ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

2020-21 ବର୍ଷ ପାଇଁ ଉପଭୋକ୍ତାଙ୍କୁ 8.50 ପ୍ରତିଶତ ସୁଧ ପ୍ରଦାନ ଲାଗି ସୁପାରିସ କଲା କେନ୍ଦ୍ରୀୟ ବୋର୍ଡ

Posted On: 04 MAR 2021 2:51PM by PIB Bhubaneshwar

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ), କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର 228ତମ ବୈଠକ ଆଜି ଜମ୍ମୁ-କଶ୍ମୀରର ଶ୍ରୀନଗରଠାରେ କେନ୍ଦ୍ର ଶ୍ରମ ନିୟୋଜନ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକରେ ଶ୍ରମ ଓ ନିୟୋଜନ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର ସହ-ଅଧ୍ୟକ୍ଷତା କରିଥିଲେ ସଦସ୍ୟ ସଚିବ ଶ୍ରୀ ସୁନୀଲ ବର୍ଥୱାଲ, କେନ୍ଦ୍ରୀୟ ଭବିଷ୍ୟନିଧି ପାଣ୍ଠି ଆୟୁକ୍ତ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ 2020-21 ଆର୍ଥିକ ବର୍ଷ ପାଇଁ ସଦସ୍ୟଙ୍କ ଜମାଖାତାରେ ଇପିଏଫ୍ ଜମା ଉପରେ ବାର୍ଷିକ 8.50% ସୁଧ ହାର ପ୍ରଦାନ କରିବା ଲାଗି କେନ୍ଦ୍ରୀୟ ବୋର୍ଡ ସୁପାରି କରିଛନ୍ତି ସରକାରୀ ଗେଜେଟରେ ସୁଧ ହାରକୁ ଆନୁଷ୍ଠାନିକ ଭାବରେ ବିଜ୍ଞପିତ କରାଯିବା ପରେ ଇପିଏଫଓ ଉପଭୋକ୍ତାଙ୍କ ଆକାଉଣ୍ଟରେ ସୁଧ ହାର ଜମା ହେବ

ଆର୍ଥିକ ବର୍ଷ 2014 ଠାରୁ ଇପିଏଫଓ ​​କ୍ରମାଗତ ଭାବରେ 8.50 ପ୍ରତିଶତର ଲାଭ ପ୍ରଦାନ କରିଆସୁଛି କମ୍ପାଉଣ୍ଡିଂ ସହିତ ଉଚ୍ଚ ଇପିଏଫ ସୁଧ ହାର, ଉପଭୋକ୍ତାଙ୍କ ଲାଭରେ ଏକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରିଛି ଇପିଏଫଓ ​​କ୍ରମାଗତ ଭାବେ ପୁଞ୍ଜି ନିବେଶ ପ୍ରତି ନିଜର ଦୃଷ୍ଟିକୋଣକୁ ଜାରି ରଖିଛି, ଯାହା ମୂଳଧନର ସୁରକ୍ଷା ଏବଂ ସଂରକ୍ଷଣ ଉପରେ ସର୍ବାଧିକ ପ୍ରାଥମିକତା ଦେଉଛି ଇପିଏଫଓରେ ବିପଦ ବହୁତ କମ୍, କାରଣ ଏଥିରେ ଗରିବ ଲୋକଙ୍କ ଅବସର ପରବର୍ତ୍ତୀ ସଞ୍ଚୟ ମଧ୍ୟ ବିନିଯୋଗ ହୋଇଥାଏ

ଇପିଏଫଓ ବହୁ ବର୍ଷ ଧରି ଏହାର ସଦସ୍ୟମାନଙ୍କୁ ସର୍ବନିମ୍ନ ବିପଦ ସହିତ ବିଭିନ୍ନ ଅର୍ଥନୈତିକ ଚକ୍ର ମାଧ୍ୟମରେ ଅଧିକ ଆୟ ପ୍ରଦାନ କରିବାରେ ସକ୍ଷମ ହୋଇଛି ଇପିଏଫଓ ନିବେଶକମାନଙ୍କୁ ଅଧିକ ଲାଭ ପ୍ରଦାନ କରିବାର ଚିନ୍ତାଧାରାକୁ ନେଇ ଆଗେଇ ଚାଲିଛି  ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ଅନ୍ୟାନ୍ୟ ତୁଳନାତ୍ମକ ନିବେଶ ପନ୍ଥା ଅପେକ୍ଷା ଇପିଏଫଓ​​ର ସୁଧ ହାର ଯଥେଷ୍ଟ ଅଧିକ

