ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଜାନୁଆରୀ 8, 2021 ଦିନ ଦେଶରେ ଆଉ ଏକ ପର୍ଯ୍ୟାୟ କୋଭିଡ଼ ପ୍ରତିଷେଧକ ଟିକାଦାନ ମକ୍‍ ଡ୍ରିଲ୍‍

3 ଲକ୍ଷ ଟିକାଦାନକାରୀ ଦଳ ସଦସ୍ୟଙ୍କୁ ଦିଆଯାଉଛି ତାଲିମ

Posted On: 06 JAN 2021 7:25PM by PIB Bhubaneshwar

ଦେଶବ୍ୟାପୀ କୋଭିଡ଼ 19 ପ୍ରତିଷେଧକ ଟିକାଦାନ ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତିକେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଗୁଆ ସକାରାତ୍ମକ ପଦକ୍ଷେପ ଗ୍ରହଣ ସ୍ୱରୂପ ଏଭଳି ଅଭ୍ୟାସ ଟିକାଦାନ ପ୍ରକ୍ରିୟା କରାଯାଉଛି ଏବଂ ସେଥିରେ ରାଜ୍ୟ / କେନ୍ଦ୍ରଶାସିତ ସରକାର ତଥା ଅନ୍ୟ ହିତଧାରକମାନଙ୍କ ସହଯୋଗ ନିଆଯାଇଛିଗତ କିଛି ମାସ ଧରି କୋଭିଡ଼ 19 ପ୍ରତିଷେଧକ ଟିକାଦାନ ଯେଭଳି ଦେଶବ୍ୟାପୀ ସୁରୁଖୁରୁ ଭାବେ ସମ୍ପାଦନ କରାଯାଇ ପାରିବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି

ଭାରତୀୟ ଭେଷଜ ମହାନିର୍ଦ୍ଦେଶକ (ଡିସିଜିଆଇ)ଙ୍କ ପକ୍ଷରୁ ନିକଟରେ ଦେଶରେ ଜରୁରିକାଳୀନ ଭିତ୍ତିରେ ଦୁଇଟି କୋଭିଡ଼ ପ୍ରତିଷେଧକ ଟିକା ପ୍ରଦାନ ନିମନ୍ତେ ମଂଜୁରି ପ୍ରଦାନ କରାଯାଇଛିନିକଟ ଭବିଷ୍ୟତରେ କୋଭିଡ଼ 19 ପ୍ରତିଷେଧକ ଟିକା ରୋଗୀମାନଙ୍କୁ ଦେବାଲାଗି ଉପଲବ୍ଧ ହେବାର ଆଶା କରାଯାଉଛିତେଣୁ ଦେଶବ୍ୟାପୀ ଏଭଳି ଟିକାଦାନ ପ୍ରକ୍ରିୟାକୁ ଯୋଜନାବଦ୍ଧ ଭାବେ ସାକାର କରିବା ନିମନ୍ତେ ଏକ ସୁବ୍ୟବସ୍ଥିମକ୍‍ ଟିକାଦାନଅଭିଯାନ ସଂପାଦନ କରାଯାଉଛି

