ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ସ୍ୱାଧୀନତାର ଅମୃତ ମହୋତ୍ସବ ନିମନ୍ତେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ

ଦିଲ୍ଲୀ ସମେତ ଦେଶର ସାତଟି ସ୍ଥାନରେ ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର

ପୋଷ୍ଟ କରାଯିବା ଦିନାଙ୍କ: 11 MAR 2021 11:02AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଏଭଳି ଏକ ଉତ୍ସବ ଭାବେ ପାଳନ କରାଯିବ ଯାହା ସ୍ୱାଧୀନତା ସଂଗ୍ରାମର ଭାବନା ବହନ କରିବ ଏବଂ ଯେଉଁ ସ୍ୱାଧୀନତା ସଂଗ୍ରାମୀମାନେ ଏଥିପାଇଁ ସହୀଦ ହୋଇଛନ୍ତି ସେମାନଙ୍କ ସଂକଳ୍ପ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ । ଏହି ଭାବନା ଅନୁଭବ କରିବାର ବାତାବରଣ ସମଗ୍ର ଦେଶରେ ସୃଷ୍ଟି କରାଯିବ ଯାହାକି ସଭିଏଁ ଅନୁଭବ କରିପାରିବେ । ଆଜାଦୀ କୀ ଅମୃତ ମହୋତ୍ସବ ପାଳନ ପାଇଁ ଗଠିତ ଜାତୀୟ କମିଟିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଏହି ଉତ୍ସବରେ ସନାତନ ଭାରତର ଗୌରବକୁ ଯେଭଳି ସଭିଏଁ ଲକ୍ଷ୍ୟ କରିପାରିବେ ଏବଂ ଏଥିସହ ଆଧୁନିକ ଭାରତର ଔଜଲ୍ୟକୁ ମଧ୍ୟ ସମସ୍ତେ ପରଖି ପାରିବେ । ତେଣୁ ଏହି ଉତ୍ସବ ସେହିଭଳି ଆଧ୍ୟାତ୍ମିକ ଭାବନାର ଆଲୋକବର୍ତ୍ତିକା ବହନ କରିବ ଏବଂ ଏଥିରେ ଆମର ବୈଜ୍ଞାନିକମାନଙ୍କ ଦକ୍ଷତା ମଧ୍ୟ ପ୍ରତିଫଳିତ ହେଉଥିବ । ସେ ଉଲ୍ଲେଖ କରିଥିଲେ ଯେ ଏହି କାର୍ଯ୍ୟକ୍ରମ ଆମର ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ମଧ୍ୟରେ ଦେଶ ହାସଲ କରିଥିବା ସଫଳତାକୁ ମଧ୍ୟ ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିବାର ଅଛି । ଏଥିସହ ଆଗାମୀ ୨୫ ବର୍ଷ ପାଇଁ ଆମେ କି ସଂକଳ୍ପ ଗ୍ରହଣ କରିଛୁ ତାହା ମଧ୍ୟ ଦୁନିଆକୁ ସୂଚୀତ କରିବାକୁ ପଡ଼ିବ । 

ପ୍ରଧାନମନ୍ତ୍ରୀ ଆହୁରି ସୂଚାଇଥିଲେ ଯେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ ନିମନ୍ତେ କାର୍ଯ୍ୟକ୍ରମର ୫ଟି ସ୍ତମ୍ଭ ରଖାଯାଇଛି । 

ସେଗୁଡ଼ିକ ହେଲା:

