ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ

ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

Posted On: 31 MAR 2021 3:08PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ ଯୋଜନା “ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଲାଗି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇଏସଏଫପିଆଇ)”କୁ ମଞ୍ଜୁରି ମିଳିଛି। ଏହି ଯୋଜନା ପାଇଁ 10,900 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଭାରତର ପ୍ରାକୃତିକ ସମ୍ବଳ ସହିତ ଦେଶକୁ ବିଶ୍ବ ଖାଦ୍ୟ  ତ୍ତିକ ପ୍ରୋତ୍ସାହନ ଯେନ ଭିତ୍ତିକ େପ୍ରକ୍ରିୟାକରଣ କ୍ଷେତ୍ରରେ ଅଗ୍ରଣୀ କରାଇବା ତଥା ଅନ୍ତର୍ଜାତୀୟ ବଜାରରେ ଭାରତୀୟ ଖାଦ୍ୟ ଉତ୍ପାଦଗୁଡ଼ିକର ଉନ୍ନତ ବ୍ରାଣ୍ଡିଂକୁ ପ୍ରୋତ୍ସାହନ ଦେବା।

ଯୋଜନାର ଉଦ୍ଦେଶ୍ୟ :

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଖାଦ୍ୟ ଉତ୍ପାଦନ ସହ ଜଡ଼ିତ ୟୁନିଟ୍ ଗୁଡ଼ିକର ନିର୍ଦ୍ଧାରିତ ସର୍ବନିମ୍ନ ବିକ୍ରି ଓ ପ୍ରକ୍ରିୟାକରଣ କ୍ଷମତାରେ ବୃଦ୍ଧି ଲାଗି ସର୍ବନିମ୍ନ ନିର୍ଦ୍ଧାରିତ ନିବେଶକୁ ସମର୍ଥନ ଯୋଗାଇ ଦେବା। ଏହାଛଡ଼ା ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଉତ୍ପାଦଗୁଡ଼ିକ ପାଇଁ ଏକ ଉନ୍ନତ ବଜାର ନିର୍ମାଣ କରିବା ଓ ସେଗୁଡ଼ିକର ବ୍ରାଣ୍ଡିଂ କରିବା।

  • ବିଶ୍ବ ସ୍ତରରେ ଖାଦ୍ୟ କ୍ଷେତ୍ର ସହ ଜଡ଼ିତ ଭାରତୀୟ ୟୁନିଟଗୁଡ଼ିକୁ ଅଗ୍ରଣୀ କରିବା।
  • ବିଶ୍ବସ୍ତରରେ ବଛା ବଛା ଭାରତୀୟ ଖାଦ୍ୟ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହନ ଦେବା ଏବଂ ଅନ୍ତର୍ଜାତୀୟ ସ୍ତରରେ ଏଗୁଡ଼ିକର ବ୍ୟାପକ ଗ୍ରହଣୀୟତାକୁ ବଢ଼ାଇବା।
  • କୃଷି କ୍ଷେତ୍ର ବାହାରେ ରୋଜଗାର ସୁଯୋଗ ବୃଦ୍ଧି କରିବା।
  • କୃଷି ଉତ୍ପାଦଗୁଡ଼ିକ ଲାଗି ଉପଯୁକ୍ତ ଲାଭକାରୀ ମୂଲ୍ୟ ଏବଂ କୃଷକମାନଙ୍କ ପାଇଁ ଉଚ୍ଚ ଆୟ ସୁନିଶ୍ଚିତ କରିବା।

ପ୍ରମୁଖ ବୈଶିଷ୍ଟ୍ୟ:

