ପ୍ରତିରକ୍ଷା ମନ୍ତ୍ରଣାଳୟ

ମିଳିତ ବିବୃତ୍ତି

ପୋଷ୍ଟ କରାଯିବା ଦିନାଙ୍କ: 25 FEB 2021 12:00PM by PIB Bhubaneswar

ଭାରତ ଏବଂ ପାକିସ୍ତାନ ମିଲିଟାରୀ ଅପରେସନ୍ସର ମହାନିର୍ଦ୍ଦେଶକମାନେ ହଟଲାଇନ ଯୋଗାଯୋଗର ଯାନ୍ତ୍ରିକ ଦିଗ ଉପରେ ଆଲୋଚନା କରିଥିଲେ ଏକ ମୁକ୍ତ, ଏବଂ ବନ୍ଧୁତ୍ବପୂର୍ଣ୍ଣ ବାତାବରଣରେ ନିୟନ୍ତ୍ରଣ ରେଖା ଏବଂ ଅନ୍ୟ ସମସ୍ତ କ୍ଷେତ୍ରୀୟ ସ୍ଥିତିକୁ ଉଭୟ ପକ୍ଷ ସମୀକ୍ଷା କରିଥିଲେ

ସୀମାରେ ନିରନ୍ତର ଶାନ୍ତି  ବଜାୟ ରଖିବା ଦିଗରେ ଦୁଇ ମିଲିଟାରୀ ଅପରେସନ୍ସର ମହାନିର୍ଦ୍ଦେଶକ ପରସ୍ପରର ମୂଳ ପ୍ରସଙ୍ଗ ଏବଂ ଚିନ୍ତାଧାରାକୁ ସମାଧାନ କରିବା ଲାଗି ସହମତ ହୋଇଥିଲେ ସମସ୍ତ କ୍ଷେତ୍ରରେ ହୋଇଥିବା ଚୁକ୍ତିନାମା, ବୁଝାମଣା ଏବଂ ନିୟନ୍ତ୍ରଣ ରେଖାରେ ଗୁଳି ଚାଳନା ବନ୍ଦ କରିବା ଇତ୍ୟାଦିକୁ 24/25 ଫେବୃଆରୀ 2021 ମଧ୍ୟରାତ୍ରିରୁ ଦୃଢତାର ସହିତ ପାଳନ କରିବା ପାଇଁ ଉଭୟ ପକ୍ଷ ସହମତ ହୋଇଥିଲେ

କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଭୁଲ ବୁଝାମଣାର ସମାଧାନ ନିମନ୍ତେ ହଟଲାଇନ ଯୋଗାଯୋଗ ପାଇଁ ବର୍ତ୍ତମାନ ଥିବା କୌଶଳ ଏବଂ ବର୍ଡର ଫ୍ଲାଗ ବୈଠକ ବ୍ୟବହାର କରାଯିବ ବୋଲି ଉଭୟ ପକ୍ଷ ଦୋହରାଇଥିଲେ

 

**********

TRP/


(ରିଲିଜ ଆଡି: 1700755) ପରିଦର୍ଶକ କାଉଣ୍ଟର : 425