ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀ ଜୟଦୀପ ଭଟ୍ଟନାଗର

ପୋଷ୍ଟ କରାଯିବା ଦିନାଙ୍କ: 01 MAR 2021 3:34PM by PIB Bhubaneswar

ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଆଜି ଶ୍ରୀ ଜୟଦୀପ ଭଟ୍ଟନାଗର ଦାୟିତ୍ଵ ଗ୍ରହଣ କରିଛନ୍ତି ।

ଶ୍ରୀ ଭଟ୍ଟନାଗର 1986 ବ୍ୟାଚର ଜଣେ ଭାରତୀୟ ସୂଚନା ସେବା ଅଧିକାରୀ । ସେ ପୂର୍ବରୁ ଦୂରଦର୍ଶନ ସମାଚାର ବିଭାଗରେ କାର୍ଯ୍ୟ କରିଛନ୍ତି ଏବଂ ଦୂରଦର୍ଶନର ବାଣିଜ୍ୟ, ବିକ୍ରୟ ଏବଂ ମାର୍କେଟିଂ ବିଭାଗର ବ୍ୟବସାୟିକ ମୁଖ୍ୟ ଥିଲେ ।

ପଶ୍ଚିମ ଏସିଆର 20ଟି ଦେଶ ପାଇଁ ପ୍ରସାର ଭାରତୀ ତରଫରୁ ସ୍ଵତନ୍ତ୍ର ସମ୍ବାଦଦାତା ରୂପେ ସେ କାର୍ଯ୍ୟ କରିଛନ୍ତି । ପରେ ସେ ଆକାଶବାଣୀର ନ୍ୟୁଜ୍ ସର୍ଭିସେସ୍ ବିଭାଗର ମଧ୍ୟ ମୁଖ୍ୟ ହୋଇଥିଲେ ।

ରେଜିଷ୍ଟ୍ରାର ଭାବେ ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ମାସ୍ କମ୍ୟୁନିକେସନରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ପିଆଇବିର ମୁଖ୍ୟ ଭାବେ ବର୍ତ୍ତମାନ ଦାୟିତ୍ୱ ନେବା ପୂର୍ବରୁ ଶ୍ରୀ ଭଟ୍ଟନାଗର ବିଭିନ୍ନ କ୍ଷମତାରେ 6 ବର୍ଷ ଧରି ପିଆଇବିରେ କାର୍ଯ୍ୟ କରିଛନ୍ତି ।

ଫେବୃଆରୀ 28, 2021ରେ ଚାକିରିରୁ ଅବସର ଗ୍ରହଣ କରିଥିବା ଶ୍ରୀ କୁଲଦୀପ ସିଂ ଧତୱାଲିଆଙ୍କ ଠାରୁ ଶ୍ରୀ ଭଟ୍ଟନାଗର ଦାୟିତ୍ଵ ଗ୍ରହଣ କରିଛନ୍ତି ।

 

**********

TRP/

 


(ରିଲିଜ ଆଡି: 1701729) ପରିଦର୍ଶକ କାଉଣ୍ଟର : 336