  • ଏହାର ପ୍ରଥମ ଉପାଦାନରେ ଚାରିଟି ବଡ଼ ଖାଦ୍ୟ ଉତ୍ପାଦ ପ୍ରସ୍ତୁତିକୁ ପ୍ରୋତ୍ସାହନ ଦେବାକୁ ସାମିଲ କରାଯାଇଛି। ଏଥିରେ ରାନ୍ଧିବା ଲାଗି ପ୍ରସ୍ତୁତ/ଖାଇବା ଲାଗି ପ୍ରସ୍ତୁତ (ରେଡି ଟୁ କୁକ୍/ରେଡି ଟୁ ଇଟ୍) ଖାଦ୍ୟ, ପ୍ରକ୍ରିୟାକୃତ ଫଳ ଏବଂ ପନିପରିବା, ସାମୁଦ୍ରିକ ଉତ୍ପାଦ ଏବଂ ମୋଜରେଲା ଚିଜ୍ ସାମିଲ ରହିଛି।
  • ଲଘୁ ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ଅଭିନବ/ଜୈବିକ ଫ୍ରି ରେଞ୍ଜ ଉତ୍ପାଦ ଯେପରିକି ଅଣ୍ଡା, ପଲୁଟ୍ରି ମାଂସ, ଅଣ୍ଡା ଜାତୀୟ ଉତ୍ପାଦନ ମଧ୍ୟ ଉପରୋକ୍ତ ଉପାଦାନରେ ସାମିଲ ରହିଛି।
  • ଚୟନ ହୋଇଥିବା ଆବେଦନକାରୀଙ୍କୁ ପ୍ରଥମ ଦୁଇ ବର୍ଷ 2021-22 ଏବଂ 2022-23ରେ ସେମାନଙ୍କର ଆବେଦନପତ୍ର (ସର୍ବନିମ୍ନ ନିର୍ଦ୍ଧାରିତ)ରେ ବର୍ଣ୍ଣିତ ପ୍ଲାଣ୍ଟ ଏବଂ ମେସିନାରୀରେ ନିବେଶ କରିବାକୁ ପଡ଼ିବ।
  • ନିର୍ଦ୍ଧାରିତ ନିବେଶ ସମ୍ପୂର୍ଣ୍ଣ କରିବା ଲାଗି 2020-21ରେ କରାଯାଇଥିବା ନିବେଶକୁ ମଧ୍ୟ ଗଣନା କରାଯିବ।
  • ଅଭିନବ/ଜୈବିକ ଉତ୍ପାଦ ପ୍ରସ୍ତୁତ କରୁଥିବା ଚୟନିତ କମ୍ପାନୀଗୁଡ଼ିକ କ୍ଷେତ୍ରରେ ନିର୍ଦ୍ଧାରିତ ସର୍ବନିମ୍ନ ବିକ୍ରି ଏବଂ ନିବେଶ ସର୍ତ୍ତ ଲାଗୁ ହେବ ନାହିଁ।
  • ଦ୍ବିତୀୟ ଉପାଦାନ ବ୍ରାଣ୍ଡିଂ ଏବଂ ବିଦେଶରେ ମାର୍କେଟିଂ ସହ ଜଡ଼ିତ ଯାହାଦ୍ବାରା ମଜବୁତ ଭାରତୀୟ ବ୍ରାଣ୍ଡଗୁଡ଼ିକୁ ଆଗକୁ ନେବା ଲାଗି ପ୍ରୋତ୍ସାହନ ଦିଆଯାଇପାରିବ।
  • ଭାରତୀୟ ବ୍ରାଣ୍ଡଗୁଡ଼ିକୁ ବିଦେଶରେ ପ୍ରୋତ୍ସାହିତ କରିବା ଲାଗି ଯୋଜନାରେ ଆବେଦନକାରୀ କମ୍ପାନୀଗୁଡ଼ିକ ପାଇଁ ଅନୁଦାନର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ଷ୍ଟୋର ବ୍ରାଣ୍ଡିଂ, ଶେଲ୍ଫ ସ୍ପେସ୍ ରେଟିଂ ଏବଂ ମାର୍କେଟିଂ ପାଇଁ ଉଦ୍ଦିଷ୍ଟ।
  • ଏହି ଯୋଜନା 2021-22 ଠାରୁ 2026-27 ପର୍ଯ୍ୟନ୍ତ ଛଅ ବର୍ଷର ଅବଧି ପାଇଁ ଲାଗୁ କରାଯିବ।

ରୋଜଗାର ସୃଷ୍ଟି ସମ୍ଭାବନା ସହିତ ପ୍ରଭାବ :

  • ଯୋଜନା ଲାଗୁ ହେବା ଫଳରେ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ପାଇବ। ଏହାଦ୍ବାରା 33,494 କୋଟି ଟଙ୍କାର ପ୍ରକ୍ରିୟାକୃତ ଖାଦ୍ୟ ପ୍ରସ୍ତୁତ ହୋଇପାରିବ।
  • 2026-27 ସୁଦ୍ଧା ପାଖାପାଖି 2.5 ଲକ୍ଷ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

 

ବିତ୍ତୀୟ ପ୍ରଭାବ

ଉତ୍ପାଦକତା ସହ ଜଡ଼ିତ ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ଶ୍ରେଣୀ ଏବଂ ବର୍ଷଓ୍ବାରୀ ବ୍ୟୟବରାଦ

(କୋଟି ଟଙ୍କାରେ)

 

 

 

 

 

 

 

 

 

 

 

 

 

 

 

 

 

 

 

 

