ଜଳ ଶକ୍ତି ମନ୍ତ୍ରଣାଳୟ

ଓଡିଶାରେ ଜଳ ଗୁଣବତ୍ତା ପରୀକ୍ଷଣ ପାଇଁ ଜଳ ଯୋଦ୍ଧା ପାଲଟିଛନ୍ତି ସଶକ୍ତ ମହିଳା

ଗୋଷ୍ଠୀ ସ୍ତରରେ କ୍ଷେତ୍ର ପରୀକ୍ଷଣ କିଟ୍ ବ୍ୟବହାର କରି ଜଳର ଗୁଣବତ୍ତା ନୀରିକ୍ଷଣ ପାଇଁ ମହିଳା ସଶକ୍ତିକରଣ ଜଳ ଜୀବନ ମିଶନର ପ୍ରାଥମିକତା

Posted On: 08 MAR 2021 3:24PM by PIB Bhubaneshwar

ଜନ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଜଳର ଗୁଣବତ୍ତା ନିରୂପଣ ଖୁବ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ତରରେ କ୍ଷେତ୍ର ପରୀକ୍ଷଣ କିଟ୍ ବ୍ୟବହାର କରି ଜଳର ଗୁଣବତ୍ତା ନୀରିକ୍ଷଣ ପାଇଁ ମହିଳା ସଶକ୍ତିକରଣକୁ ଜଳ ଜୀବନ ମିଶନ ପ୍ରାଥମିକତା ଦେଉଛି । ଜଳର ଗୁଣବତ୍ତା ପର୍ଯ୍ୟବେକ୍ଷଣ ଓ ନୀରିକ୍ଷଣକୁ ବିଭାଗୀୟ କାର୍ଯ୍ୟ ପରିଧିରୁ ବାହାର କରି ଗୋଷ୍ଠୀ ଅଧିକାରରେ ପରିଣତ କରିବାକୁ ଉଦ୍ୟମ ହୋଇଛି । ଏହାଦ୍ୱାରା କେବଳ ଉତ୍ତରଦାୟିତ୍ୱ ହସ୍ତାନ୍ତରିତ ହୋଇନାହିଁ ବରଂ ଗୋଷ୍ଠୀ ଭାଗିଦାରୀ ବଢିଛି । ଜଳ ଗୁଣବତ୍ତା ପ୍ରବନ୍ଧନ କେବଳ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରଙ୍କ କାର୍ଯ୍ୟ ବୋଲି ଥିବା ଧାରଣା ଭୁଲ ପ୍ରମାଣିତ ହୋଇଛି । ଉପଯୁକ୍ତ ଦିଗଦର୍ଶନ ମାଧ୍ୟମରେ ଗୋଷ୍ଠୀ ମଧ୍ୟ ସୁଚାରୂ ରୂପେ ଜଳ ଗୁଣବତ୍ତା ପ୍ରବନ୍ଧନ କରିପାରିବେ ।

ଗ୍ରାମ୍ୟ ଜଳ ଯୋଗାଣ ଓ ସ୍ୱଚ୍ଛତା (ଆରଡବ୍ଲୁଏସ ଆଣ୍ଡ ଏସ) ବିଭାଗ, ଓଡିଶାଙ୍କ ପକ୍ଷରୁ ନଭେମ୍ବର ୧ରୁ ନଭେମ୍ୱର ୩୦,୨୦୨୦ ପର୍ଯ୍ୟନ୍ତ ଏକ ମାସ ଯାଏଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ପାଇଁ ହ୍ୟାଣ୍ଡପମ୍ପ, ଟ୍ୟୁବଓ୍ୱେଲ, କୂଅ ଭଳି ୪ ଲକ୍ଷ ଜଳଉତ୍ସ ପରୀକ୍ଷଣ ହୋଇଥିଲା । ଏସଏଚଜି ସଦସ୍ୟାମାନେ ଲୋକଙ୍କ ଆଗରେ ନମୂନା ସଂଗ୍ରହ ଓ ପରୀକ୍ଷଣ କରିବା ସହ ଜଳ ଉତ୍ସ ପ୍ରଦୂଷଣ ସମ୍ପର୍କରେ ସଚେତନ କରିଥିଲେ । ବ୍ୟାକ୍ଟେରିଆ କିମ୍ବା ରାସାୟନିକ ପ୍ରଦୂଷିତ ନମୁନାଗୁଡିକୁ ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ପରୀକ୍ଷାଗାରକୁ ଅଧିକ ପରୀକ୍ଷଣ ପାଇଁ ପଠା ଯାଇଥିଲା ।   