ବାସ୍ତବ ଟିକାଦାନ ପୂର୍ବରୁ ଏକ ପ୍ରୋତ୍ସାହନ ପ୍ରକ୍ର୍ରିୟା ଭାବେ, ଆଉ ଏକ ପର୍ଯ୍ୟାୟଡ୍ରାଏ ରନ୍‍/ ମକ୍‍ ଡ୍ରିଲ୍‍ ଦେଶର  ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ (କେବଳ ଉତ୍ତର ପ୍ରଦେଶ ହରିଆନା ରାଜ୍ୟ ଯେଉଁମାନେ କି ପୂର୍ବରୁ ସମସ୍ତ ଜିଲ୍ଲାରେ ଯଥାକ୍ରମେ ଜାନୁଆରୀ 5 ତାରିଖ ଜାନୁଆରୀ 7 ତାରିଖ ଦିନ ଏଭଳି ଡ୍ରାଏ ରନ୍‍ ସଂପାଦନ କରିସାରିଛନ୍ତି ଅଥବା କରୁଛନ୍ତି) 700+ ଜିଲ୍ଲାରେ 2021 ମସିହା ଜାନୁଆରୀ 8 ତାରିଖ ଦିନ ସମ୍ପାଦନ କରାଯିବଦେଶର ସମସ୍ତ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ କୋଭିଡ଼ 19 ପ୍ରତିଷେଧକ ଟିକାର ଯୋଗାଣ ଏବଂ ପ୍ରଦାନକୁ ଯୋଜନାବଦ୍ଧ ଭାବେ ସମ୍ପନ୍ନ କରିବା ହେଉଛି ଏହାର ଉଦ୍ଦ୍ୟେଶପ୍ରତ୍ୟେକ ଜିଲ୍ଲା ଏହି ଡ୍ରାଏ ରନ୍‍ ଟିକାଦାନ ସକାଶେ ତିିନି ପ୍ରକାରର କାର୍ଯ୍ୟାନ୍ୱୟନ ସ୍ଥାନ; ଯାହାକି ପୂର୍ବ ଥରର ଡ୍ରାଏ ରନ୍‍ ଭଳି ହୋଇଥିବ ସେସବୁକୁ ସରକାରୀ ସ୍ୱାସ୍ଥ୍ୟ ସେବାକେନ୍ଦ୍ର (ଜିଲ୍ଲା ହସପିଟାଲ/ ମେଡ଼ିକାଲ କଲେଜ),  ଘରୋଇ ଫାସିଲିଟି ଏବଂ ଗ୍ରାମାଞ୍ଚଳ ସହରାଞ୍ଚଳ ଆଉଟରିଚ୍‍ ସାଇଟ ଆଦିରେ ସଂପାଦନ କରିବେ

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରରେ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ ଜାନୁଆରୀ 7, 2021 ତାରିଖ ଦିନ ଏକ ବୈଠକରେ ଆଲୋଚନା କରିବେ ଯେଉଁଥିରେ ଏହି ଡ୍ରାଏ ରନ୍‍ ଟିକାଦାନ ସଂପର୍କରେ ଆଲୋଚନା କରାଯିବାକୁ ସ୍ଥିର ହୋଇଛିଏଭଳି ଟିକାଦାନ ଅଭିଯାନର ସମସ୍ତ ଯୋଜନା ଯେଉଁଥିରେ ହିତାଧିକାରୀ ପଂଜୀକରଣ, ମାଇକ୍ରୋପ୍ଲାନିଂ ଏବଂ ସ୍ଥିରୀକୃତ ସ୍ଥାନ ସମୟରେ ଟିକାଦାନ ଇତ୍ୟାଦି କାର୍ଯ୍ୟ ଜିଲ୍ଲା କଲେକ୍ଟର/ ଜିଲ୍ଳା ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ ପରୀକ୍ଷଣ କରାଯିବ             । ଏଭଳି କୋଭିଡ଼ 19 ପ୍ରତିଷେଧକ ଟିକା ସଂପର୍କୀତ ସମସ୍ତ କାର୍ଯ୍ୟାବଳୀ ଏହି ଡ୍ରାଏ ରନ୍‍  ବେଳେ ରାଜ୍ୟ, ଜିଲ୍ଲା, ବ୍ଲକ୍‍ ଏବଂ ହସପିଟାଲ ସ୍ତରର ଅଧିକାରୀମାନଙ୍କୁ ଉତ୍ତମ ରୂପେ ସୂଚନା ଦିଆଯିବଏହା ଫଳରେ ସବୁ ସ୍ତରରେ  ସ୍ଥାନୀୟ ପ୍ରଶାସନ ଟିକାଦାନର ଯୋଜନା, ପ୍ରବର୍ତ୍ତନ ଏବଂ ରିପୋଟିଂ ବ୍ୟବସ୍ଥା, ବାସ୍ତବ ଟିକାଦାନ ପୂର୍ବରୁ ଯେକୌଣସି ପ୍ରକା ଚାଲେଞ୍ଜକୁ ଚିହ୍ନଟ ଏବଂ ସେଭଳି ସମସ୍ୟାର ଦୂରୀକରଣ ତଥା କାର୍ଯ୍ୟକ୍ରମ ପରିଚାଳକମାନଙ୍କ ମନୋବଳ ବୃଦ୍ଧି  କରାଯାଇପାରିବ ଏବଂ ସମଗ୍ର ଦେଶରେ ପ୍ରତିଷେଧକ ଟିକାଦାନ କାର୍ଯ୍ୟ ସୁଚାରୁରୂପେ ସଂପାଦନ ହୋଇପାରିବ

ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି କାର୍ଯ୍ୟରେ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସହ ନିରବଚ୍ଛିନ୍ନ ଭାବେ ଯୋଗାଯୋଗରେ ରହିବା ସହ ସେମାନଙ୍କ ଠାରୁ ପ୍ରତିକ୍ରିୟା ସଂଗ୍ରହ କରିବେ ଏବଂ ସେମାନଙ୍କୁ ସକଳ ପ୍ରକାର ସହଯୋଗ ଯୋଗାଇଦେବେଏଥିସହ ବାସ୍ତବ ଟିକାଦାନ ପୂର୍ବରୁ ଉତ୍ପନ୍ନ ଯେକୌଣସି ପ୍ରକାର ଚାଲେଞ୍ଜକୁ ଚିହ୍ନଟ କରିବା ସହ ସେସବୁକୁ ନିର୍ଦ୍ଧାରିତ ସମୟରେ ସମାଧାନ କରିବା ସୁନିଶ୍ଚିତ କରିବେ

ସମଗ୍ର ଟିକାଦାନ ଡ୍ରାଏ ରନ୍‍ ପ୍ରକ୍ରିୟାକୁ ସାକାର କରିବା ନିମନ୍ତେକୋ-ୱିନନାମକ ଏକ ସଫ୍ଟୱେର୍‍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ବିକଶିତ କରାଯାଇଛି ଯାହା ମାଧ୍ୟମରେ କେତେ କୋଭିଡ଼ 19 ଟିକା ମହଜୁଦ ରହିଛି, ସେସବୁର ଭଣ୍ଡାରଣ ତାପମାତ୍ରା କେତେ ଏବଂ ପ୍ରତ୍ୟେକ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ଟ୍ରାକିଂ କରିବା କାର୍ଯ୍ୟ ରିଅଲ ଟାଇମ ଭିତ୍ତିରେ ସଂପାଦନ କରାଯାଇପାରିବଏହି ସଫ୍ଟୱେର ସମସ୍ତ ସ୍ତରରେ କାର୍ଯ୍ୟକ୍ରମ ପରିଚାଳକମାନଙ୍କୁ ସହାୟତା ଯୋଗାଇଦେବ ଯଦ୍ୱାରା ସେମାନେ ଏହି ଟିକା ଦାନ ଅଧିବେଶନକୁ ସୁରୁଖୁରୁ ଭାବେ ସମ୍ପାଦନ କରିପାରିବେଏଥିପାଇଁ  ଏକ ୨୪ଙ୍ଘ୭  କଲ୍‍ ସେଣ୍ଟର ସ୍ଥାପନ କରାଯାଇଛି ଯାହା କୋ-ୱିନ ବ୍ୟବହାରକାରୀମାନଙ୍କୁ ସମସ୍ତ ପ୍ରକାର ଟେକ୍ନିକାଲ ପ୍ରଶ୍ନାବଳୀର ଉତ୍ତର ଯୋଗାଇଦେବସେହିଭଳି କୋଲ୍ଡ ଚେନ୍‍ ସଂସାଧନ (ଯଥା ବହନକାରୀ ଫ୍ରିଜର, ବରଫ ଲାଇନଯୁକ୍ତ ରେଫ୍ରିରିଜେଟର, ଡିପ୍‍ ଫ୍ରିଜର ଇତ୍ୟାଦି) ଏବଂ ପର୍ଯ୍ୟାପ୍ତ ପରିମାଣର ସିରିଞ୍ଜ୍‍ ଅନ୍ୟାନ୍ୟ ଲଜିଷ୍ଟିକ୍ସ କୋଭିଡ଼ 19 ଟିକାଦାନ ଅଭିଯାନ ନିମନ୍ତେ ସୁନିଶ୍ଚିତ କରାଯାଇଛି

