ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ପିଏମ୍ଏୱାଇ (ୟୁ) ଅଧିନରେ ବର୍ତ୍ତମାନ ସୁଦ୍ଧା 1.1 କୋଟି ଗୃହ ଅନୁମୋଦନ

ପିଏମ୍ଏୱାଇ (ୟୁ) ଅଧିନରେ 1,68,606 ନୂତନ ଗୃହ ନିର୍ମାଣକୁ ଅନୁମୋଦନ

କେନ୍ଦ୍ରୀୟ ମଞ୍ଜୁରୀ ଏବଂ ମନିଟରିଂ କମିଟିର 52ତମ ବୈଠକ ଅନୁଷ୍ଠିତ

“ହିତାଧିକାରୀଙ୍କ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ଏବଂ ବିତରଣ ଉପରେ ଧ୍ୟାନ ଦିଅନ୍ତୁ” : ଦୁର୍ଗା ଶଙ୍କର ମିଶ୍ର

Posted On: 21 JAN 2021 11:40AM by PIB Bhubaneshwar

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧିନରେ 1,68,606 ଟି ନୂତନ ଗୃହ ନିର୍ମାଣକୁ କେନ୍ଦ୍ରୀୟ ମଞ୍ଜୁରୀ ଏବଂ ମନିଟରିଂ କମିଟି (ସିଏସ୍ଏମ୍ସି) 52ତମ ବୈଠକରେ ଅନୁମୋଦନ କରାଯାଇଛି ଦେଶର 14ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ଏହି ପ୍ରସ୍ତାବିତ ଗୃହ ଗୁଡିକ ହିତାଧିକାରୀ ଭିତ୍ତିକ ନିର୍ମାଣ, ସହଭାଗିତାରେ ସୁଲଭ ଗୃହ ଏବଂ ବସ୍ତି ବିକାଶର ସ୍ଥିତାବସ୍ଥାକୁ ଦୃଷ୍ଟିରେ ରଖି ନିର୍ମାଣ ହେବ ରାଜ୍ୟମାନେ ବିଭିନ୍ନ ପ୍ରସଙ୍ଗ ଯଥା ଜମି, ପ୍ରାକୃତିକ ବିପର୍ଯ୍ୟୟ, ଆନ୍ତଃ-ସହର ସ୍ଥାନାନ୍ତରଣ, ଜମି ପସନ୍ଦରେ ପରିବର୍ତ୍ତନ ଆଦିକୁ ନେଇ ସେମାନଙ୍କର ସଂଶୋଧନ ପ୍ରସ୍ତାବ ଦେଇଛନ୍ତି 70ଲକ୍ଷରୁ ଅଧିକ ଗୃହ ବିଭିନ୍ନ ପର୍ଯ୍ୟାୟ ନିର୍ମାଣ ଅବସ୍ଥାରେ ଥିବାବେଳେ 41ଲକ୍ଷରୁ ଅଧିକ ଗୃହର ନିର୍ମାଣକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି

ବୈଠକରେ ଅଧ୍ୟକ୍ଷତା କରିଥିବା ଗୃହ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟର ସଚିବ ଶ୍ରୀ ଦୁର୍ଗା ଶଙ୍କର ମିଶ୍ର ପିଏମ୍ଏୱାଇ(ୟୁ) ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ଲାଗି ରଣନୀତି ପ୍ରସ୍ତୁତ ସକାଶେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଅନୁରୋଧ କରିଛନ୍ତି ମିଶନ ଅଧିନରେ ଅଗ୍ରଗତି ସ୍ଥିର ରହିଛି ସମସ୍ତ ମୌଳିକ ସାମାଜିକ ଭିତ୍ତିଭୂମିକୁ ନେଇ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ଆଗକୁ ଯିବାକୁ ପଡିବ ବୋଲି ସେ କହିଛନ୍ତି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନେ ହିତାଧିକାରୀଙ୍କ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ବିତରଣ ଉପରେ ଧ୍ୟାନ ଦେବେ ସେ ଆହୁରି ମଧ୍ୟ ଏହି ଯୋଜନାରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସୁଲଭ ମୂଲ୍ୟରେ ଭଡା ଗୃହ ଅଟ୍ଟାଳିକା (ଏଆରଏଚ୍ସି) କାର୍ଯ୍ୟ ତ୍ୱରାନ୍ୱିତ ଲାଗି ଅନୁରୋଧ କରିଛନ୍ତି

ଦେଶର ଛଅଟି ସହର ଯଥା ଅଗରତାଲା (ତ୍ରିପୁରା), ରାଞ୍ଚି (ଝାଡଖଣ୍ଡ), ଲକ୍ଷ୍ନୌ (ଉତ୍ତରପ୍ରଦେଶ), ଇନେ୍ଦାର (ମଧ୍ୟ ପ୍ରଦେଶ) ରାଜକୋଟ (ଗୁଜୁରାଟ) ଏବଂ ଚେନ୍ନାଇ(ତାମିଲନାଡୁ) ରେ କାର୍ଯ୍ୟକାରୀ ହେଉଥିବା ଛଅଟି ଲାଇଟ୍ହାଉସ ପ୍ରକଳ୍ପ (ଏଲଏଚ୍ପିଏସ୍‌) ରୁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଶିକ୍ଷାଲାଭ କରିପାରିବେ ଦେଶର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ଗୃହ ନିର୍ମାଣ ପାଇଁ ଏହି ଜ୍ଞାନକୌଶଳର ଉପଯୋଗ କରାଯାଇ ପାରିବ ବୋଲି ସେ କହିଛନ୍ତି

କୋଭିଡ-19 ମହାମାରୀ ସମୟରେ ଏହା ଥିଲା ସିଏସ୍ଏମ୍ସି ଦ୍ୱିତୀୟ ବୈଠକ ଦେଶ ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବାବେଳେ 2022 ସୁଦ୍ଧା ଭାରତର ସହରାଞ୍ଚଳରେ ବସବାସ କରୁଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବାପାଇଁ ଗୃହ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପ୍ରତିଶ୍ରୁତିବଦ୍ଧ ସମସ୍ତଙ୍କ ପାଇଁ ଘର ଲକ୍ଷ୍ୟ ସହିତ ସମଗ୍ର ଦେଶରେ ପିଏମ୍ଏୱାଇ (ୟୁ) ଅଧିନରେ ଧାର୍ଯ୍ୟ ସମୟ ମଧ୍ୟରେ ଘର ଗୁଡିକର ନିର୍ମାଣ, କାର୍ଯ୍ୟ ସମ୍ପୂର୍ଣ୍ଣ ବିତରରଣକୁ ତ୍ୱରାନ୍ୱିତ ଉପରେ ଗୁରୁତ୍ୱ ଦିଅଯାଉଛି

******

HS



(Release ID: 1690895) Visitor Counter : 228