ଆରଟିସି/ଆରଟିଇ ଖାଦ୍ୟ

ପ୍ରକ୍ରିୟାକୃତ ଏଫ ଆଣ୍ଡ ଭି

 

ସାମୁଦ୍ରିକ ଉତ୍ପାଦ

 

ମୋଜରେଲା ଚିଜ୍

 

ବିକ୍ରି ଉପରେ ପ୍ରୋତ୍ସାହନ

 

ବିଦେଶରେ ବ୍ରାଣ୍ଡିଂ ଓ ମାର୍କେ ଟିଂ

 

ପ୍ରଶାସନିକ ବ୍ୟୟ

 

ମୋଟ୍

 

 

 

 

 

 

 

 

 

 

 

 

 

 

 

 

 

 

 

2021-22

 

0

 

0

 

0

 

0

 

0

 

0

 

10

 

10

 

2022-23

 

280

 

272

 

58

 

20

 

630

 

375

 

17

 

1,022

 

2023-24

 

515

 

468

 

122

 

40

 

1145

 

375

 

17

 

1,537

 

2024-25

 

745

 

669

 

185

 

63

 

1662

 

275

 

17

 

1,954

 

2025-26

 

981

 

872

 

246

 

70

 

2169

 

250

 

17

 

2,436

 

2026-27

 

867

 

701

 

212

 

54

 

1833

 

125

 

17

 

1,975

 

2027-28

 

794

 

601

 

170

 

36

 

1601

 

100

 

15

 

1,716

 

Total

 

4181

 

3582

 

993

 

283

 

9040

 

1500

 

110

 

10,900*

 

*ଏଥିରେ ଅଭିନବ/ ଜୈବିକ ଫ୍ରି ରେଞ୍ଜ ଉତ୍ପାଦ ଯେପରିକି ଅଣ୍ଡା, ପଲୁଟ୍ରି ମାଂସ, ଅଣ୍ଡା ଉତ୍ପାଦ ସହିତ ଏସଏମଇ କ୍ଷେତ୍ର ଲାଗି ଆବଣ୍ଟିତ 250 କୋଟି ଟଙ୍କା (ବ୍ୟୟବରାଦର ପାଖାପାଖି ଦୁଇ ପ୍ରତିଶତ) ସାମିଲ ରହିଛି। ଏହି ଉତ୍ପାଦ ଯେକୌଣସି/ସମସ୍ତ ବର୍ଗରେ ଆସିପାରିବ।

                       

କାର୍ଯ୍ୟକାରୀ ରଣନୀତି ଏବଂ ଲକ୍ଷ୍ୟ :

  • ଏହି ଯୋଜନା ସର୍ବଭାରତୀୟ ଆଧାରରେ ଲାଗୁ ହେବ।
  • ଏହି ଯୋଜନା ପ୍ରକଳ୍ପ ପରିଚାଳନା ଏଜେନ୍ସି (ପିଏମଏ) ମାଧ୍ୟମରେ ଲାଗୁ କରାଯିବ।
  • ପିଏମଏ ଆବେଦନ/ପ୍ରସ୍ତାବର ମୂଲ୍ୟାଙ୍କନ, ସମର୍ଥନ ଲାଗି ଯୋଗ୍ୟତାର ପ୍ରାମାଣିକରଣ, ପ୍ରୋତ୍ସାହନ ବିତରଣ ଲାଗି ଯୋଗ୍ୟ ଦାବିର ଯାଞ୍ଚ ନିମନ୍ତେ ଉତ୍ତରଦାୟୀ ରହିବ।
  • ଯୋଜନା ଅନ୍ତର୍ଗତ 2026-27ରେ ଶେଷ ହେଉଥିବା ଛଅ ବର୍ଷ ଲାଗି ପ୍ରୋତ୍ସାହନ ପରିଶୋଧ କରାଯିବ। ନିର୍ଦ୍ଦିଷ୍ଟ ବର୍ଷ ଲାଗି ଦେୟଯୋଗ୍ୟ ପ୍ରୋତ୍ସାହନ ଆସନ୍ତା ବର୍ଷରେ ପରିଶୋଧ ଲାଗି ଦେୟ ରହିବ। ଯୋଜନାର ଅବଧି 2021-22 ଠାରୁ 2026-27 ପର୍ଯ୍ୟନ୍ତ ଛଅ ବର୍ଷ ଲାଗି ହେବ।
  • ଯୋଜନା ‘ଫଣ୍ଡ ଲିମିଟେଡ’ ଅଟେ ଅର୍ଥାତ ବ୍ୟୟ ମଞ୍ଜୁର ଅର୍ଥରାଶି ପର୍ଯ୍ୟନ୍ତ ପ୍ରତିବନ୍ଧିତ ଅଟେ। ହିତାଧିକାରୀଙ୍କୁ ପରିଶୋଧଯୋଗ୍ୟ ସର୍ବାଧିକ ପ୍ରୋତ୍ସାହନର ନିର୍ଦ୍ଧାରଣ ସେହି ହିତାଧିକାରୀଙ୍କୁ ମଞ୍ଜୁରି ଦେବା ସମୟରେ ଅଗ୍ରୀମ ରୂପରେ ହେବ। ସଫଳତା/କାର୍ଯ୍ୟ ପ୍ରଦର୍ଶନ କୌଣସି ସ୍ଥିତିରେ ମଧ୍ୟ ସର୍ବାଧିକ ସୀମା ବୃଦ୍ଧି କରାଯିବ ନାହିଁ।
  • ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ପାଇବ ଏବଂ 33,494 କୋଟି ଟଙ୍କାର ପ୍ରକ୍ରିୟାକୃତ ଖାଦ୍ୟ ପ୍ରସ୍ତୁତ ହେବ ଏବଂ 2026-27 ସୁଦ୍ଧା ପାଖାପାଖି 2.5 ଲକ୍ଷ ଲୋକଙ୍କୁ ରୋଜଗାର ମିଳିପାରିବ।

