅନୁସାରେ ରେମଡେସିଭିରର ଅବାଧ ସମୟାନୁସାରେ ଉପଲବ୍ଧତା ପାଇଁ ଉତ୍ତରଦାୟୀ ହେବେ

. ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଙ୍ଗ ଅଥରିଟି (ଏନପିପିଏ) ଦ୍ୱାରା ସ୍ଥାପିତ କଣ୍ଟ୍ରୋଲ ରୁମ, ଆବଣ୍ଟନ ଅନୁସାରେ ପରିଚାଳନା ତଦାରଖ ପାଇଁ ଦାୟିତ୍ୱବଦ୍ଧ ହେବ ଦେଶ ମଧ୍ୟରେ ରେମଡେସିଭିରର ଅବାଧ ଯୋଗାଣକୁ ବଳବତ୍ତର ରଖିବା ପାଇଁ ସମନ୍ୱୟ ଲାଗି ରାଜ୍ୟଗୁଡ଼ିକର ନୋଡାଲ ଅଧିକାରୀମାନଙ୍କର ଏକ ହ୍ୱାଟସଆପ ଗ୍ରୁପ ତିଆରି କରାଯାଉଛି ରେମଡେସିଭିର ଉତ୍ପାଦନକାରୀଙ୍କର ସମ୍ପର୍କ ଅଧିକାରୀ ଏବଂ ଗୃହ ମନ୍ତ୍ରଣାଳୟ, ଫାର୍ମାସୁ୍ୟଟିକାଲ ବିଭାଗ, ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଙ୍ଗ ଅଥରିଟି (ଏନପିପିଏ) ଏବଂ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ) ଅଧିକାରୀ ମଧ୍ୟ ଦୈନନ୍ଦିନର ତଦାରଖ ଏବଂ ସମନ୍ୱୟ ନିମନ୍ତେ ଏହି ହ୍ୱାଟସଆପ ଗ୍ରୁପରେ ସାମିଲ ହେବେ

 

 

SR



(Release ID: 1713391) Visitor Counter : 226