ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ମହାମହିମ ମାଟେମେଲା ସିରିଲ ରାମଫୋସାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

Posted On: 04 FEB 2021 9:19PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ମହାମହିମ ମାଟେମେଲା ସିରିଲ ରାମଫୋସାଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି

ଦୁଇ ନେତା କୋଭିଡ-19 ମହାମାରୀ ଦ୍ଵାରା ଜାରି ରହିଥିବା ଆହ୍ଵାନଗୁଡିକ ଉପରେ ଆଲୋଚନା କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ ନିଜ ନିଜ ଦେଶରେ ଟୀକାକରଣ ଅଭିଯାନ ଚାଲିଥିବା ଦର୍ଶାଇଥିଲେ

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ପୁନର୍ବାର କହିଥିଲେ ଯେ, ଔଷଧ ପ୍ରସ୍ତୁତି କାର୍ଯ୍ୟ ଏବଂ ଟୀକା ପାଇଁ ଭାରତର ଯଥେଷ୍ଟ ଉତ୍ପାଦନ କ୍ଷମତା ରହିଛି, ଯାହା ଆଫ୍ରିକୀୟ ଦେଶ ସମେତ ସମସ୍ତ ଦେଶର ଆବଶ୍ୟକତାକୁ ପୂରଣ କରିପାରିବ

ଉଭୟ ନେତା ବିଭିନ୍ନ ନ୍ତର୍ଜାତୀୟ ମଞ୍ଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗର ସମ୍ଭାବନା ଉପରେ ଆଲୋଚନା କରିଥିଲେ, ଯାହାଫଳରେ ଟୀକା ଏବଂ ଔଷଧର ସୁଲଭତା ଏବଂ ସାମର୍ଥ୍ୟ ବୃଦ୍ଧି ପାଇପାରିବ

ଉଭୟେ ସହମତ ହୋଇଥିଲେ ଯେ ଦୁଇ ଦେଶର ଅଧିକାରୀମାନେ ଆଗାମୀ ଦିନରେ ଅଧିକ ଯୋଗାଯୋଗରେ ରହିବେ ଏବଂ ମହାମାରୀ ବିରୋଧରେ ମିଳିତ ପ୍ରୟାସର ସମ୍ଭାବନା ଉପରେ ଅନୁସନ୍ଧାନ କରିବେ

 

**********

TRP



(Release ID: 1695782) Visitor Counter : 167