ଯୋଜନାର କାର୍ଯ୍ୟକାରିତା:

  • ଯୋଜନାର ଅନୁଧ୍ୟାନ, କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ସଚିବମାନଙ୍କର କ୍ଷମତାସମ୍ପନ୍ନ ଗୋଷ୍ଠୀ ଦ୍ବାରା କରାଯିବ।
  • ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ ଏହି ଯୋଜନା ଅନ୍ତର୍ଗତ କଭରେଜ ଲାଗି ଆବେଦନକାରୀମାନଙ୍କ ଚୟନକୁ ମଞ୍ଜୁରି ଦେବ, ପ୍ରୋତ୍ସାହନ ରୂପରେ ଅର୍ଥ ମଞ୍ଜୁର ଓ ଜାରି କରିବ।
  • ଯୋଜନା କାର୍ଯ୍ୟକାରୀ କରିବା ଲାଗି ବିଭିନ୍ନ ଗତିବିଧିକୁ କଭର କରି ମନ୍ତ୍ରଣାଳୟ ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବ।
  • କାର୍ଯ୍ୟକ୍ରମରେ ତୃତୀୟ ପକ୍ଷଙ୍କ ଦ୍ବାରା ମୂଲ୍ୟାଙ୍କନ ଏବଂ ମଧ୍ୟ ଅବଧିରେ ସମୀକ୍ଷାର ବ୍ୟବସ୍ଥା ରହିଛି।

ଜାତୀୟ ପୋର୍ଟାଲ ଏବଂ ସୂଚନା ପ୍ରଣାଳୀ ପରିଚାଳନା

  • ଏକ ଜାତୀୟ ପୋର୍ଟାଲ ପ୍ରତିଷ୍ଠା କରାଯିବ, ଯେଉଁଠି ଆବେଦନକାରୀ ଉଦ୍ୟୋଗୀ ଏହି ଯୋଜନାରେ ଅଂଶଗ୍ରହଣ କରିବା ଲାଗି ଆବେଦନ କରିପାରିବେ।
  • ଯୋଜନା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟପ୍ରକ୍ରିୟା ଜାତୀୟ ପୋର୍ଟାଲରେ କରାଯିବ।