 ୧. ସ୍ୱାଧୀନତା ସଂଗ୍ରାମ 

୨. ୭୫ବର୍ଷରେ ଚିନ୍ତାଧାର 

୩. ୭୫ ବର୍ଷର ସଫଳତା 

୪. ୭୫ତମ ବର୍ଷରେ କାର୍ଯ୍ୟକ୍ରମ 

୫. ୭୫ତମ ବର୍ଷରେ ସଂକଳ୍ପ

ଆଜାଦୀ କୀ ଅମୃତ ମହୋତ୍ସବ ୨୦୨୨ ମସିହା ସ୍ୱାଧୀନତା ଦିବସ ପାଳନର ୭୫ ସପ୍ତାହ ପୂର୍ବରୁ ଆରମ୍ଭ କରାଯିବ ଏବଂ ତାହା ୨୦୨୩ ମସିହା ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଜାରି ରହିବ । ଏହି ଦିବସ ଦୀର୍ଘ ୨୫ ଦିନ ଧରି ଚାଲିବ ଏବଂ ତାହା ୨୦୨୧ ମସିହା ମାର୍ଚ୍ଚ ୧୨ ତାରିଖ ( ଦାଣ୍ଡି ପଦଯାତ୍ରାର ବର୍ଷପୂର୍ତ୍ତି) ଦିନ ଆରମ୍ଭ ହେବ ଯାହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଠାରେ ଶୁଭାରମ୍ଭ କରିବେ ଏବଂ ତାହା ୨୦୨୧ ମସିହା ଏପ୍ରିଲ ୫ ତାରିଖ ( ଦାଣ୍ଡି ପଦଯାତ୍ରାର ଶେଷ) ପର୍ଯ୍ୟନ୍ତ ଚାଲିବ । 

ପ୍ରଧାନମନ୍ତ୍ରୀଙ୍କ ଏହି ପରିକଳ୍ପନାକୁ ସାକାର କରିବା ନିମନ୍ତେ ଏବଂ ଏହି କାର୍ଯ୍ୟକ୍ରମକୁ ଏକ ଉତ୍ସବର ରଙ୍ଗ ପ୍ରଦାନ କରିବା ସକାଶେ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବ୍ୟାପକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛି ଯାହାକି ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଭାବେ ପାଳନ କରାଯିବ । 

୧. ଦୂରଦର୍ଶନ ସମ୍ବାଦ ଓ ନ୍ୟୁଜ୍ ସର୍ଭିସେସ୍ ଡିଭିଜନ ଗୁଜରାଟ ଠାରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭକୁ ସିଧାସଳଖ ଭାବେ ପ୍ରସାରିତ କରିବ । ପରେ ପରେ ଆଞ୍ଚଳିକ ନ୍ୟୁଜ୍ ୟୁନିଟ୍‌ମାନେ ରାଜ୍ୟ ସ୍ତରରେ ସାରା ଦେଶରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରସାରିତ କରିବେ । ଏହି ଅବସରରେ ଉଭୟ ଅନୁଷ୍ଠାନମାନଙ୍କ ଦ୍ୱାରା ଅମୃତ ମହୋତ୍ସବ ନିମନ୍ତେ ବିଶେଷ ପ୍ରାଇମ୍ ଟାଇମ୍ ଆଲୋଚନା ଓ ବିଶେଷ କାର୍ଯକ୍ରମର ଆୟୋଜନ କରାଯିବ ଏବଂ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ପରେ ନ୍ୟାସନାଲ ରାଉଣ୍ଡ ଅପ୍ ପ୍ରସ୍ତୁତ କରାଯିବ । 

୨. ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନଙ୍କ ସହଭାଗୀତାରେ ବ୍ୟୁରୋ ଅଫ୍ ଆଉଟରିଚ୍ କମ୍ୟୁନିକେଶନ ସାରା ଦେଶରେ ସ୍ୱାଧୀନତା ପ୍ରାପ୍ତିର ୭୫ତମ ବର୍ଷରେ ପ୍ରଦର୍ଶନୀମାନ ଆୟୋଜନ କରିବେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହାର ମୁଖ୍ୟ କାର୍ଯ୍ୟକ୍ରମ ଅହମ୍ମଦାବାଦର ସାବରମତୀ ଆଶ୍ରମ ଠାରେ ଉଦ୍ଘାଟନ କରାଯିବ । ପରେ ପରେ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଙ୍କ ଦ୍ୱାରା ସଇଁତିରିଶଟି ରାଜ୍ୟସ୍ତରୀୟ ପ୍ରଦର୍ଶନ ଦିବା ୧୨ ଘଟିକା ପରେ ଉଦ୍ଘାଟିତ ହେବ । ଏହିସବୁ ପ୍ରଦର୍ଶନୀରେ ସ୍ୱାଧୀନତା ପ୍ରାପ୍ତି ପାଇଁ ଭାରତର ସଂଗ୍ରାମ ଯଥା, ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ, ଭାରତ ଛାଡ଼ ଆନ୍ଦୋଳନ ଇତ୍ୟାଦି ପ୍ରମୁଖ ଘଟଣାବଳୀ ଯେଉଁଥିରେ ଦାଣ୍ଡି ପଦଯାତ୍ରା, ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ ଏବଂ ସ୍ୱାଧୀନତା ଆନ୍ଦୋଳନର ଅନ୍ୟ ପ୍ରମୁଖ ନେତା ଯେଉଁମାନଙ୍କର ଦେଶ ପାଇଁ ବିଶେଷ ଅବଦାନ ରହିଛି ସେମାନଙ୍କ ଉପରେ ଏହସିବୁ ପ୍ରଦର୍ଶନୀର ଆୟୋଜନ କରାଯିବ । 

