କ୍ୟାବିନେଟ

ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବୁଝାମଣାପତ୍ରକୁ କ୍ୟାବିନେଟ୍ ଅନୁମୋଦନ

Posted On: 20 APR 2021 3:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI) ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଷ୍ଟ୍ରେଲିଅ ଏବଂ ନ୍ୟୁଜିଲ୍ୟାଣ୍ଡ (CAANZ) ମଧ୍ୟରେ ଏକ ନୂତନ ବୁଝାମଣା ପତ୍ର (MOU) କୁ ଅନୁମୋଦନ ମିଳିଛି

ପ୍ରଭାବ:

ସଦସ୍ୟ, ଛାତ୍ର ଏବଂ ସେମାନଙ୍କ ସଂଗଠନର ଉତ୍ତମ ସ୍ୱାର୍ଥରେ ପାରସ୍ପରିକ ଲାଭଦାୟକ ସମ୍ପର୍କ ବିକାଶ କରିବାକୁ ଏମଆରଏ ଇଚ୍ଛା କରେ ଏବଂ ଆଇସିଏଆଇ ସଦସ୍ୟମାନଙ୍କୁ ସେମାନଙ୍କର ବୃତ୍ତିଗତ ରାଶି ବିସ୍ତାର କରିବାକୁ ଏବଂ ଦୁଇଟି ଆକାଉଣ୍ଟ ପ୍ରତିଷ୍ଠାନ ମଧ୍ୟରେ କାର୍ଯ୍ୟ ସମ୍ପର୍କକୁ ବୃଦ୍ଧି କରିବାକୁ ଏକ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ଏକ ବିଶ୍ୱସ୍ତରୀୟ ପରିବେଶରେ ଏହି ବୃତ୍ତି ସମ୍ମୁଖୀନ ହେଉଥିବା ନୂତନ ଆହ୍ୱାନର ମୁକାବିଲା ପାଇଁ ଦୁଇଟି ଆକାଉଣ୍ଟ ପ୍ରତିଷ୍ଠାନ ନେତୃତ୍ୱ ଗ୍ରହଣ କରିବାର ପ୍ରମୁଖ ସୁଯୋଗ ପାଇବ

ଉପକାରିତା:

ଏହି ଦୁଇ ଅନୁଷ୍ଠାନ ମଧ୍ୟରେ ଯୋଗଦାନ ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଭାରତକୁ ଅଧିକ ଅର୍ଥ ପଠାଇବ ବୋଲି ଆଶା କରାଯାଉଛି

ବିବରଣୀ:

ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଅ (ICAI) ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ (CAANZ) ମଧ୍ୟରେ ବୁଝାମଣାପତ୍ର (MU) ପରସ୍ପରର ଯୋଗ୍ୟତାକୁ ସ୍ୱୀକୃତି ଦେବ ଏବଂ ଦୁଇ ଅନୁଷ୍ଠାନ ମଧ୍ୟରେ ଏକ ଜ୍ଞାନକୌଶଳ ସଦସ୍ୟମାନଙ୍କୁ ଭଲ ସ୍ଥିତିରେ ପହଞ୍ଚାଇବ   ଆକାଉଣ୍ଟିଂ ଜ୍ଞାନ, ବୃତ୍ତିଗତ ତଥା ବୌଦ୍ଧିକ ବିକାଶ, ନିଜ ସଦସ୍ୟଙ୍କ ସ୍ୱାର୍ଥର ଅଗ୍ରଗତି ଏବଂ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତର ଆକାଉଣ୍ଟିଂ ବୃତ୍ତିର ବିକାଶରେ ସକରାତ୍ମକ ସହଯୋଗ ପାଇଁ ICAI ଏବଂ CAANZଏକ ପାରସ୍ପରିକ ସହଯୋଗ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି

 

କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ:

ଏହି ବୁଝାମଣାପତ୍ର ଅନ୍ୟ ସଂସ୍ଥାର ସଦସ୍ୟମାନଙ୍କ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ପ୍ରଦାନ କରିଥାଏ, ଯେଉଁମାନେ ଉଭୟ ପକ୍ଷର ପରୀକ୍ଷା, ବୃତ୍ତିଗତ କାର୍ଯ୍ୟକ୍ରମ ଏବଂ ବ୍ୟବହାରିକ ଅଭିଜ୍ଞତା ସଦସ୍ୟତା ଆବଶ୍ୟକତା ପୂରଣ କରି ସଦସ୍ୟତା ହାସଲ କରିଛନ୍ତି

ପୃଷ୍ଠଭୂମି:

ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI) ହେଉଛି ଏକ ବୈଧାନିକ ସଂସ୍ଥା ଯାହାକି ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ବୃତ୍ତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତର ସଂସଦରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଆଇନ୍୧୯୪୯ ଦ୍ୱାରା ପ୍ରତିଷ୍ଠିତ   ଅକ୍ଟୋବର ୨୦୧୪ ରେ ଅଷ୍ଟ୍ରେଲିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଏବଂ ନ୍ୟୁଜିଲ୍ୟାଣ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସର ମିଶ୍ରଣରୁ ଚାର୍ଟାର୍ଡ ଆକଉଣ୍ଟାଣ୍ଟସ୍ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ (CAANZସୃଷ୍ଟି ହୋଇଛି

 

*****


HS



(Release ID: 1712994) Visitor Counter : 213