ସଂଯୋଜନ ଢାଞ୍ଚା

  • ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ପ୍ରଧାନମନ୍ତ୍ରୀ କୃଷି ସମ୍ପଦା ଯୋଜନା (ପିଏମକେଏସଓ୍ବାଇ)ରେ ଲଘୁ ଏବଂ ମଧ୍ୟମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକର ଯୋଗାଣ ଶୃଙ୍ଖଳର ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ପ୍ରକ୍ରିୟାକରଣ କ୍ଷମତାକୁ ସମ୍ପ୍ରସାରିତ କରିବା, ଔଦ୍ୟୋଗିକ ପ୍ଲାଣ୍ଟଗୁଡ଼ିକର ଉପଲବ୍ଧତା ବୃଦ୍ଧି କରିବା, କୌଶଳ ବିକାଶରେ ସହାୟତା କରିବା, ଗବେଷଣା ଓ ବିକାଶ ଓ ପରୀକ୍ଷଣ ସୁବିଧାର ଉପଲବ୍ଧତାରେ ସହାୟତା ପ୍ରଦାନ କରାଯିବା ଆଦି ସାମିଲ ରହିଛି।
  • କୃଷି ସମବାୟ ଏବଂ କୃଷକ କଲ୍ୟାଣ, ପଶୁ ପାଳନ ଏବଂ ଡାଏରୀ, ମତ୍ସ୍ୟ, ଶିଳ୍ପ ଏବଂ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ, ବାଣିଜ୍ୟ ଆଦି ଅନ୍ୟ ବିଭାଗ/ମନ୍ତ୍ରଣାଳୟ-ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଅନେଗୁଡ଼ିଏ ଯୋଜନାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଭାବ ରହିଛି।
  • ପ୍ରସ୍ତାବିତ ଯୋଜନା ପରିଧିରେ ଆସୁଥିବା ଆବେଦନକାରୀମାନଙ୍କୁ ଅନ୍ୟ ଯୋଜନା (ଯେଉଁଠି ବ୍ୟବହାର୍ଯ୍ୟ ହେଉ) ଅନ୍ୟ ସେବାର ଅନୁମତି ମଧ୍ୟ ପ୍ରଦାନ କରାଯିବ। ଏ ସଂକ୍ରାନ୍ତରେ ଏହି ବିଚାର କରାଯାଉଛି ଯେ ପ୍ରୋତ୍ସାହନ ସମ୍ବନ୍ଧୀୟ ଯୋଜନା ପରିଧିରେ ଆସୁଥିବା ଆବେଦନକାରୀମାନେ ଯୋଗ୍ୟତା ଏବଂ ଅନ୍ୟ ଯୋଜନା କିମ୍ବା ଏହାର ବିପରୀତ ଦ୍ବାରା ପ୍ରଭାବିତ ହେବ ନାହିଁ।

ପୃଷ୍ଠଭୂମି

  • ଭାରତର ଖାଦ୍ୟପ୍ରକ୍ରିୟାକରଣ କ୍ଷେତ୍ରରେ ଲଘୁ ଏବଂ ବଡ଼ ଉଦ୍ୟୋଗ ସହ ଜଡ଼ିତ କ୍ଷେତ୍ରରେ ଉତ୍ପାଦନ ଉଦ୍ୟୋଗଗୁଡ଼ିକ ସାମିଲ ରହିଛନ୍ତି।
  • ପ୍ରଚୁର ସମ୍ବଳ, ବିଶାଳ ଘରୋଇ ବଜାର ଏବଂ ମୂଲ୍ୟ ଯୁକ୍ତ ଉତ୍ପାଦକୁ ଦେଖି ଭାରତ ନିକଟରେ ପ୍ରତିଦ୍ବନ୍ଦ୍ବିତା ମୂଳକ ସାମର୍ଥ୍ୟ ରହିଛି।
  • ଏହି କ୍ଷେତ୍ରର ସମ୍ପୂର୍ଣ୍ଣ କ୍ଷମତା ହାସଲ କରିବା ଲାଗି ଭାରତୀୟ କମ୍ପାନୀଗୁଡ଼ିକୁ ପ୍ରତିଯୋଗିତାମୂଳକ ଆଧାରରେ ନିଜକୁ ଆହୁରି ମଜବୁତ କରିବାକୁ ହେବ। ଅର୍ଥାତ୍ ବିଶ୍ବ ସ୍ତରରେ ଯେଉଁସବୁ ବଡ଼ କମ୍ପାନୀ ରହିଛନ୍ତି ସେଗୁଡ଼ିକର ଉତ୍ପାଦନ କ୍ଷମତା, ଉତ୍ପାଦକତା, ମୂଲ୍ୟ ସମ୍ବର୍ଦ୍ଧନ ଏବଂ ବିଶ୍ବ ଶୃଙ୍ଖଳା ସହିତ ସମତୁଲ୍ୟ ହେବା ଭଳି ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ।
  • ଦେଶରେ ଉତ୍ପାଦନ କ୍ଷମତା ଏବଂ ରପ୍ତାନିକୁ ପ୍ରୋତ୍ସାହନ ଦେବା ଲାଗି ‘ଆତ୍ମନିର୍ଭର ଭାରତ ଅଭିଯାନ’ ଅନ୍ତର୍ଗତ ନୀତି ଆୟୋଗଙ୍କ ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ ଯୋଜନା ଆଧାରରେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକର ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ ଯୋଜନାକୁ ପ୍ରସ୍ତୁତ କରାଯାଇଛି।

 

**********

 

P.S


(Release ID: 1708791) Visitor Counter : 261