୩. କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାବଡ଼େକର ମାର୍ଚ୍ଚ ୧୩, ୨୦୨୧ ତାରିଖ ଦିନ ଏହି ସଇଁତିରିଶଟି ପ୍ରଦର୍ଶନୀ ମଧ୍ୟରୁ ଛଅଟି ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ ।  

ସେହିସବୁ ପ୍ରଦର୍ଶନୀ ଗୁଡ଼ିକ ହେଲା: 

୧. ଜାମ୍ମୁ ଓ କାଶ୍ମୀର ଶାମ୍ବା ଜିଲ୍ଲା,

୨. କର୍ଣ୍ଣାଟକର ବେଙ୍ଗାଲୁରୁ, 

୩.ମହାରାଷ୍ଟ୍ରର ପୁନେ, 

୪. ଓଡ଼ିଶାର ଭୁବନେଶ୍ୱର,

 ୫. ମଣିପୁରର ବିଷ୍ଣୁପୁରସ୍ଥିତ ମୋଇରାଙ୍ଗ ଓ

 ୬. ବିହାରର ପାଟନା । 

` ଶ୍ରୀ ପ୍ରକାଶ ଜାବଡ଼େକର ମାର୍ଚ୍ଚ ୧୩, ୨୦୨୧ ତାରିଖ ଦିନ ନୂଆଦିଲ୍ଲୀଠାରେ ଜାତୀୟ ମିଡ଼ିଆ କେନ୍ଦ୍ର ଠାରେ ମଧ୍ୟ ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଜାବଡ଼େକର କହିଲେ ଯେ ସମସ୍ତ ରାଜ୍ୟ ଏହି ଉତ୍ସବକୁ ପ୍ରବଳ ଉତ୍ସାହର ସହ ପାଳନ କରିବା ନିମନ୍ତେ ବିଶେଷ ଆଗ୍ରହ ପ୍ରକଟ କରିଛନ୍ତି । ସେ କହିଲେ ଯେ ମାର୍ଚ୍ଚ ୧୨ ତାରିଖ ହେଉଛି ଐତିହାସିକ ଦାଣ୍ଡି ଯାତ୍ରାର ବାର୍ଷିକୀ ଏବଂ ତାହା ଦୀର୍ଘ ଅଢ଼େଇ ବର୍ଷ ହେଲା ଜାରି ରହିବ ଯାହା ଦ୍ଵାରା ଦେଶରେ ଏକ ଉତ୍ସବର ବାତାବରଣ ସୃଷ୍ଟି କରିବ।  

୩.ସ୍ୱାଧୀନତା ସଂଗ୍ରାମର ବିସ୍ମୃତ ସଂଗ୍ରାମୀ, ମହିଳା ସ୍ୱାଧୀନତା ସଂଗ୍ରାମୀ, ଉତ୍ତର ପୂର୍ବାଞ୍ଚଳ ଭାରତର ସ୍ୱାଧୀନତା ସଂଗ୍ରାମୀ ଓ ବୀର, ସ୍ୱାଧୀନତା ଆନ୍ଦୋଳନରେ ଗଣମାଧ୍ୟମର ଭୂମିକା ଇତ୍ୟାଦି ସଂପର୍କରେ ପବ୍ଲିକେଶନ ଡିଭିଜନ ପକ୍ଷରୁ ପୁସ୍ତକମାନ ପ୍ରକାଶ କରାଯିବ। ଆଗାମୀ ଦୁଇ ବର୍ଷ ମଧ୍ୟରେ ସେହିସବୁ ପୁସ୍ତକ ପ୍ରକାଶିତ ହେବ। 

****

SS


(ରିଲିଜ ଆଡି: 1704166) ପରିଦର୍ଶକ କାଉଣ୍ଟର : 201