      

ଏହି ଦକ୍ଷତା ବୃଦ୍ଧି ଅଭିଯାନ ଯୋଗୁଁ ସାକ୍ଷରତା ହାର କମଥିବା ମାଲକାନଗିରି, ନବରଙ୍ଗପୁର, ସୁନ୍ଦରଗଡ ଭଳି ଅଞ୍ଚଳର ମହିଳାମାନେ ଏଫଟିକେ ବ୍ୟବହାର କରି ଜଳ ଉତ୍ସ ପରୀକ୍ଷଣ କରି ପାରୁଛନ୍ତି । କୋଭିଡ- ୧୯ ମହାମାରୀ ବେଳେ ଜଳ ଉତ୍ସ ପରୀକ୍ଷଣ କରାଇବା ବିଭାଗ ପାଇଁ ଆହ୍ୱାନପୂର୍ଣ୍ଣ ଥିଲା । ୧୨ ହଜାର ଆତ୍ମନିର୍ଭରଶୀଳ ମେକାନିକ (ଏସଇଏମ) ଓ ୧୧ ହଜାରରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଜଳ ଯୋଦ୍ଧା ଭାବେ ତାଲିମ ସାଙ୍ଗକୁ ୭ ହଜାର ଏଫଟିକେ ପ୍ରଦାନ କରାଯାଇଥିଲା । ଆରଡବ୍ଲୁଏସ ଆଣ୍ଡ ଏସ, ଓଡିଶାଙ୍କ ରାଜ୍ୟ ଜଳ ପରୀକ୍ଷାଗାର ୧୦୫ ଲ୍ୟାବ କର୍ମଚାରୀ ଓ ୩୧୪ କନିଷ୍ଠ ଯନ୍ତ୍ରୀଙ୍କୁ ନେଇ ଏକ ରିସୋର୍ସ ପର୍ସନ ପୁଲ ତିଆରି କରିଥିଲେ । ଏସଇଏମ ଓ ଏସଏଚଜିଗୁଡିକୁ ଅଭିଯାନରେ ଦିଗଦର୍ଶନ ଦେବାରେ ଏହି ରିସୋର୍ସ ପର୍ସନମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଫଳସ୍ୱରୂପ ଜଳଯୋଦ୍ଧାଙ୍କ ଦ୍ୱାରା ୩ ଲକ୍ଷ ଜଳ ଉତ୍ସ ପରୀକ୍ଷଣ ହୋଇ ପାରିଥିଲା । ଏବେ ବିଭାଗରେ ବର୍ଷକୁ ଥରେ ରାସାୟନିକ ଓ ଦୁଇଥର ବ୍ୟାକ୍ଟେରିଆ ପରୀକ୍ଷଣ ପାଇଁ ୧୧ ହଜାର କୁଶଳୀ ମହିଳା କ୍ୟାଡର ରହିଛନ୍ତି । ଜଳ ଜୀବନ ମିଶନ ଅନ୍ତର୍ଗତ ଆରମ୍ଭ ହୋଇଥିବା ଏହି ଉପକ୍ରମ ପାନୀୟ ଜଳ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ପାଇଁ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବ ।

 

SR


(Release ID: 1703362) Visitor Counter : 163