ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଫଟୋ ପ୍ରଦର୍ଶନୀ

ପୋଷ୍ଟ କରାଯିବା ଦିନାଙ୍କ: 13 MAR 2021 4:07PM by PIB Bhubaneshwar

ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବର ପ୍ରାକ୍କାର୍ଯ୍ୟକ୍ରମକୁ ମାର୍ଚ୍ଚ 12 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଥିବା ବେଳେ ଆଜି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଦେଶର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଥିବା ଫଟୋ ପ୍ରଦର୍ଶନୀକୁ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି ଅମୃତ ମହୋତ୍ସବର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱର ସମେତ ଦେଶର 7ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଫଟୋ ପ୍ରଦର୍ଶନୀ ମାନ ଆୟୋଜନ କରାଯାଇଛି

ଏହି ଅବସରରେ ଶ୍ରୀ ଜାଭଡେକର କହିଥିଲେ ଯେ ଆଜାଦୀ କା ଅମୃତ ମହୋତ୍ସବ ଦେଶର 75ଟି ସ୍ଥାନରେ ଆୟୋଜନ କରାଯାଉଛି ଆମ ଦେଶକୁ ସ୍ୱାଧୀନତା ଦେଇଥିବା ଜାତିର ପିତା ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ସୁଭାଷ ଚନ୍ଦ୍ର ବୋଷ, . ଆମ୍ବେଦକର, ଖୁଦିରାମ ବୋଷ, ଭଗତ ସିଂହ, ରାଜଗୁରୁ, ସୁଖଦେବ ପ୍ରମୁଖଙ୍କ ସମେତ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଅମୃତ ମହୋତ୍ସବ ଆୟୋଜନ କରାଯାଉଛି

ଶ୍ରୀ ଜାଭଡେକର ଆହୁରି କହିଥିଲେ ଯେ ଲୋକମାନଙ୍କୁ ସେମାନଙ୍କ ନିଜ ଭାଷାରେ ସ୍ୱାଧୀନତାର ଗାଥା ସମ୍ପର୍କରେ ସଚେତନ କରାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଗାମୀ ଦିନରେ ଆଜାଦୀ କା ଅମୃତ ମହୋତ୍ସବ ବ୍ୟାପକ ଆକାରରେ ଆୟୋଜନ କରାଯିବ ଏହି ଫଟୋ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ପରେ ଶ୍ରୀ ଜାଭଡେକର ଟ୍ୱିଟ୍କରିଥିଲେ ଯେ ସ୍ୱାଧୀନତା ସଂଗ୍ରାମ ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ଏବଂ ଆସନ୍ତା 25 ବର୍ଷ ପାଇଁ ଆମର ମାର୍ଗ ନିର୍ଦ୍ଧାରଣ କରିବା ଲାଗି ସାରା ଦେଶରେ ବିଓସି ପକ୍ଷରୁ ଏପରି ପ୍ରଦର୍ଶନୀ ଆୟୋଜନ କରାଯାଉଛି ଆଜି ମୁଁ ଏହିପରି 7ଟି ପ୍ରଦର୍ଶନୀ ଉଦ୍ଘାଟନ କରିଛି ଏହିସବୁ ପ୍ରଦର୍ଶନୀ ବୁଲି ଦେଖିବା ଏବଂ ସ୍ୱାଧୀନତାର ସ୍ମୃତି ସାଥୀରେ ନେଇଯିବାକୁ ମୁଁ ଜନସାଧାରଣଙ୍କୁ ଆହ୍ୱାନ କରୁଛି

ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଆଜି କେନ୍ଦ୍ର ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ଭୁବନେଶ୍ୱର, ବ୍ୟୁରୋ ଅଫ୍ଆଉଟ୍ରିଚ୍କମ୍ୟୁନିକେସନ (ବିଓସି) ଏବଂ ଓଡ଼ିଶା ସରକାରଙ୍କ ସୂଚନା ଲୋକସମ୍ପର୍କ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା

ଏହି ଫଟୋ ପ୍ରଦର୍ଶନୀରେ 1857 ଠାରୁ ଆରମ୍ଭ କରି ଦେଶର ସ୍ୱାଧୀନତା ସଂଗ୍ରାମର ଗାଥା ପ୍ରଦର୍ଶିତ ହୋଇଛି ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମେତ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀ ବୀରସୁରେନ୍ଦ୍ର ସାଏ, ରମାଦେବୀ ପ୍ରମୁଖଙ୍କ ସ୍ୱାଧୀନତା ସଂଗ୍ରାମରେ ରହିଥିବା ଯୋଗଦାନକୁ 39ଟି ପ୍ୟାନେଲ ମାଧ୍ୟମରେ ଫଟୋ ସୂଚନା ଦିଆଯାଇ ଏଠାରେ ପ୍ରଦର୍ଶିତ କରାଯାଇଛି ଏହି ଫଟୋ ପ୍ରଦର୍ଶନୀ ମାର୍ଚ୍ଚ 16 ତାରିଖ ପର୍ଯ୍ୟନ୍ତ ଚାଲିବ

ଏହି ପ୍ରଦର୍ଶନୀର ଉଦ୍ଘାଟନୀ ଉତ୍ସବରେ ଆରଓବି, ଭୁବନେଶ୍ୱରର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଉପନିର୍ଦ୍ଦେଶକ ସୁବୋଧ କୁମାର ଆଚାର୍ଯ୍ୟ, ସଞ୍ଜୟ ମିଶ୍ରଙ୍କ ସମେତ ଓଡ଼ିଶା ସରକାର ସୂଚନା ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ

 

********


(ରିଲିଜ ଆଡି: 1704593) ପରିଦର୍ଶକ କାଉଣ୍ଟର : 353
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Bengali , Punjabi