ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁରେ ଦୈନିକ ନୂଆ କୋଭିଡ୍‍ ସଂକ୍ରମଣରେ ଦ୍ରୁତବୃଦ୍ଧି

ସଂକ୍ରମଣ ନିୟନ୍ତ୍ରଣ ପାଇଁକେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସହାୟତା ଯୋଗାଇ ଦେଉଛନ୍ତି

Posted On: 08 MAR 2021 10:59AM by PIB Bhubaneshwar

ହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁରେ ନୂଆ କୋଭିଡ୍‍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହିସବୁରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦେଶର ନବ ସଂକ୍ରମିତଙ୍କ ସଂଖ୍ୟାର ୮୬.୨୫ ଶତାଂଶ । ଗତ ୨୪ ଘଣ୍ଟା ମଧ୍ୟରେ ୧୮୫୯୯ ଜଣ ନୂଆ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଦୈନିକ ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି । ଏଠାରେ ଦୈନିକ ଏହି ସଂଖ୍ୟା ୧୧,୧୪୧ ରେକର୍ଡ କରାଯାଇଛି । ଏହା ପଛକୁ ରହିଛି କେରଳ । ସେଠାରେ ନବ ସଂକ୍ରମିତଙ୍କ ସଂଖ୍ୟା ୨୧୦୦ରେ ପହଞ୍ଚିଥିବାବେଳେ ପଞ୍ଜାବରେଏହା ୧୦୪୩ ରହିଛି ।

କେନ୍ଦ୍ର ସରକାର ନିୟମିତଭାବେ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟଗୁଡିକ ସହ ଉଚ୍ଚସ୍ତରୀୟ ବୈଠକ କରି ଦୈନିକ ନୂଆ ସଂକ୍ରମଣ ଘଟଣାର ସମୀକ୍ଷା କରୁଛନ୍ତି । କେନ୍ଦ୍ରସ୍ୱାସ୍ଥ୍ୟ ସଚିବ ମଧ୍ୟ ସାପ୍ତାହିକ ସମୀକ୍ଷା ବୈଠକ କରି ରାଜ୍ୟମାନଙ୍କୁ ଏ କ୍ଷେତ୍ରରେ କିପରି ସାହାଯ୍ୟ ସହଯୋଗ କରି ହେବ ସେ ବିଷୟରେ ଆଲୋଚନା କରୁଛନ୍ତି । ନିକଟରେ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ ଜନସ୍ୱାସ୍ଥ୍ୟ ଦଳକୁ ମହାରାଷ୍ଟ୍ର ପଠାଇଛି। ସେହିଭଳି ଆଉ ଏକ ଦଳକୁ ମଧ୍ୟ ପଞ୍ଜାବ ପଠାଯାଇଛି । ଏହି ଦଳ ନୂଆ କରୋନା ସଂକ୍ରମଣ ରୋକିବା ପାଇଁ ସଂପୃକ୍ତ ରାଜ୍ୟ ପ୍ରଶାସନକୁ ସହାୟତା ଯୋଗାଇବ ।

ଆହୁରି ମଧ୍ୟ କେନ୍ଦ୍ର ସରକାର ଇତିମଧ୍ୟରେ ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଂଗ ତଥା ଜାମ୍ମୁ ଓ କାଶ୍ମୀରକୁ ଉଚ୍ଚସ୍ତରୀୟ ଟିମ୍‍ ପଠାଇ ସାରିଛି । ଏହିସବୁ ଦଳ ସଂପୃକ୍ତରାଜ୍ୟ ସରକାର କରୋନା ସଂକ୍ରମଣ ଘେନି ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ଅନୁଧ୍ୟାନ କରିବେ । ସଂକ୍ରମଣକୁ ନିୟନ୍ତ୍ରିତ କରିବା ପାଇଁ ଯଦି କିଛି ସାହାଯ୍ୟ ସହଯୋଗ ଆବଶ୍ୟକ ପଡେ ତାହାକୁ ମଧ୍ୟ ଯୋଗାଇ ଦେବାକୁଏହିସବୁ ଦଳ ପଦକ୍ଷେପ ନେବେ ।

ଆଠଟି ରାଜ୍ୟରେ କରୋନା ସଂକ୍ରମଣ ହାର ଉପର ମୁହାଁ ହୋଇଥିବା ଜଣାପଡିଛି । ଏବେ ଭାରତରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ଦିନରେ ୧ ଲକ୍ଷ ୮୮ ହଜାର ୭୦୦ରେ ପହଞ୍ଚିଛି । ଏହା ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟାର ପଜିଟିଭ କେସର ୧.୬୮ ଶତାଂଶ । ଆଜି ସୁଦ୍ଧା ୨୨ କୋଟିରୁ ଊର୍ଦ୍ଧ୍ୱ (୨୨,୧୯,୬୮,୨୭୧) ଲୋକଙ୍କର କରୋନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଜାତୀୟ ପଜିଟିଭ (ସଂକ୍ରମିତହାର) ବର୍ତ୍ତମାନ ୫.୦୭ ଶତାଂଶ ରହିଛି । ଆଠଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ସଂକ୍ରମିତ ହାର ଜାତୀୟହାର (୨.୨୯%)ଠାରୁ ଅଧିକ । ମହାରାଷ୍ଟ୍ରରେ ସାପ୍ତାହିକ ହାର ସଂକ୍ରମଣ ସର୍ବାଧିକ ଏବଂଏହା ୧୧.୧୩ % । ସେହିଭଳି ଆଜି ସନ୍ଧ୍ୟା ୭ଟା ସୁଦ୍ଧା ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଏ ଯାବତ୍‍ ୨.୦୯ କୋଟି (୨,୦୯,୮୯,୦୧୦) କରୋନା ଟିକା ଡୋଜ ଲୋକଙ୍କୁ ପ୍ରଦାନ କରାଯାଇଛି ।

ଗତ ୨୪ଘଣ୍ଟା ମଧ୍ୟରେ ୨୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସାତଟି ରାଜ୍ୟରେ ମୃତ୍ୟୁହାର ୮୭.୬୩ ପ୍ରତିଶତ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୩୮, ପଞ୍ଜାବରେ ଦ୍ୱିତୀୟ ସର୍ବାଧିକ ୧୭ ଓ କେରଳରେ ୧୩ ଜଣଙ୍କ ଗତ ୨୪ ଘଣ୍ଟାରେ ମୃତ୍ୟୁ ଘଟିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ କୌଣସି କୋଭିଡ୍‍ ମୃତ୍ୟୁର ରିପୋର୍ଟ ମିଳିନାହିଁ । ଏହି ସବୁରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ହେଲା ଆଣ୍ଡାମାନ ନିକୋବର, ଅରୁଣାଚଳ ପ୍ରଦେଶ, ଆସାମ, ଚଣ୍ଡିଗଡ, ଦାଦ୍ରା ଓ ନଗର ହାଭେଳିଏବଂ ଦାମନ ଓ ଡିଉ, ଗୋଆ, ହରିଆନା, ହିମାଚଳ ପ୍ରଦେଶ, ଲଦାଖ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ପୁଡୁଚେରୀ, ରାଜସ୍ଥାନ, ସିକ୍କିମ ଓ ତ୍ରିପୁରା ।

*****

TKM

 



(Release ID: 1703354) Visitor Counter : 202