ଔଦ୍ୟୋଗିକ ବ୍ୟାପାର ମନ୍ତ୍ରଣାଳୟ

ଇଜ ଅଫ ଡୁଇଙ୍ଗ ବିଜନେସ ପାଇଁ ତଥ୍ୟ ବିନିମୟ ବୁଝାମଣା ସ୍ୱାକ୍ଷରିତ

Posted On: 25 FEB 2021 1:05PM by PIB Bhubaneshwar

 କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ(ଏମ.ସି.ଏ.) ଏବଂ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ମଧ୍ୟରେ ତଥ୍ୟ ବିନିମୟ ନିମନ୍ତେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଏମସିଏର ସଚିବ ରାଜେଶ ବର୍ମା ଏବଂ ସିବିଆଇସିର ଚେୟାରମ୍ୟାନ ଏମ. ଅଜିତ କୁମାରଙ୍କ ଉପସ୍ଥିତିରେ ଏମସିଏର ସଂଯୁକ୍ତ ସଚିବ ମନୋଜ ପାଣ୍ଡେ ଏବଂ ସିବିଆଇସିର ଅତିରିକ୍ତ ମହାନିର୍ଦ୍ଦେଶକ ବି.ବି. ଗୁପ୍ତା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି ।

ତଥ୍ୟ ବିନିମୟ ମାଧ୍ୟମରେ ବିଭିନ୍ନ ଆଇନକୁ ପ୍ରଭାବଶାଳୀଭାବରେ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

            ବିଭିନ୍ନ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଆମଦାନୀ, ରପ୍ତାନୀ ସମ୍ପର୍କୀତ ତଥ୍ୟ, ବିଭିନ୍ନ ରେଜିଷ୍ଟ୍ରିଭୁକ୍ତ କମ୍ପାନୀମାନଙ୍କର ଆର୍ଥିକ ଦେଣନେଣ ଆଦିର ବିସ୍ତୃତ ସୂଚନା ଆଦାନପ୍ରଦାନ ଏହି ବୁଝାମଣାପତ୍ର ଅନୁଯାୟୀ ହେବ ।

ଏହା ଫଳରେ ଏମସିଏର ଦେଶରେ ଇଜ ଅଫ ଡୁଇଙ୍ଗ ବିଜିନେସର ବୃଦ୍ଧି ଏବଂ ବିଭିନ୍ନ ପ୍ରକାରର ନିୟାମକ କ୍ଷମତା ବୃଦ୍ଧି ପାଇବ । ସେହିପରି ସିବିଆଇସିର ସମାନ ଧରଣର କ୍ଷମତା ବୃଦ୍ଧି ସହିତ ଏଡିଭିଏଆଇଟି ପ୍ରଣୟନ କରି ପ୍ରତ୍ୟକ୍ଷ କରଦାତାମାନଙ୍କର ବିସ୍ତୃତ ବିବରଣୀ ବିଶ୍ଳେଷଣ କରାଯାଇପାରିବ । ସୂଚନା  ଆଦାନପ୍ରଦାନ ଦ୍ୱାରା ଉଭୟ ସଂସ୍ଥାର କ୍ଷମତା ପରିସର ବୃଦ୍ଧି ପାଇବ ।

ଏହି ବୁଝାମଣା ଦ୍ୱାରା ସ୍ୱୟଂକ୍ରିୟ ପ୍ରକ୍ରିୟାରେ ନିୟମିତ ଭାବେ ତଥ୍ୟ ବିନିମୟ ହୋଇପାରିବ । ଆମଦାନୀ କ୍ଷେତ୍ରରେ ଥିବା ବିଲ୍‌, ସିପିଂ ବିଲ୍‌, ରପ୍ତାନୀ ନିର୍ଯ୍ୟାସ, କର୍ପୋରେଟ ସଂସ୍ଥାଗୁଡିକର ଆର୍ଥିକ ବିବରଣୀ, ଅଂଶଧନ ସମ୍ପର୍କୀତ ରିଟର୍ଣ୍ଣ ଆଦି ତଥ୍ୟ ପରସ୍ପର ମଧ୍ୟରେ ବିନିମୟ ହେବ । ଉଭୟ ସଂସ୍ଥାର ବିଭିନ୍ନ ପ୍ରକାରର ନିୟାମକ ସମ୍ପର୍କୀତ ଥିବା କ୍ଷମତା ଏହାଦ୍ୱାରା ବୃଦ୍ଧି ପାଇବ । ତଦନ୍ତ କରାଯିବା, ନିରୀକ୍ଷଣ, ଅନୁସନ୍ଧାନ, ଦଣ୍ଡବିଧାନ ଆଦି କ୍ଷେତ୍ରରେ ସ୍ୱତନ୍ତ୍ର ଭାବରେ ଅନୁରୋଧ କରାଯାଇ ତଥ୍ୟ ବିନିମୟ କରାଯାଇପାରିବ ।

ବୁଝାମଣାପତ୍ର  ସ୍ୱାକ୍ଷରିତ ହେବା ଦିନଠାରୁ ଏହା କାର୍ଯ୍ୟକାରୀ ହେବ । ଏହା  ସରକାରଙ୍କର ସର୍ବନିମ୍ନ ହସ୍ତକ୍ଷେପ ଏବଂ ସର୍ବାଧିକ ପ୍ରଶାସନ (ମିନିମମ୍ ଗଭର୍ଣ୍ଣମେଣ୍ଟ, ମ୍ୟାକ୍ସିମମ୍ ଗଭର୍ଣ୍ଣେନ୍‌ସ) ନୀତିକୁ ପୂରଣ କରିବାରେ ସଫଳ ହେବ । ତଥ୍ୟ ବିନିମୟ ସମ୍ପର୍କୀତ ବ୍ୟବସ୍ଥାର ଅଗ୍ରଗତି ନେଇ ଏକ ନିରୀକ୍ଷକ ଗୋଷ୍ଠୀ ଗଠନ କରାଯିବ । ନିୟମିତ ବ୍ୟବଧାନରେ ତଥ୍ୟ ବିନିମୟ ସମ୍ପର୍କୀତ ଆଲୋଚନା ମଧ୍ୟ ହେବ । ଦୁଇ ସଂଗଠନ ମଧ୍ୟରେ ସହଯୋଗ ଏବଂ ଶକ୍ତି ବୃଦ୍ଧି କ୍ଷେତ୍ରରେ ଏହି ବୁଝାମଣାପତ୍ର ଏକ ଆରମ୍ଭ ମାତ୍ର ।

 

*****

SSD/ SLP



(Release ID: 1700801) Visitor Counter : 211