ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

୪.୨ କୋଟିରୁ ଅଧିକ ଡୋଜ୍ ଟିକା ଦେଇ ଭାରତ କୋଭିଡ-୧୯ ଟିକାକରଣରେ ଏକ ରେକର୍ଡ ମାଇଲଖୁଣ୍ଟ ହାସଲ କରିଛି

ଗତ ୨୪ ଘଣ୍ଟା ମଧ୍ୟରେ ୨.୭ ନିୟୁତରୁ ଅଧିକ ଡୋଜ୍ ଟିକା ଦିଆଯାଇଛି

ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଛି

Posted On: 20 MAR 2021 11:40AM by PIB Bhubaneshwar

କୋଭିଡ-୧୯ ମୁକାବିଲାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି ମୋଟ ଟିକାକରଣ କୋଟିକୁ ଅତିକ୍ରମ କରିଯାଇଛି

ଆଜି ସକାଳ ୭ଟା ସୁଦ୍ଧା ମୋଟ ,୮୬,୪୬୯ ସେସନରେ ,୨୦,୬୩,୩୯୨ ଜଣଙ୍କ ଟିକାକରଣ ହୋଇଛି

ଏହା ମଧ୍ୟରେ ଅଛି, ୭୭,୦୬,୮୩୯ ଏଚସିଡବ୍ଲୁ (ପ୍ରଥମ ଡୋଜ୍),୪୮,୦୪,୨୮୫ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୯,୫୭,୬୦୬ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍), ୨୪,୧୭,୦୭୭ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟରେ ଆକ୍ରାନ୍ତ ୩୨,୨୩,୬୧୨ ଜଣ ହିତାଧିକାରୀ ଏବଂ ୬୦ ବର୍ଷରୁ ଅଧିକ ବୟସର ,୫୯,୫୩,୯୭୩ ଜଣ ହିତାଧିକାରୀଙ୍କ ଟିକାକରଣ

 

HCWs

FLWs

45 to < 60 years with Co-morbidities

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

1st Dose

77,06,839

48,04,285

79,57,606

24,17,077

32,23,612

1,59,53,973

4,20,63,392

ଟିକାକରଣ ଅଭିଯାନର ୬୩ତମ ଦିବସ (୧୯ ମାର୍ଚ୍ଚ ୨୦୨୧)ରେ ୨୭,୨୩,୫୭୫ ଡୋଜ୍ ଟିକା ଦିଆଯାଇଛି

ଏହା ମଧ୍ୟରେ ୩୮,୯୮୯ ସେସନରେ ୨୪,୧୫,୮୦୦ ଜଜଣ ଏଚସିଡବ୍ଲୁ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍ ) ଏବଂ ,୦୭,୭୭୫ ଜଣ ଏଚସିଡବ୍ଲୁ ଏଫଏଲଡବ୍ଲୁଙ୍କ ଟିକାକରଣ ହୋଇଛି  

Date: 19th March,2021

HCWs

FLWs

45to<60yearswithCo-morbidities

Over60years

Total Achievement

1stDose

2ndDose

1stDose

2nd Dose

1stDose

1stDose

1stDose

2ndDose

71,651

89,112

1,24,328

2,18,663

4,43,614

17,76,207

24,15,800

3,07,775

 

୨୦୨୧ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଦେଶରେ ମୋଟ ୩୯.୩୪ ନିୟୁତ ଲୋକଙ୍କ ଟିକାକରଣ ହୋଇପାରିଛି ଫଳରେ ଟିକା ପ୍ରଦାନରେ ଭାରତ ବିଶ୍ୱରେ ଦ୍ୱିତୀୟ (ଆମେରିକା ପରେ) ସ୍ଥାନରେ ରହିଛି

ମୋଟ ଟିକାକରଣରୁ ୬୦% ହୋଇଛି ଆଠଟି ରାଜ୍ୟରେ

ଗତ ୨୪ ଘଣ୍ଟା ମଧ୍ୟରେ ୨୭.୨୩ ଲକ୍ଷ ଡୋଜ୍ ଟିକା ଦିଆଯାଇଥିବା ବେଳେ ଏଥିରୁ ୮୦% ହୋଇଛି ୧୦ଟି ରାଜ୍ୟରେ

କୋଭିଡ-୧୯ ସ୍ଥିତିକୁ ଦେଖିଲେ ପାଞ୍ଚଟି ରାଜ୍ୟ; ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ଦୈନିକ ନୂଆ ମାମଲା ବୃଦ୍ଧି ପାଉଛି

ଗତ ୨୪ ଘଣ୍ଟା ମଧ୍ୟରେ ଆସିଥିବା ନୂଆ କରୋନା ମାମଲାରୁ ୮୩.% ଆସିଛି ଛଅଟି ରାଜ୍ୟରୁ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୪୦,୯୫୩ ନୂଆ ମାମଲା ଚିହ୍ନଟ ହୋଇଛି

ମହାରାଷ୍ଟ୍ରରେ ସର୍ବାଧିକ ୨୫,୬୮୧ ନୂଆ ମାମଲା ଚିହ୍ନଟ ହୋଇଛି ଏହା ପଛକୁ ପଞ୍ଜାବ ରେ ୨୪୭୦ ଏବଂ କେରଳରେ ୧୯୮୪ ମାମଲା ଚିହ୍ନଟ ହୋଇଛି

ଆଠଟି ରାଜ୍ୟରେ କରୋନାର ଦୈନିକ ମାମଲା ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି ଏସବୁ ରାଜ୍ୟ ହେଲା; ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ ଏବଂ ହରିଆନା

କେରଳରେ କ୍ରମାଗତ ଭାବେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି

ଭାରତରେ ମୋଟ ସକ୍ରିୟ କରୋନା ମାମଲା ଆଜି ,୮୮,୩୯୪ ରହିଛି ଏହା ମୋଟ ପଜିଟିଭ୍ ମାମଲାର .୫୦% ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୧୭,୧୧୨ ବୃଦ୍ଧି ପାଇଛି

ମୋଟ ସକ୍ରିୟ ମାମଲାର ୭୬.୨୨% ମାମଲା ଅଛି ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରେ

ଭାରତରେ ଏବେ ମୋଟ ସୁସ୍ଥଙ୍କ ସଂଖ୍ୟା ରହୀିଛି ,୧୧,୦୭,୩୩୨ ଜାତୀୟ ସୁସ୍ଥତା ହାର ରହିଛି ୯୬.୧୨% ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩,୬୫୨୩ ଜଣ ସୁସ୍ଥ ହୋଇଛନ୍ତି

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮୮ ଜଣଙ୍କ ପ୍ରାଣହାନି ହୋଇଛି

ନୂଆ ମୃତ୍ୟୁ ମଧ୍ୟରୁ ୮୧.୩୮% ହୋଇଛି ପାଞ୍ଚଟି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୭୦ ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ପଞ୍ଜାବରେ ୩୮ କେରଳରେ ୧୭ ଜଣଙ୍କ ଜୀବନ ଯାଇଛି

୧୫ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତ୍ୟୁ ହୋଇନାହିଁ ଏସବୁ ରାଜ୍ୟ ହେଲା; ଆସାମ, ଉତ୍ତରାଖଣ୍ଡ, ଓଡ଼ିଶା, ପୁଡୁଚେରୀ, ଲାକ୍ଷାଦ୍ୱୀପ, ସିକିମ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ମଣିପୁର, ଦାଦ୍ରା ନଗର ହାବେଲି ଏବଂ ଦାମନ ଡିଉ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ

***

SR

 

 

 

 

 



(Release ID: 1706313) Visitor Counter : 169