ପ୍ରତିରକ୍ଷା ମନ୍ତ୍ରଣାଳୟ

13,700 କୋଟି ଟଙ୍କା ମୂଲ୍ୟର ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ

Posted On: 23 FEB 2021 5:03PM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଫେବୃଆରୀ 23, 2021ରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର / ପ୍ଲାଟଫର୍ମ / ଉପକରଣ / ଯନ୍ତ୍ରପାତି ଆଦି କ୍ରୟ ନିମନ୍ତେ ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି  

13,700 କୋଟି ଟଙ୍କା ମୂଲ୍ୟର ତିନୋଟି ଆବଶ୍ୟକତା ପୂରଣ ସହମତି  (ଏଓଏନ) ପ୍ରସ୍ତାବ ପାଇଁ ଅନୁମତି ଦିଆଯାଇଛି ପ୍ରତିରକ୍ଷା ଅଧିଗ୍ରହଣର ସର୍ବୋଚ୍ଚ ପ୍ରାଥମିକତା ବର୍ଗରେ ଏହିସବୁ ରହିଛି

ଏହି ସମସ୍ତ ଅଧିଗ୍ରହଣ ପ୍ରସ୍ତାବଗୁଡ଼ିକ ସ୍ୱଦେଶୀ ଭାବରେ ପରିକଳ୍ପିତ, ବିକଶିତ ଏବଂ ଉତ୍ପାଦିତ ସାମଗ୍ରୀ ପାଇଁ ପ୍ରଯୁଜ୍ୟ ହେବ ଏଥିରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ପ୍ରସ୍ତୁତ ଏବଂ ବିକଶିତ ପ୍ଲାଟଫର୍ମ ଓ ସିଷ୍ଟମ ଅନ୍ତର୍ଭୂକ୍ତ ରହିଛି

ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା ଶେଷ କରିବା ଦିଗରେ  ସରକାରଙ୍କର ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ହାସଲ କରିବା ଲାଗି ଯୋଜନା କରାଯାଇଛି । ପୁଞ୍ଜି ଅଧିଗ୍ରହଣ ନିମନ୍ତେ ଦ୍ରୁତ ନିର୍ଣ୍ଣୟ ନେବା ଓ ବ୍ୟବସ୍ଥିତ ଭାବେ କାର୍ଯ୍ୟ କରି ସମୟ ହ୍ରାସ କରିବା ସକାଶେ ସମସ୍ତ ପ୍ରକାରର ଚୁକ୍ତିଗୁଡିକୁ ଦୁଇ ବର୍ଷ ମଧ୍ୟରେ ଶେଷ କରିବା ଲାଗି ଡିଏସି ଅନୁମୋଦନ କରିଛି । ଏହି ଚୁକ୍ତିଗୁଡିକ ମଧ୍ୟରେ (ପ୍ରତିନିଧି ଏବଂ ଅଣ-ପ୍ରତିନିଧି) ଚୁକ୍ତି ସାମିଲ ରହିଛି, ତେବେ ଡିଏଣ୍ଡଡି ମାମଲାଗୁଡିକୁ ଏଥିରୁ ବାଦ ଦିଆଯାଇଛି । ସେନାବାହିନୀ ଏବଂ ଅନ୍ୟ ଅଂଶିଦାରମାନଙ୍କ ସହିତ ବିଚାର ବିମର୍ଶ କରି ମନ୍ତ୍ରଣାଳୟ ପକ୍ଷରୁ ଏହି ଲକ୍ଷ୍ୟ ହାସଲ ପାଇଁ ଏକ ବିସ୍ତ୍ରୁତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ ।

 

**********

TRP/

 

 



(Release ID: 1700296) Visitor Counter : 257