ସଂସ୍କୃତି ମନ୍ତ୍ରଣାଳୟ

‘ଆଜାଦୀ କା ଅମୃତ ମହୋତ୍ସବ’ର ଶୁଭାରମ୍ଭ ଅବସରରେ ଆସନ୍ତାକାଲି ସାବରମତୀରୁ ଆରମ୍ଭ ହେବାକୁ ଥିବା ଦାଣ୍ଡି ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ପଦଯାତ୍ରାର ନେତୃତ୍ୱ ନେବେ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ

Posted On: 11 MAR 2021 5:17PM by PIB Bhubaneshwar

ଗୌରବପୂର୍ଣ୍ଣ ‘ଆଜାଦୀର ଅମୃତ ମହୋତ୍ସବ’ (India@75)ର ଶୁଭାରମ୍ଭ ଅବସରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ୧୨ ମାର୍ଚ୍ଚ, ୨୦୨୧ରେ ଅହମ୍ମଦାବାଦର ସାବରମତୀ ଆଶ୍ରମରୁ ଆରମ୍ଭ ହେବାକୁ ଥିବା ପଦଯାତ୍ରାର ନେତୃତ୍ୱ ନେବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିବେଶ୍ରୀ ପଟେଲ ବିଭିନ୍ନ ରାଜ୍ୟଗୁଡ଼ିକର ୮୧ ଜଣ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ସହିତ ପ୍ରଥମ ୭୫ କିମି ପଦଯାତ୍ରାର ନେତୃତ୍ୱ ନେବେ, ଯାହାକି ୧୬ ମାର୍ଚ୍ଚରେ ଗୁଜରାଟର ନଡ଼ିୟାଦରେ ପହଞ୍ଚିବ। ଗାନ୍ଧୀଜୀ ଲବଣ ଆଇନ ବିରୋଧରେ ୮୧ ଜଣ ପଦଯାତ୍ରୀଙ୍କ ସହିତ ୧୨ ମାର୍ଚ୍ଚ ୧୯୩୦ରେ ସାବରମତୀ ଆଶ୍ରମରୁ ଦାଣ୍ଡି ମାର୍ଚ୍ଚ ଆରମ୍ଭ କରିଥିଲେ।

 

ପଦଯାତ୍ରା ସମୟରେ, ସଂସ୍କୃତି ମନ୍ତ୍ରୀ ରାତ୍ରିରହଣୀ ସ୍ଥଳରେ ପଦଯାତ୍ରୀମାନଙ୍କ ସହିତ ସାରା ରାତି ରହିବେ ଏବଂ ପରଦିନ ପଦଯାତ୍ରା ପୁଣିଥରେ ଆରମ୍ଭ ହେବ। ଶ୍ରୀ ପଟେଲ ରାତ୍ରି ରହଣୀ ସ୍ଥାନରେ ସ୍ଥାନୀୟ ଲୋକମାନଙ୍କୁ ଭେଟିବେ ଏବଂ ସେମାନଙ୍କ ସହିତ ଆଲୋଚନା କରିବେ। ୧୨ ମାର୍ଚ୍ଚରେ ସାବରମତୀରୁ ଆରମ୍ଭ ହୋଇ ଏହି ପଦଯାତ୍ରା ୧୬ ମାର୍ଚ୍ଚରେ ନଡ଼ିୟାଦରେ ପହଞ୍ଚିବା ପର୍ଯ୍ୟନ୍ତ ଜାରି ରହିବ। ସେହିପରି, ଗୁଜରାଟର ୮୧ ଜଣ ଯୁବକମାନଙ୍କର ଏକ ଦଳ ମଧ୍ୟ ୧୨ ମାର୍ଚ୍ଚରେ ସାବରମତୀର ପଦଯାତ୍ରା ଆରମ୍ଭ କରିବ ଏବଂ ଏହି ପଦଯାତ୍ରୀମାନେ ଦାଣ୍ଡି ପର୍ଯ୍ୟନ୍ତ ଯିବେ।

 

***********

 

P.S

 



(Release ID: 1704238) Visitor Counter : 215