ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫେବୃଆରୀ 17ରେ ପ୍ରଧାନମନ୍ତ୍ରୀ ତାମିଲନାଡୁରେ ପ୍ରମୁଖ ତୈଳ ଓ ଗ୍ୟାସ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ

प्रविष्टि तिथि: 15 FEB 2021 8:28PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 17 ଫେବୃଆରୀ 2021 ଅପରାହ୍ନ 4.30 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାମିଲନାଡୁରେ ପ୍ରମୁଖ ତୈଳ ଗ୍ୟାସ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମନାଲିସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡର ରାମାନାଥପୁରମ୍ଥୋଥୁକୁଡି ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ଏବଂ ଗ୍ୟାସୋଲିନ ଡେସୁଲଫୁରିଜେସନ୍ ୟୁନିଟ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ନାଗାପଟ୍ଟିନମରେ ଥିବା କୌଭେରୀ ବେସିନ ରିଫାଇନାରୀର ଭିତ୍ତିପ୍ରସ୍ତର ମଧ୍ୟ ସେ ରଖିବେ ଏହି ପ୍ରକଳ୍ପଗୁଡିକ ସାମାଜିକ-ଆର୍ଥିକ ଲାଭରେ ପରିଣତ ହେବ ଏବଂ ଉର୍ଜା ଆତ୍ମନିର୍ଭରଭାରତ ଆଡକୁ ଦେଶକୁ ଆଗେଇ ନେବ   ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ

ପ୍ରକଳ୍ପଗୁଡ଼ିକ ବିଷୟରେ

ରାମନାଥପୁରମ୍ - ଥୋଥୁକୁଡି (143 କିଲୋମିଟର) ଏନ୍ନୋର- ଥିରୁଭାଲୁର- ବେଙ୍ଗାଲୁରୁ- ପୁଡୁଚେରୀ- ନାଗାପାଟ୍ଟିନମ୍‌- ମଦୁରାଇ- ଟୁଟିକୋରିନ୍ ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ପ୍ରାୟ 700 କୋଟି ଟଙ୍କା ବ୍ୟୟରେ ର୍ନିମିତ ହୋଇଛି ଏହା ONGC ଗ୍ୟାସ କ୍ଷେତ୍ରରୁ ଗ୍ୟାସ ବ୍ୟବହାର କରିବାରେ ସାହାଯ୍ୟ କରିବ ଏବଂ ଶିଳ୍ପ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ବ୍ୟବହାରକାରୀଙ୍କୁ କଞ୍ଚାମାଲ ଭାବରେ ପ୍ରାକୃତିକ ଗ୍ୟାସ ବିତରଣ କରିବାରେ ସହାୟକ ହେବ

ମନାଲି ସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (CPCL) ରେ ଥିବା ଗ୍ୟାସୋଲିନ୍ଡେସୁଲଫୁରିଜେସନ୍ ୟୁନିଟ୍‌, ପ୍ରାୟ 500କୋଟି ଟଙ୍କା ବ୍ୟୟରେ ର୍ନିମାଣ କରାଯାଇଛି ଏହା କମ୍ ସଲଫର୍ (8ppm ରୁ କମ୍‍) ଛାଡିବା ସହିତ ପରିବେଶ ଅନୁକୂଳ ଗ୍ୟାସୋଲିନ୍ଉତ୍ପାଦନ କରିବ, ର୍ନିଗମନକୁ ହ୍ରାସ କରିବାରେ ଏବଂ ଏକ ପ୍ରଦୂଷଣମୁକ୍ତ ପରିବେଶ ପାଇଁ ସହାୟକ ହେବ

ନାଗାପଟ୍ଟିନମ୍ ଠାରେ ସ୍ଥାପିତ ହେବାକୁ ଥିବା କୌଭେରୀ ବେସିନ ରିଫାଇନାରୀରେ ବାର୍ଷିକ 9 ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ରହିବ IOCL ଏବଂ CPCLର ମିଳିତ ଉଦ୍ୟୋଗରେ ଏହା ପ୍ରତିଷ୍ଠା ହେବ ଏବଂ ଏହାର ଆନୁମାନିକ ପ୍ରକଳ୍ପ ମୂଲ୍ୟ 31,500 କୋଟି ଟଙ୍କା ହେବ ଏହା BS-VI ମାନର ମୋଟର ସ୍ପିରିଟ୍ ଏବଂ ଡିଜେଲ୍ ଏବଂ ଏକ ମୂଲ୍ୟଯୁକ୍ତ ଉତ୍ପାଦ ଭାବରେ  ପଲିପ୍ରୋପିଲିନ ଉତ୍ପାଦନ କରିବ

****

HS


(रिलीज़ आईडी: 1698274) आगंतुक पटल : 214
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam