ରେଳ ମନ୍ତ୍ରଣାଳୟ

ଯାତ୍ରୀବାହୀ ଟ୍ରେନ ପୂର୍ଣ୍ଣ ମାତ୍ରାରେ ଚଳାଚଳ କରିବା ନେଇ ସ୍ପଷ୍ଟୀକରଣ

Posted On: 13 FEB 2021 3:25PM by PIB Bhubaneshwar

ଏପ୍ରିଲ ମାସରେ ନିର୍ଦ୍ଦିଷ୍ଟ ତାରିଖ ସହ ଦେଶରେ ଯାତ୍ରୀବାହୀ ଟ୍ରେନ୍ ପୂର୍ଣ ମାତ୍ରାରେ ଚଳାଚଳ କରିବାକୁ ନେଇ ଗଣମାଧ୍ୟମରେ ଅନେକ ଗୁଡ଼ିଏ ସମ୍ବାଦ ପ୍ରକାଶ ପାଇଛି । ଗତ କିଛି ଦିନ ମଧ୍ୟରେ ସରକାରଙ୍କ ପକ୍ଷରୁ ନିୟମିତ ଭାବେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇ ଚାଲିଛି । ପୁଣି ଥରେ ଏ ସମ୍ପର୍କ  ସୂଚୀତ କରାଯାଉଛି ଯେ ନିୟମିତ ଭାବେ ପୂର୍ଣ୍ଣ ମାତ୍ରାରେ ଟ୍ରେନ୍ ଚଳାଚଳ କରିବା ସକାଶେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଯାଇନାହିଁ । ପର୍ଯ୍ୟାୟ କ୍ରମିକ ଭାବେ ରେଳବାଇ ପକ୍ଷରୁ ଟ୍ରେନ୍ ସେବାକୁ ବୃଦ୍ଧି କରାଯାଇଚାଲିଛି । ଏବେ ଦେଶରେ 65% ଟ୍ରେନ୍ ଚଳାଚଳ ଆରମ୍ଭ ହୋଇସାରିଛି । କେବଳ ଜାନୁଆରୀ ମାସରେ ଏଥିରେ 250ରୁ ଅଧିକ ଟ୍ରେନ୍ ସାମିଲ କରାଯାଇଛି । ଧୀରେ ଧୀରେ ଏଥିରେ ଆହୁରି ଅଧିକ ସଂଖ୍ୟକ ଟ୍ରେନ୍ ଯୋଡ଼ାଯିବ । ଏଥିପାଇଁ ସମସ୍ତ ଦିଗ ପ୍ରତି ଦୃଷ୍ଟି ଦିଆଯିବ ଏବଂ ଏଥିରେ ସହଭାଗୀ ସମସ୍ତଙ୍କ ଠାରୁ ସେମାନଙ୍କର ମତାମତ ନିଆଯିବା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ । ତେଣୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ ଏଭଳି ଆଶଙ୍କା ଓ ସମ୍ଭାବନା ଠାରୁ ସେମାନେ ଦୂରେଇ ରହନ୍ତି । ଏ ସମ୍ପର୍କରେ ଯେତେବେଳେ ଓ ଯାହା ନିଷ୍ପତ୍ତି ଗ୍ରହଣ କରାଯିବ ତାହା ଗଣମାଧ୍ୟମ ଓ ଜନସାଧରଣଙ୍କୁ ଅବଗତ କରାଯିବ ।

*******

SS



(Release ID: 1697830) Visitor Counter : 213