ସାରା ଦେଶରେ ପ୍ରାୟ 1.7 ଲକ୍ଷ ଟିକାଦାନକାରୀ ଏବଂ 3 ଲକ୍ଷ ଟିକାଦାନ ଟିମ୍‍ ସଦସ୍ୟମାନଙ୍କୁ ଏବେସୁଦ୍ଧା ତାଲିମ ପ୍ରଦାନ ପ୍ରକ୍ରିୟା ଜାରି ରହିଛି, ଯାହାକି ଟିକାଦାନ ସ୍ଥଳରେ ସୁଚାରୁରୂପେ ସେମାନଙ୍କର ଦାୟିତ୍ୱ ସଂପାଦନରେ ସହାୟକ ହେବଟିକାଦାନ କେନ୍ଦ୍ରରେ ହିତାଧିକାରୀଙ୍କ ତନଖି, ଟିକା ଦାନ, କୋଲ୍ଡ ଚେନ୍‍ ଲଜିଷ୍ଟିକ୍ସ ପରିଚାଳନା, ବାୟୋ ମେଡ଼ିକାଲ ବର୍ଜ୍ୟ ପରିଚାଳନା, ଏଇଏଫଆଇ ପରିଚାଳନା ଏବଂ କୋ-ୱିନ୍‍ ସଫ୍ଟୱେରରେ ରିପୋଟିଂ ଆଦି କାର୍ଯ୍ୟ ସଂପର୍କରେ ଏହି ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଛିକୋଭିଡ଼ 19 ପ୍ରତିଷେଧକ ଟିକାଦାନର ସମସ୍ତ ପ୍ରସଙ୍ଗ ସଂପର୍କୀତ ବିସ୍ତୃତ କାର୍ଯ୍ୟାନ୍ୱୟନ ଗାଇଡ଼ଲାଇନ ଜାରି କରାଯିବ ଯେଉଁଥିରେ ଟିକାଦାନ ଅଧିବେଶନ ଯୋଜନା ପରିଚାଳନା, ଟିକାଦାନ ସ୍ଥଳୀ ଲେ ଆଉଟ୍‍ ଏବଂ ଏହାର ଆୟୋଜନ, ଏଇଏଫଆଇ ପରିଚାଳନା, ଆଇଇସି ବାର୍ତ୍ତା, ସଂକ୍ରମଣ ପ୍ରତିରୋଧ ଏବଂ ନିୟନ୍ତ୍ରଣ ଅଭ୍ୟାସ ଇତ୍ୟାଦି କାର୍ଯ୍ୟ ସଂପର୍କରେ ରାଜ୍ୟ /କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ସମସ୍ତ ସୂଚନା ପ୍ରଦାନ କରାଯାଇସାରିଛି ଏବଂ ଏହି ପ୍ରକ୍ର୍ରିୟାରେ ସେମାନେ ମଧ୍ୟ ଅଭ୍ୟସ୍ତ ହୋଇସାରିଛନ୍ତି

 

***

SS



(Release ID: 1686681) Visitor Counter : 235