2015-16 ଅବଧିରେ ଇପିଏଫଓ ​​ଏନଏସଇ 50 ଏବଂ ବିଏସଇ 30 ସୂଚକାଙ୍କରେ ଏକ୍ସଚେଞ୍ଜ ଟ୍ରେଡ ଫଣ୍ଡ ମାଧ୍ୟମରେ ଇକ୍ୱିଟିରେ ନିବେଶ କରିବା ଆରମ୍ଭ କଲା ଆର୍ଥିକ ବର୍ଷ 2015ରେ ଇକ୍ୱିଟିରେ 5 ପ୍ରତିଶତ ନିବେଶ ଆରମ୍ଭ ହୋଇଥିଲା ଏବଂ ଏହା ପରବର୍ତ୍ତୀ ସମୟରେ 15 ପ୍ରତିଶତକୁ ବୃଦ୍ଧି ପାଇଥିଲା

2021 ଆର୍ଥିକ ବର୍ଷ ଲାଗି ନିବେଶ ସମାପ୍ତ କରିବାକୁ ଇଏଫଓ ନିଷ୍ପତ୍ତି ନେଇଥିଲା । ବର୍ତ୍ତମାନ ସୁପାରିସ କରାଯାଇଥିବା ସୁଧ ଦର ହେଉଛି ଋଣ ନିବେଶରୁ ପ୍ରାପ୍ତ ସୁଧ ସମେତ ଇକ୍ଵିଟି ନିବେଶରୁ ହୋଇଥିବା ଆୟର ପରିଣାମ । ଏହାଫଳରେ ଇପିଏଫଓ ନିଜର ଉପଭୋକ୍ତାମାନଙ୍କୁ ଉଚ୍ଚ ହାରରେ ଲାଭ ପ୍ରଦାନ କରିବାକୁ ସଫଳ ହେବା ସହିତ ବଳକା ଅର୍ଥ ସଞ୍ଚୟରେ ମଧ୍ୟ ସହାୟକ ହୋଇଛି, ଯଦ୍ଵାରା ଇପିଏଫଓ ଭବିଷ୍ୟତରେ ମଧ୍ୟ ଉଚ୍ଚ ଲାଭ ପ୍ରଦାନ କରିପାରିବ । ଏହି ଆୟ ବିତରଣ କାରଣ ପାଇଁ ଇପିଏଫଓରେ କେବେ ବି ଜମାଠାରୁ ଅଧିକ ରାଶି ଉଠାଣ କରିନାହିଁ ।

ସେହିପରି ଇପିଏଫଓର ସ୍ଥିର ସୁନିଶ୍ଚିତ ଲାଭ ଦୃଷ୍ଟିକୋଣ ପ୍ରତିବର୍ଷ ସିବିଟି ଦ୍ଵାରା ଘୋଷଣା କରାଯାଇଥାଏ । ଟିକସ ରିହାତି କାରଣରୁ ଏହା ନିବେଶକଙ୍କ ପାଇଁ ଏକ ପସନ୍ଦ ଯୋଗ୍ୟ ବିକଳ୍ପ ହୋଇଥାଏ । ଏହା ସେମାନଙ୍କୁ ଭବିଷ୍ୟନିଧି ପାଣ୍ଠି, ପେନସନ ଏବଂ ବୀମା ଯୋଜନା ଆକାରରେ ଦୃଢ ସାମାଜିକ ସୁରକ୍ଷା ପ୍ରଦାନ କରିଥାଏ ।

 

**********

TRP/



(Release ID: 1702588) Visitor Counter : 178